Categories
ଆଞ୍ଚଳିକ

ରଣପୁର ଅଚଂଳରେ ରଜ ମହୋତ୍ସବ ମହାସମାରୋହରେ ପାଳିତ

ରଣପୁର: ରଣପୁର ବିଜ୍ଞାପିତ ଅଚଂଳ ପରିଷଦ ତଥା ସମଗ୍ର ବ୍ଲକ୍ ର ବିଭିନ୍ନ ଅଚଂଳରେ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ରଣପୁର ବିଜ୍ଞାପିତ ଅଚଂଳ ପରିଷଦର ଉପଖଣ୍ଡର ହଂସରା ଗ୍ରାମପଚାଂୟତ କରଡାପଲ୍ଲୀ ଠାରେ ଥିବା ମହାବୀର ମନ୍ଦିରରେ ଦୀର୍ଘ ୯ ବର୍ଷ ଧରି ରଜ ମହୋତ୍ସବ ପାଳିତ ହୋଇଆସୁଅଛି। କରଡାପଲ୍ଲୀ ଯାତ୍ରା ଦଳ ରାମ ଜନ୍ମ ନାଟକ ମଚଂସ୍ଥ କରୁଥିବା ଜଣାପଡିଛି। ସେହିଭଳି ଭାବରେ ରଣପୁର ବିଜ୍ଞାପିତ ଅଚଂଳ ପରିଷଦର ନାରାୟଣୀ ଠାକୁରାଣୀଙ୍କ ଠାରେ ରାଜରାଜୁଡା ଅମଳରୁ ରଜ ମହୋତ୍ସବ ପାଳନ ହୋଇଆସୁଅଛି। ରଣପୁର ନୂଆଗାଁ ଠାରେ ଥିବା ରଣପୁର ରାଜାଙ୍କର ଗଡ ଠାକୁରାଣୀ ବାଳମୁକୁଳି ଦେବୀଙ୍କ ପୀଠରେ ମଧ୍ୟ ରଜ ମହୋତ୍ସବ ଅନୁଷ୍ଠିତ ହେଉଅଛି।

ସେହିପରି ରଣପୁର ବ୍ଲକ୍ ଅନ୍ତର୍ଗତ ହରିପୁର, ଗଡବାଣିକିଲୋ,ତଳମଣିନାଗ ପୀଠ ଓ ବସନ୍ତପୁର ଆଦି ଗ୍ରାମ ମାନଙ୍କରେ ରଜ ପର୍ବ ପାଳନ ହେବା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଅଛି। ପ୍ରତ୍ୟେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। ଏହା ସହିତ ପ୍ରତ୍ୟେକ ଠାକୁରାଣୀ ପିଠରେ ରଜ ପର୍ବ ସହ ରଜ ଦୋଳି ଦେଖିବାକୁ ମିଳୁଛି। ଏହି ପର୍ବ ରଣପୁର ଅଚଂଳର ଦେବୀ ପୀଠ ମାନଙ୍କରେ ୩ ଦିନ ବ୍ୟାପୀ ଚାଲିବ। ଏଥି ସହ ରଣପୁରର ଶ୍ରୀ ଜଗନ୍ନାଥ ମନ୍ଦିର ସହ ସମସ୍ତ ମଠ ମନ୍ଦିର ମାନଙ୍କରେ ରଜ ଉତ୍ସବ ପାଳିତ ହେଉଅଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

‘ରଜ ମହୋତ୍ସବ’ ଉପଲକ୍ଷେ ‘ବୟନିକା’ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା), ଓଡିଶା ହସ୍ତତନ୍ତ ଉଦ୍ୟୋଗର ସର୍ବପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା ଯାହାକି ଦୀର୍ଘ ୬୬ ବର୍ଷ ଧରି ଓଡିଶା ହସ୍ତତନ୍ତ କଳାର ପ୍ରଚାର, ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଅଛି। ଓଡିଶାର ହଜାର ହଜାର ବୁଣାକାରଙ୍କ ଜୀବିକା ନିର୍ବାହର ମୁଖ୍ୟ ପାଥେୟ ସେମାନଙ୍କ ଦ୍ୱାରା ଉପିାଦିତ ହସ୍ତତନ୍ତ ବସ୍ତ୍ରର ଉତ୍ତମ ବିପଣନ। ଏହି ବିପଣନକୁ ତ୍ୱରାନ୍ୱିତ କରିବା ପାଇଁ ହସ୍ତତନ୍ତ ଉନ୍ନୟନ ଆୟୋଗ ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାର, ବିଭିନ୍ନ ରାଜ୍ୟର ଶୀର୍ଷର୍ ହସ୍ତତନ୍ତ ସମବାୟ ସଂସ୍ଥା ଜରିଆରେ ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା’ର ଆୟୋଜନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥାଆନ୍ତି। ଏହି ଯୋଜନାରେ ‘ବୟନିକା’ ଦ୍ୱାରା ଏକାମ୍ର ହାଟ, ଭୁବନେଶ୍ୱର ଠାରେ ଏକ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଉଅଛି। ଏହି ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା’ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ଆଜି ସନ୍ଧ୍ୟାରେ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଉଦ୍‌ଘାଟନ କରିଛନ୍ତି। ଏହି ଉସିବରେ ସମ୍ମାନିତ ଅତିଥି ରୂପେ ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର, ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସରୋଜ କୁମାର ପଟେଲ, ବୟନଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ ଦେବଜିତ ନନ୍ଦୀ, ସିଡାକ୍‌ର ସଦସ୍ୟ ସଚିବ ଶିଶିର କୁମାର ରଥ, ବୟନିକାର ପରିଚାଳନା ନିର୍ଦ୍ଦେଶକ ମିଲି ସାମନ୍ତରାୟ ଏବଂ ଅନ୍ୟାନ୍ୟ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ଏହି ମେଳାରେ ସମୁଦାୟ ୬୦ ଗୋଟି ପ୍ରାଥମିକ ସମବାୟ ସମିତି ଯୋଗଦାନ କରିଛନ୍ତି। ଏଥି ମଧ୍ୟରୁ ୪୦ ଗୋଟି ଓଡିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ। ଅବଶିଷ୍ଟ ୨୦ ଗୋଟି ସଂସ୍ଥା/ସମିତି ବିଭିନ୍ନ ରାଜ୍ୟରୁ ଯୋଗଦାନ କରିଛନ୍ତି। ଏହି ମେଳାରେ ଉତ୍ତରପ୍ରଦେଶ, ଜାମ୍ମୁକାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ, ହରିୟାନା ଏବଂ ଓଡିଶାର ବିଭିନ୍ନ ସଂସ୍ଥା/ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ଏହି ପ୍ରଦର୍ଶନୀରେ ଓଡିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ମୋðର ଚିକେନ କାରୀ, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ, ଦିଲ୍ମୀ, ହରିୟାନାର ଫର୍ନିସିଙ୍ଗ୍‌ ବସ୍ତ୍ର ଓ କର୍ଣ୍ଣାଟକର ସିá ଶାଢି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି।

ଏହି ମେଳା ପ୍ରତ୍ୟହ ଦିବା ୧୧.୦୦ ଘଟିକାଠାରୁ ରାତ୍ର ୯.୦୦ ଘଟିକା ପର୍ଯ୍ୟନ୍ତ ଚାଲିବ। ମେଳାରେ ଓଡିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଅଛି। ଏହି ମେଳାରେ ବହୁ ସଂଖ୍ୟାରେ ପଦାର୍ପଣ କରି ସରକାରୀ ରିହାତିର ସୁବିଧା ସହ ହସ୍ତତନ୍ତ ବସ୍ତ୍ର କ୍ରୟ କରି ବୁଣାକାରମାନଙ୍କୁ ଉସିାହିତ କରିବାକୁ ବିଭଗ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଞ୍ଚଳିକ

ଚଳିତ ବର୍ଷ ବଡ଼କୁଳ ଓଡ଼ି ଆର୍ଟ ସେଣ୍ଟରରେ ପାଳନ ହେବ ତିନି ଦିନ ବ୍ୟାପି ରଜ ମହୋତ୍ସବ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଓଡ଼ି ଆର୍ଟ ସେଣ୍ଟର ପରିସରରେ ରଜ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ି ଆର୍ଟ ସଦସ୍ୟ ଜିତୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅନୁଷ୍ଠାନର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ତିନି ଦିନ ବ୍ୟାପି ପାଳନ ହେବାକୁ ଥିବା ରଜ ଉତ୍ସବ ସମ୍ବନ୍ଧୀୟ ସୂଚନା ଦେଇଥିଲେ।

ଉକ୍ତ ତିନି ଦିନ ରଜ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାମାନ କରାଯିବା ସହ ଜିଲ୍ଲା ସ୍ତରୀୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ। ପ୍ରଥମ ରଜରେ ପାନ ଭଙ୍ଗା, ପାନ ଖିଆ, ରଜ ପିଠା ପ୍ରସ୍ତୁତି, ଶାଢ଼ୀ ପିନ୍ଧା ପ୍ରତିଯୋଗିତା ହେବାକୁ ଥିବାବେଳେ, ମଝି ରଜରେ ବେଣୀ ଖୋସା, ମେହେନ୍ଦୀ, ନୃତ୍ୟ ପ୍ରତିଯୋଗିତା କରାଯିବ ଏବଂ ଶେଷ ରଜରେ ଗୀତ, ଅନ୍ତାକ୍ଷରି ଓ ସାଧାରଣ ଜ୍ଞାନ ଉପରେ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ।

ଏହା ସହ ଉକ୍ତ ଦିନ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ନେଇ ସଂସ୍ଥାର ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ଅନୁଷ୍ଠିତ ସମ୍ମିଳନୀରେ ସୁମତି ମଲ୍ଲିକ, ଶୁଭଶ୍ରୀ ଜେନାଙ୍କ ସମେତ ଓଡ଼ି ଆର୍ଟର ସମସ୍ତ କର୍ମୀବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ ଭଗବତୀଙ୍କ ପୀଠରେ ରଜ ମହୋତ୍ସବ: ୪ ଦିନ ବ୍ୟାପୀ ସଂଧ୍ୟାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଣପୁର: ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଚଳିତ ବର୍ଷ ରଜ ପର୍ବ ୪ ଦିନ ଧରି ମହାଆଡମ୍ବରରେ ପାଳନ କରାଯିବ। ରାଜ୍ୟ ସଂସ୍କୃତି ଓ ପର୍ଯଟନ ବିଭାଗ ତରଫରୁ ପ୍ରତିଦିନ ସଂଧ୍ୟାରେ ଓଡ଼ିଶୀ, ସମ୍ବଲପୁରୀ, ଗୋଟିପୁଅ, ଛଉ, ଭଜନ ପରି ବହୁ ସୁନ୍ଦର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ହୋଇଛି।

ଏଥିରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବହୁ କଳାକାର ଯୋଗଦାନ କରି ନିଜର କଳା ପ୍ରଦର୍ଶନ କରିବେ। କେବଳ କୁନିକୁନି ପିଲାଙ୍କ ପାଇଁ ରଜ ଦୋଳିର ବ୍ୟବସ୍ଥା ହୋଇଛି। ମନ୍ଦିର ବାହାରେ ବିଭିନ୍ନ ଦୋକାନ ବଜାର ମଧ୍ୟ ବସିବ। ଶ୍ରଦ୍ଧାଳୁମାନେ ରଜର ମଜା ଉଠାଇ ମା’ଙ୍କୁ ଦର୍ଶନ କରି ଶୃଙ୍ଖଳାର ସହିତ ଫେରିବାର ବ୍ୟାବସ୍ଥା ହୋଇଥିବା ବିଷୟ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ। ସେହିପରି ଭାବେ ତା ୧୭.୦୬.୨୨ ରିଖ ଠାକୁରାଣୀ ବୁଡ଼ ଦିନ ମା’ ମହାଲକ୍ଷ୍ମୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ।