Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

June 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଦେହାନ୍ତରେ ଆଜି ଶୋକବ୍ୟକ୍ତ କରିଛନ୍ତି। ଗତକାଲି ଅହମ୍ମଦାବାଦରେ ଏକ ବିମାନ ଦୁର୍ଘଟଣାରେ ଶ୍ରୀ ରୂପାଣୀଙ୍କର ପରଲୋକ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଶ୍ରୀ ରୂପାଣୀଙ୍କର ପ୍ରତିଷ୍ଠିତ ରାଜନୈତିକ ଜୀବନୀ ଉପରେ ଆଲୋକପାତ କରିଛନ୍ତି। ରାଜକୋଟ ମହାନଗର ନିଗମରେ ତାଙ୍କର କାର୍ଯ୍ୟକାଳ, ରାଜ୍ୟସଭା ସାଂସଦ, ଗୁଜରାଟ ବିଜେପି ଅଧ୍ୟକ୍ଷ ଏବଂ ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ତାଙ୍କର ଭିନ୍ନ ଭିନ୍ନ ଭୂମିକାକୁ ଶ୍ରୀ ମୋଦୀ ସ୍ମରଣ କରିଛନ୍ତି।

ଏକ୍ସରେ ଏକ ଥ୍ରେଡ୍‌ ପୋଷ୍ଟ କରି ଶ୍ରୀ ମୋଦୀ ଲେଖିଛନ୍ତି:

‘‘ଶ୍ରୀ ବିଜୟଭାଇ ରୂପାଣୀଙ୍କ ପରିବାରକୁ ଭେଟିଲି।

ବିଜୟଭାଇ ଆମ ଗହଣରେ ଆଉ ନାହାନ୍ତି, ଏହା ବିଶ୍ୱାସ କରି ହେଉନାହିଁ। ମୁଁ ତାଙ୍କୁ ଅନେକ ଦଶନ୍ଧି ହେବ ଜାଣିଛି। ଆମେ କାନ୍ଧରେ କାନ୍ଧ ମିଶାଇ କାମ କରିଛୁ, ଏଥିରେ ଅନେକ ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟ ସାମିଲ ଥିଲା। ବିଜୟଭାଇ ଅତ୍ୟନ୍ତ ନମ୍ର ଏବଂ ପରିଶ୍ରମୀ ଥିଲେ। ଦଳର ବିଚାରଧାରା ପ୍ରତି ସେ ଦୃଢ ଭାବରେ ପ୍ରତିଶ୍ରୁତିବଦ୍ଧ ଥିଲେ। ସେ ଧୀରେ ଧୀରେ ପଦୋନ୍ନତି ହାସଲ କରିଥିଲେ, ସଂଗଠନରେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ନିଷ୍ଠାର ସହ ସେବା କରିଥିଲେ।’’

ରାଜକୋଟ ମହାନଗର ନିଗମରେ ହେଉ, ରାଜ୍ୟସଭା ସାଂସଦ ଭାବେ ହେଉ, ଗୁଜରାଟ ବିଜେପି ଅଧ୍ୟକ୍ଷ ଭାବେ ହେଉ, କିମ୍ବା ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ହେଉ, ପ୍ରତ୍ୟେକ ଦାୟିତ୍ୱରେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ।’’

‘‘ବିଜୟଭାଇ ଏବଂ ମୁଁ ସେତେବେଳେ ମଧ୍ୟ ବ୍ୟାପକ ଭାବେ କାର୍ଯ୍ୟ କରିଛୁ ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜରାଟର ବିକାଶ ଗତିକୁ ବୃଦ୍ଧି କରିବା, ବିଶେଷ କରି ସହଜ ଜୀବନଧାରଣକୁ ପ୍ରୋତ୍ସାହିତ କରିବା ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ। ଆମର ବାର୍ତ୍ତାଳାପକୁ ମୁଁ ସର୍ବଦା ମନେ ରଖିବି। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ମୋର ସମାବେଦନା ଜଣାଉଛି। ଓମ୍ ଶାନ୍ତି।’’

BJP Ads
ଗୁଜରାଟ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟ ଟି-୨୦କୁ ୫ ୱିକେଟରେ ଜିତିଲା ଭାରତ: ହୋବାର୍ଟରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ

November 2, 2025

ସହଜ ହେଲା ଆଧାର ଅପଡେଟ୍, ଏବେ ଘରେ ବସି ଅନଲାଇନରେ କରିପାରିବେ ଏହି ସବୁ କାମ  

November 2, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

“କୌଣସି ହିଂସା ଗ୍ରହଣୀୟ ନୁହେଁ”: ଦୁଲାରଚାନ୍ଦ ହତ୍ୟା ମାମଲାରେ ସିଇସି ଙ୍କ ଚେତାବନୀ

November 2, 2025
BJP Ads
Latest News

ତୃତୀୟ ଟି-୨୦କୁ ୫ ୱିକେଟରେ ଜିତିଲା ଭାରତ: ହୋବାର୍ଟରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ

November 2, 2025

ସହଜ ହେଲା ଆଧାର ଅପଡେଟ୍, ଏବେ ଘରେ ବସି ଅନଲାଇନରେ କରିପାରିବେ ଏହି ସବୁ କାମ  

November 2, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

“କୌଣସି ହିଂସା ଗ୍ରହଣୀୟ ନୁହେଁ”: ଦୁଲାରଚାନ୍ଦ ହତ୍ୟା ମାମଲାରେ ସିଇସି ଙ୍କ ଚେତାବନୀ

November 2, 2025

ବହୁଚର୍ଚ୍ଚିତ ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ପୂର୍ବତନ ବିଧାୟକ ଗିରଫ

November 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.