Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ପାନ୍ଥନିବାସରେ ରଜ ମହୋତ୍ସବକୁ ଉଦଘାଟନ କଲେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର
ଆଜିର ଖବର

ଚିଲିକା ପାନ୍ଥନିବାସରେ ରଜ ମହୋତ୍ସବକୁ ଉଦଘାଟନ କଲେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର

June 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ସ୍ଥିତ ଓଟିଡିସି ଠାରେ ନିରାଡମ୍ବରରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଆୟୋଜିତ ରଜ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। ଡାକ୍ତର ପାତ୍ର ଓଡ଼ିଶାର ଗଣପର୍ବ ରଜ ପରିବର୍ତ୍ତନ ଓ ସର୍ଜନାର ପର୍ବ ବୋଲି ଅଭିହିତ କରିବାସହ ଉତ୍କଳୀୟ ଧର୍ମ, ସଂସ୍କୃତି,ପରମ୍ପରା ଓ ଦର୍ଶନ ଦୃଷ୍ଟିରୁ ରଜ ଏକ ପୂଜା ନୁହେଁ ବରଂ ଏକ ନୈସର୍ଗିକ ପର୍ବ ବୋଲି କହିଥିଲେ।

ତେବେ ନିକଟରେ ଅହମଦାବାଦ ବିମାନ ବନ୍ଦର ରେ ଘଟିଥିବା ବିମାନ ଦୁର୍ଘଟଣା କୁ ନେଇ ସାରା ଦେଶ ସ୍ତବ୍ଧ ଥିବାବେଳେ ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସାଂସଦ ଡାକ୍ତର ପାତ୍ର ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ଏବଂ ଉତ୍ସବରେ ସାମିଲ ହୋଇନଥିଲେ। କେବଳ ଔପଚାରିକ ଭାବେ ରଜ ମହୋତ୍ସବକୁ ଉଦଘାଟନ କରି ଫେରିଯାଇଥିଲେ।

ଉକ୍ତ ଦୁଃଖଦ ସମୟରେ ସମଗ୍ର ଦେଶବାସୀ ଏକତ୍ରିତ ଅଛନ୍ତି ବୋଲି କହିଥିଲେ ସାଂସଦ। ସେ କିଛି ସମୟ ଧରି ଜନ ଅଭିଯୋଗ ମଧ୍ୟ ଶୁଣିଥିଲେ।

ଏହି ଅବସରରେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସାଂସଦଙ୍କ ପ୍ରତିନିଧି ଦୀନବନ୍ଧୁ ସାହୁ, ବିଜେପି ନେତା ଦିଲ୍ଲୀପ ମହାନ୍ତି ଏବଂ ଜନସାଧାରଣ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ତିନିଦିନ ଧରି ଚାଲିବ ବୋଲି ଓଟିଡିସି ବଡ଼କୁଳ ପାନ୍ଥନିବାସ ପରିଚାଳକ ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି।

ଚିଲିକା ଡାକ୍ତର ସମ୍ବିତ ପାତ୍ର ପୁରୀ ସାଂସଦ ରଜ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.