RCB ଉପରେ ଗୌତମ ଗମ୍ଭୀରଙ୍କ କଡ଼ା ଆକ୍ରମଣ!: ଜାଣନ୍ତୁ କାହିଁକି କ୍ରୋଧିତ ହେଲେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ?

Published: Jun 6, 2025, 1:17 pm IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ପରେଡରେ ଘଟିଥିବା ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ ବିରାଟ କୋହଲିଙ୍କ RCB ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏପରି ରୋଡ୍ ଶୋ କରିବାର ଆବଶ୍ୟକତା କ’ଣ।

ଗୌତମ ଗମ୍ଭୀର ସବୁବେଳେ ଏପରି କାର୍ଯ୍ୟକ୍ରମ ବିରୋଧରେ ରହିଆସିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ପରେଡ ସମ୍ପର୍କରେ ସେ କହିଛନ୍ତି ଯେ, ପ୍ରାଣ ହରାଇଥିବା ପ୍ରଶଂସକଙ୍କ ପରିବାର ପାଇଁ ସମଗ୍ର ଭାରତ ଦୁଃଖିତ। ଏପରି ରୋଡ୍ ଶୋ କରିବାର ଆବଶ୍ୟକତା କ’ଣ?

ଗମ୍ଭୀର ଆହୁରି କହିଛନ୍ତି ଜେ, “ଦଳ ଜିତିଛି, ବିଜୟ ଉତ୍ସବ ପାଳନ କରିବା ପାଇଁ ଯଥେଷ୍ଟ ଏବଂ ଉପଯୁକ୍ତ ବ୍ୟବସ୍ଥା କରିପାରିବେ ନାହିଁ, ତେବେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ୍ ନୁହେଁ।” ବେଙ୍ଗାଲୁରୁରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଘଟଣା ଉପରେ ଗୌତମ ଗମ୍ଭୀର କହିଛନ୍ତି ଯେ, “ମୁଁ କେବେ ରୋଡ୍ ଶୋ’ର ସମର୍ଥକ ହୋଇନାହିଁ। ୨୦୦୭ରେ ଯେତେବେଳେ ମୁଁ ଭାରତର ଟି-୨୦ ବିଶ୍ୱକପ୍ ବିଜୟୀ ଦଳର ଅଂଶ ଥିଲି, ସେତେବେଳେ ମଧ୍ୟ ମୁଁ ସମାନ ବିଶ୍ୱାସ କରୁଥିଲି। ଲୋକଙ୍କ ଜୀବନ ଏପରି ଜିନିଷ ଅପେକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ। ମୁଁ ଭବିଷ୍ୟତରେ ମଧ୍ୟ ସମାନ କଥା କହିବି।”

ଉଲ୍ଲେଖ ଯୋଗ୍ୟ ଯେ, RCBର ବିଜୟ ପରେଡ୍ ସମୟରେ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରକୃତରେ IPL-୨୦୨୫ ର ଫାଇନାଲ୍ ମ୍ୟାଚ୍ ଜୁନ୍ ୩ ତାରିଖରେ ଖେଳାଯାଇଥିଲା, ଯେଉଁଥିରେ ପଞ୍ଜାବ କିଙ୍ଗ୍ସକୁ RCB ପରାସ୍ତ କରି ପ୍ରଥମ ଟ୍ରଫି ଜିତିଥିଲା। ଦଳ ପରଦିନ ପ୍ରାୟ ୧ ଟା ସମୟରେ ଟ୍ରଫି ନେଇ ବେଙ୍ଗାଲୁରୁ ପହଞ୍ଚିଥିଲା। ଖେଳାଳିମାନେ ଏକ ଖୋଲା ବସ୍ ରେ ଯାତ୍ରା କରିବାକୁ ଯାଉଥିଲେ, କିନ୍ତୁ ପରେ ଖବର ଆସିଲା ଯେ ପ୍ରବଳ ଭିଡ଼ ଯୋଗୁଁ ପୋଲିସ ଏହାକୁ ଅନୁମତି ଦେଇ ନଥିଲା। ତଥାପି ଦଳର ବସ୍ ଯେଉଁଠାରୁ ଗଲା, ସେଠାରେ ବହୁ ସଂଖ୍ୟକ ଲୋକ ଠିଆ ହୋଇଥିବା ଦେଖାଯାଇଥିଲା। ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ଏହାର ଅନେକ ଭିଡିଓ ସେୟାର କରିଛନ୍ତି। ବିରାଟ କୋହଲି ବସ୍ ସାମ୍ନାରେ ଟ୍ରଫି ଧରି ବସିଥିଲେ।

ପ୍ରାୟ ୫ ଟାରେ RCB ଦଳ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିଲା, ଯେଉଁଠାରେ ବିଜୟ ଉତ୍ସବ ପାଳନ କରାଯାଉଥିଲା। ଏଠାରେ ମଧ୍ୟ ବହୁ ସଂଖ୍ୟକ ଲୋକ ପହଞ୍ଚିଥିଲେ, ଏବଂ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା। ଏହି ସମୟରେ ଦଳାଚକଟା ହୋଇଥିଲା ଏବଂ ପ୍ରାୟ ୬ ଟାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା। ଏହା ପରେ ମଧ୍ୟ ଷ୍ଟାଡିୟମ ଭିତରେ ବହୁତ ସମୟ ପର୍ଯ୍ୟନ୍ତ ବିଜୟ ଉତ୍ସବ ପାଳନ କରାଯାଇଥିଲା।

Related posts