Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏହି ଜିନିଷକୁ କେବେ ବି ଛାଡି ଯାଇପାରନ୍ତିନି ମାତା ଲକ୍ଷ୍ମୀ, ପଢନ୍ତୁ ମହାଭାରତରେ ଏହି ସୁନ୍ଦର କଥା
ଆଜିର ଖବର

ଏହି ଜିନିଷକୁ କେବେ ବି ଛାଡି ଯାଇପାରନ୍ତିନି ମାତା ଲକ୍ଷ୍ମୀ, ପଢନ୍ତୁ ମହାଭାରତରେ ଏହି ସୁନ୍ଦର କଥା

June 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମାତା ଲକ୍ଷ୍ମୀ
ଦୀପାବଳିରେ ମା ଲକ୍ଷ୍ମୀଙ୍କୁ ଠିକ ଭାବେ ପୂଜା ନ କଲେ ହେବ ସର୍ବନାସ

ଉପେନ୍ଦ୍ର ବଳିୟାରସିଂହ

ଧର୍ମର ଚାରି ଅଙ୍ଗ ମୁଖ୍ୟ। ୧- ସତ୍ୟ, ୨- ତପ, ୩- ପବିତ୍ରତା, ୪- ଦୟା। ଏହି ଚାରଟି ର ଯୋଗଫଳ ହିଁ ହେଉଛି ଧର୍ମ। ସତ୍ୟ ହିଁ ପରମ ଆତ୍ମା ଅଟନ୍ତି। ଯେଉଁଠାରେ ସତ୍ୟ ଥାଏ, ସେଠାରେ ପରମାତ୍ମା ଥା’ନ୍ତି। ସତ୍ୟର ଆଶ୍ରୟ ନେଇ ନର ନାରାୟଣଙ୍କ ନିକଟକୁ ଯାଇପାରେ। ଏହି ସମ୍ପର୍କରେ ମହାଭାରତରେ ଏକ ସୁନ୍ଦର କଥା ଅଛି।

ସତ୍ୟଦେବ ନାମକ ଜଣେ ରାଜା ଥିଲେ। ସେ ଅତ୍ୟନ୍ତ ଧର୍ମ ପରାୟଣ ଥିଲେ। ଥରେ ସେ ଅନ୍ତଃ ପୁରରେ ଅର୍ଦ୍ଧ ରାତ୍ରୀ ସମୟରେ ଜଣେ ନାରୀର କ୍ରନ୍ଦନ ସ୍ଵର ଶୁଣି ପାରିଲେ। ସେ ତାଙ୍କ ନିକଟକୁ ଯାଇ ପଚାରିଲେ, ” ତୁମେ କିଏ? ତୁମେ କ୍ରନ୍ଦନ କରୁଛ କାହିଁକି?”

ସ୍ତ୍ରୀ ଲୋକଟି କହିଲା, ” ରାଜନ! ମୁଁ ହେଉଛି ଅଲକ୍ଷ୍ମୀ। ତେଣୁ ମୋତେ କେହି ଆଶ୍ରୟ ଦେବାକୁ ଚାହୁଁନାହାନ୍ତି।”

ରାଜା କହିଲେ, “ଠିକ୍ ଅଛି। ତୁମେ ମୋ ଉଆସରେ ଆଶ୍ରୟ ନିଅ। କାରଣ ମୁଁ ଜଣେ ଆଶ୍ରୟହୀନାଙ୍କୁ ପରିତ୍ୟାଗ କରିପାରିବି ନାହିଁ।”

ତାପରେ ପ୍ରାତଃ ସମୟରେ ଜଣେ ସୁନ୍ଦରୀ ସ୍ତ୍ରୀଲୋକଙ୍କୁ ଉଆସରୁ ବାହାରକୁ ଯିବାର ଦେଖିଲେ। ସେ ସ୍ତ୍ରୀଲୋକକୁ ପଚାରିଲେ, “ଦେବୀ ତୁମେ କିଏ?”

ସେ ସ୍ତ୍ରୀ ଉତ୍ତର ଦେଲେ, “ମୁଁ ହେଉଛି ଲକ୍ଷ୍ମୀ। ତୁମେ ଯେହେତୁ ଘରେ ଅଲକ୍ଷ୍ମୀକୁ ଆଶ୍ରୟ ଦେଇଛ, ତେଣୁ ମୁଁ ଏଠାରେ ରହିପାରିବି ନାହିଁ। ମୁଁ ଯାଉଛି।”

ରାଜା ଅନୁଜ୍ଞା ଦେଲେ।

କିଛି ସମୟ ପରେ ଜଣେ ସୁନ୍ଦର ପୁରୁଷ ଘରୁ ବାହାରକୁ ବାହାରିଲେ। ଯେତେବେଳେ ରାଜା ତାଙ୍କୁ ପଚାରିଲେ, ” ତୁମେ କିଏ?” ସେ ଉତ୍ତର ଦେଲେ,”ମୁଁ ହେଉଛି ଦାନ। ଯଦି ଲକ୍ଷ୍ମୀ ଚାଲିଗଲେ, ମୁଁ ଏଠାରେ କେମିତି ରହିବି? କାରଣ ତୁମେ ତ ଆଉ ଦାନ ଦେଇପାରିବ ନାହିଁ। ତେଣୁ ମୁଁ ଲକ୍ଷ୍ମୀଙ୍କ ସାଙ୍ଗରେ ଚାଲିଯାଉଛି।” ରାଜା ତାଙ୍କୁ ଯିବାକୁ ଦେଲେ।

ତାପରେ ତୃତୀୟ ପୁରୁଷ ଜଣେ ବାହାରକୁ ଯିବାକୁ ଲାଗିଲେ। ସେ କହିଲେ, “ମୁଁ ହେଉଛି ସଦାଚାର। ଲକ୍ଷ୍ମୀ ଓ ଦାନ ଚାଲିଗଲା ପରେ ମୋର ଆଉ ଆବଶ୍ୟକତା ନାହିଁ। ରାଜା ତାଙ୍କୁ ମଧ୍ୟ ଯିବାକୁ ଅନୁମତି ଦେଲେ।

ପୁଣି ଆଉଜଣେ ସୁନ୍ଦର ପୁରୁଷ ବାହାରକୁ ବାହାରିଲେ। ପଚାରିବାରୁ କହିଲେ, ମୁଁ ହେଉଛି, ”ଯଶ। ସେ କହିଲେ, ” ଯେଉଁଠାରେ ଲକ୍ଷ୍ମୀ ସଦାଚାର ନାହାନ୍ତି, ମୁଁ ସେଠାରେ ରହିପାରିବି ନାହିଁ। ରାଜା ତାଙ୍କୁ ମଧ୍ୟ ଅନୁମତି ଦେଇଦେଲେ।

କିଛି ସମୟ ପରେ ଜଣେ ସୁନ୍ଦର ଦୀପ୍ତିମାନ ଯୁବକ ଘରୁ ବାହାରି ଯିବାକୁ ଲାଗିଲେ। ପଚାରିବାରୁ କହିଲେ, “ମୁଁ ହେଉଛି ସତ୍ୟ। ଯଦି ଆପଣଙ୍କର ଏଠାରେ ଲକ୍ଷ୍ମୀ, ଦାନ, ସଦାଚାର ଏବଂ ଯଶ ରହୁନାହାନ୍ତି, ମୁଁ ଏକଲା କେମିତି ରହିପାରିବି? ମୁଁ ବି ତାଙ୍କ ସହିତ ଚାଲିଲି।”

ସତ୍ୟଦେବ ରାଜା କହିଲେ, “ମୁଁ ତ କେବେ ହେଲେ ଆପଣଙ୍କୁ ତ୍ୟାଗ କରିନାହିଁ। ତେବେ ଆପଣ କାହିଁକି ଛାଡି ଚାଲିଯାଉଛନ୍ତି। ଆପଣ ହେଉଛନ୍ତି ସତ୍ୟ। କୁହନ୍ତୁ ନା, ଜଣେ ଆଶ୍ରୟହୀନାକୁ ରକ୍ଷା କରିବା କ’ଣ ଅସତ୍ୟ? ଆପଣଙ୍କୁ ନିଜ ପାଖରେ ରଖିବା ପାଇଁ ତ ମୁଁ ଲକ୍ଷ୍ମୀ, ଦାନ, ସଦାଚାର ଏବଂ ଯଶ ଆଦିକୁ ତ୍ୟାଗ କରିଦେଲି। ଆପଣ ମୋତେ ଯଦି ତ୍ୟାଗ କରି ଚାଲିଯିବେ, ତେବେ ମୋର ସର୍ବସ୍ଵ ଚାଲିଯିବ। ମୁଁ ଆପଣଙ୍କୁ ଛାଡ଼ିପାରିବି ନାହିଁ।

ସତ୍ୟ ରାଜାଙ୍କ ପ୍ରାର୍ଥନା ଶୁଣି ଯାଇପାରିଲେ ନାହିଁ। ସତ୍ୟ ନଯିବାରୁ ପୁଣି ଲକ୍ଷ୍ମୀ, ଦାନ, ସଦାଚାର, ଯଶ ସବୁ ପୁଣି ଫେରିଆସିଲେ। ଏମାନେ ଆସିବାରୁ ଅଲକ୍ଷ୍ମୀ ସେ ଘରୁ ଚାଲିଗଲେ।

ସତ୍ୟ ହିଁ ଶିବ ଅଟନ୍ତି। ସତ୍ୟ ହିଁ ସୁନ୍ଦର ଅଟନ୍ତି। ସତ୍ୟ ହିଁ ପରମ ଆତ୍ମା ଅଟନ୍ତି। ସତ୍ୟ ପଥର ପଥିକ ନିକଟରେ ସବୁକିଛି ଥାଏ। ଲକ୍ଷ୍ମୀ, ଦାନ, ସଦାଚାର, ଯଶ ଆଦି ମହାନ ଗୁଣ କେବଳ ସତ୍ୟ ପଥର ପଥିକ ନିକଟରେ ଥାଏ। ସତ୍ୟଦେବ ସବୁ କିଛି ତ୍ୟାଗ କରିଥିଲେ। କିନ୍ତୁ ସତ୍ୟର ଆଶ୍ରୟରେ ବଞ୍ଚିଥିଲେ। ଫଳରେ ପୁଣି ଲକ୍ଷ୍ମୀଙ୍କ ଆଗମନରେ ଅଲକ୍ଷ୍ମୀ ସେ ଘରୁ ଯିବା ପାଇଁ ବାଧ୍ୟ ହେଲେ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ) ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଦୂରଭାଷ- ୯୩୩ ୭୨ ୫୮ ୩୯୮

ଉପେନ୍ଦ୍ର ବଳିୟାରସିଂହ ମହାଭାରତ ମାତା ଲକ୍ଷ୍ମୀ ସତ୍ୟ ସୁନ୍ଦର କଥା
Share. Facebook Twitter LinkedIn Email WhatsApp Copy Link

Related Posts

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026
Latest News

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026

ଏଆଇ-ଆଧାରିତ ଶିକ୍ଷା ସଂସ୍କାର ଉପରେ ଆଲୋଚନାଚକ୍ର

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.