
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଥାନା ପେଣ୍ଠବବାହାଲ ନିକଟରେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ୨ ଜଣ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡିଛି।
ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ପେଣ୍ଠବାହାଳ ନିକଟରେ ରେଢ଼ାଖୋଲ ପଟୁ ନାକଟିଦେଉଳ ପଟକୁ ଆସୁଥିବା ୨ ଜଣ ବାଇକ ଆରୋହୀ ବିଦ୍ୟୁତ ଖୁମ୍ବରେ ପିଟି ହୋଇ ଯାଇଥିଲେ। ଘଟଣା ସ୍ଥଳରେ ରେଢ଼ାଖୋଲ ଥାନା ଘୋଷରାମାଲ ଗ୍ରାମର ସୁମନ ଡ଼ଙ୍ଗୀ (୨୫) ରିଆମାଳ ଥାନା କୁମାଳ ଗ୍ରାମର ଶୁଭମ ନାଏକ (୨୪) ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି। ପୋଲିସ ଏକ ଅପମୃତ୍ୟୁ
ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
Tags: ଦୁଇ ମୃତ, ନାକଟିଦେଉଳ ଥାନା