
ଭୁବନେଶ୍ବର: ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡିଶାର ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେଥିପାଇଁ ସେ 20 ତାରିଖ ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବେ। ଏହି କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ତରଫରୁ ଜନତା ମଇଦାନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଉ ଅଳ୍ପ ଦିନ ଥିବାରୁ ସେଠାର ପ୍ରସ୍ତୁତି ତଦାରଖ କରିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।
ସେ ଆଜି ପୂର୍ବାହ୍ନରେ ଜନତା ମଇଦାନ ଗସ୍ତ କରି ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ସେହି ମଞ୍ଚରେ ପ୍ରାୟ ଏକ ଘଣ୍ଟା ଧରି ଭାଷଣ ପ୍ରଦାନ କରିବେ। ଏଥିସହିତ ସେ ସେହି ସ୍ଥାନରେ ପ୍ରାୟ ଦେଢଘଣ୍ଟା ଧରି ରହିବେ। ସେଥିପାଇଁ ଉଭୟ ଦଳ ଏବଂ ସରକାରଙ୍କ ତରଫରୁ ପ୍ରସ୍ତୁତି କରାଯାଇଛି। ସେଦିନ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରୁ ଏକ ରୋଡ ସୋ କରି ଜନତା ମଇଦାନ ଆସିବେ।