ଚଳିତ ବର୍ଷ ବଡ଼କୁଳ ଓଡ଼ି ଆର୍ଟ ସେଣ୍ଟରରେ ପାଳନ ହେବ ତିନି ଦିନ ବ୍ୟାପି ରଜ ମହୋତ୍ସବ

Published: Jun 13, 2022, 9:02 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଓଡ଼ି ଆର୍ଟ ସେଣ୍ଟର ପରିସରରେ ରଜ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ି ଆର୍ଟ ସଦସ୍ୟ ଜିତୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅନୁଷ୍ଠାନର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ତିନି ଦିନ ବ୍ୟାପି ପାଳନ ହେବାକୁ ଥିବା ରଜ ଉତ୍ସବ ସମ୍ବନ୍ଧୀୟ ସୂଚନା ଦେଇଥିଲେ।

ଉକ୍ତ ତିନି ଦିନ ରଜ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାମାନ କରାଯିବା ସହ ଜିଲ୍ଲା ସ୍ତରୀୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ। ପ୍ରଥମ ରଜରେ ପାନ ଭଙ୍ଗା, ପାନ ଖିଆ, ରଜ ପିଠା ପ୍ରସ୍ତୁତି, ଶାଢ଼ୀ ପିନ୍ଧା ପ୍ରତିଯୋଗିତା ହେବାକୁ ଥିବାବେଳେ, ମଝି ରଜରେ ବେଣୀ ଖୋସା, ମେହେନ୍ଦୀ, ନୃତ୍ୟ ପ୍ରତିଯୋଗିତା କରାଯିବ ଏବଂ ଶେଷ ରଜରେ ଗୀତ, ଅନ୍ତାକ୍ଷରି ଓ ସାଧାରଣ ଜ୍ଞାନ ଉପରେ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ।

ଏହା ସହ ଉକ୍ତ ଦିନ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ନେଇ ସଂସ୍ଥାର ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ଅନୁଷ୍ଠିତ ସମ୍ମିଳନୀରେ ସୁମତି ମଲ୍ଲିକ, ଶୁଭଶ୍ରୀ ଜେନାଙ୍କ ସମେତ ଓଡ଼ି ଆର୍ଟର ସମସ୍ତ କର୍ମୀବୃନ୍ଦ ଉପସ୍ଥିତ ଥିଲେ।

Related posts