Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକଶିତ ଭାରତ, ବିକଶିତ ଓଡ଼ିଶା ପାଇଁ ସମର୍ପିତ ଡବଲ ଇଞ୍ଜିନ ସରକାର: ଆଇନ ମନ୍ତ୍ରୀ
ଆଜିର ଖବର

ବିକଶିତ ଭାରତ, ବିକଶିତ ଓଡ଼ିଶା ପାଇଁ ସମର୍ପିତ ଡବଲ ଇଞ୍ଜିନ ସରକାର: ଆଇନ ମନ୍ତ୍ରୀ

June 12, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି କଟକ ଜିଲ୍ଲା ଗସ୍ତ କରି କଟକ ସର୍କିଟ ହାଉସ ଠାରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ‌ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିବିଧ ସଫଳତା ଓ କାର୍ଯ୍ୟକାରିତା ବିଷୟରେ ଉପସ୍ଥାପନ କରିଥିଲେ।

ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଦେଶର ଏକ ସକାରାତ୍ମକ ପରିବର୍ତ୍ତନ ଆସିଛି। ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ପାଇଁ ସମର୍ପିତ ଏହି ୧୧ ବର୍ଷରେ ଦେଶବାସୀଙ୍କ ଆର୍ଥିକ, ସାମାଜିକ ସ୍ଥିତି ସୁଦୃଢ଼ ହୋଇଛି।

ଜାତୀୟ ରାଜପଥ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ମିଶନରେ ପାଇଖାନା, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ, ପ୍ରତିରକ୍ଷା କ୍ଷେତ୍ର ଆହୁରି ସୁଦୃଢ ଏବଂ ଉନ୍ନତ ହୋଇଛି। ଚନ୍ଦ୍ରଯାନର ସଫଳତା, ଅପରେସନ ସିନ୍ଦୁର, ଖାଦ୍ୟ ସୁରକ୍ଷା, ପାନୀୟ ଜଳ ଯୋଗାଣ, ଉଜ୍ଜ୍ଵଳା ଗ୍ୟାସ, ବିଦ୍ୟୁତ ଯୋଗାଣ, ସ୍ଵଚ୍ଛ ଭାରତ ମିଶନ, ସଡ଼କ ସଂଯୋଗୀକରଣ ଇତ୍ୟାଦି କ୍ଷିପ୍ର ଗତିରେ ବୃଦ୍ଧି ପାଇଛି। ଆମ ଦେଶ ଅର୍ଥନୈତିକ ସ୍ତରରେ ପଞ୍ଚମ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଆସିଛି। ବିଜୁଳି, ପାଣି ଆଦି ସମସ୍ତ ସୁବିଧା ସାରା ଦେଶର ଲୋକ ପାଉଛନ୍ତି। ସବୁଠାରୁ ବଡ କଥା ହେଲା ଦେଶରେ ଦାରିଦ୍ର୍ୟ ହାର କମିଛି। ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁସାରେ ୧୩ ବର୍ଷ ମଧ୍ୟରେ ଅତ୍ୟନ୍ତ ଦାରିଦ୍ର୍ୟ ରେ ଥିବା ସଂଖ୍ୟା ୨୭.୧ ରୁ ଖସି ୫.୩ ପ୍ରତିଶତ କୁ ହ୍ରାସ ପାଇଛି। ୨୭ କୋଟି ଲୋକ ଏଥିରୁ ମୁକ୍ତ ହୋଇଛନ୍ତି।

ମୋଦି ସରକାରଙ୍କ ଏହି କାର୍ଯ୍ୟକାଳ ଦେଶରେ ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ.ଏହି କାର୍ଯ୍ୟକାଳ ‘ବିକଶିତ ଭାରତ’ ଏବଂ ‘ଆତ୍ମନିର୍ଭରଶୀଳ ଭାରତ’ର ‘ସଂକଳ୍ପଳି ସିଦ୍ଧି’ର ସୁବର୍ଣ୍ଣ ଯୁଗ ହୋଇଛି। ଗତ ୧୧ ବର୍ଷର ଏହି ଯାତ୍ରା କେବଳ ମୋଦିଜୀଙ୍କ ଦ୍ୱାରା ନୁହେଁ ବରଂ ନିଜକୁ ପରୀକ୍ଷା କରି ୧୪୦ କୋଟି ଦେଶବାସୀଙ୍କ କଠିନ ପରିଶ୍ରମ, ତ୍ୟାଗ ଏବଂ ସ୍ୱପ୍ନକୁ ସାକାର କରିବା ପାଇଁ କରାଯାଇଛି।

୧୧ ବର୍ଷର ନିରନ୍ତର ଯାତ୍ରାକୁ ଏକ ଭାଷଣ କିମ୍ବା ଏକ ସାମ୍ବାଦିକ ସମ୍ମିଳନୀରେ ସଂକ୍ଷେପ କରିବା ଯେତିକ କଷ୍ଟକର,ସମଗ୍ର ଜୀବନକୁ କିଛି ପୃଷ୍ଠାରେ ସାରାଂଶିତ କରିବା ସେତିକି କଷ୍ଟକର।

ସେହିପରି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝିଙ୍କ ନେତୃତ୍ୱରେ ଏକ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିଛି ବିଜେପି ସରକାର।ସୁଭଦ୍ରା ଯୋଜନା ମାଧ୍ୟମରେ ଏକ କୋଟି ମହିଳା ଲାଭବାନ ହୋଇଛନ୍ତି, ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରି ଦେଶରେ ଓଡିଶାରେ ଏକ ନମ୍ବର ହୋଇଛି। କେବଳ ଏତିକି ନୁହେଁ ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ୫୦୦ କୋଟି କର୍ପସ ଫଣ୍ଡ, ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ମହିଳା ଉପକୃତ, ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି, ଜାତୀୟ ଶିକ୍ଷା ନୀତି ଲାଗୁ, ଓଡ଼ିଆ ଅସ୍ମିତା ପାଈଁ କର୍ପସ୍ ଫଣ୍ଡ ଏବଂ ଧାନର ସହାୟକ ମୂଲ୍ୟ ବୃଦ୍ଧି ଭଳି ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ଐତିହାସିକ ନିଷ୍ପତ୍ତି ନେଇ ପ୍ରତିଶ୍ରୁତି ପୁରା କରିଛି ଆମ ସରକାର। କେବଳ ଏତିକି ନୁହେଁ ଆୟୁଷ୍ମାନ ଯୋଜନା ଜନ ହିତର ଏକ ବଡ ଅଙ୍ଗ ସାଜିଛି।

ତତ୍ ସହିତ କଟକ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମଧ୍ୟ ସରକାର ପ୍ରତିବଦ୍ଧ ଅଟନ୍ତି।କଟକ ଜିଲ୍ଲାର ପ୍ରଗତି ସହ ବିକଶିତ ଓଡ଼ିଶା ନିର୍ମାଣ ସ୍ଵପ୍ନ ସାକାର ରୂପ ନେବ।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କଟକ ଜିଲ୍ଲାର ବରିଷ୍ଠ‌ ବିଜେପି ନେତା ନୟନ କିଶୋର ମହାନ୍ତି, କଟକ ଜିଲ୍ଲା ଭାଜପାର‌ ପୂର୍ବତନ ସଭାପତି ଲଲାଟେନ୍ଦୁ ବଡୁ, କଟକ ଜିଲ୍ଲା ଭାଜପା ସଭାପତି ସୁକାନ୍ତ ବିଶ୍ଵାଳ, କଟକ (ଗ୍ରାମୀଣ) ଜିଲ୍ଲା ଭାଜପା ସଭାପତି ରାମ ନାରାୟଣ ମହାନ୍ତିଙ୍କ ସମେତ ଜିଲ୍ଲାର ବରିଷ୍ଠ ଦଳୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

BarshaEkUpalabdhiAnek କଟକ ଜିଲ୍ଲା ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Latest News

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.