Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ମୃତ, ୪ ଆହତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ପଙ୍କଳବାଡି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦିପୁନ୍ ଭୁୟାଁ ଓ ଲିପୁନ୍ ସ୍ବାଇଁ ନାମରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇ କବିସୂର୍ଯ୍ୟ ନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଖବର ପାଇ କବିସୂର୍ଯ୍ୟ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ପାଇଁ ନେଇଥିଲା ବେଳେ ଉକ୍ତ ଦୁଇ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିବାସହ ଅନୁଧ୍ୟାନ କରି ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଇକ ଦୁର୍ଘଟଣାରେ ଦୁଇ ମୃତ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଧରାକୋଟ: ଧରାକୋଟ ନିକଟସ୍ଥ ୫୯ ନମ୍ବର ଜାତୀୟ ରାଜପଥର ହନୁମାନ ଦ୍ଵାର ଓ ମୁଣ୍ଡମରାଇ ମଝିରେ ଆଜି କେଟିଏମ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସେଥିରେ ଯାଉଥିବା ନିକଟସ୍ଥ ନୂଆଗଡ ଗ୍ରାମର ରିଙ୍କୁ ନାୟକ ଓ ରାହୁଲ ନାୟକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ଖବର ପାଇ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତ ଦେହକୁ ଦମକଳ ବାହିନୀ ସହାୟତାରେ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ କେସ ନ ୨୯୭/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଆଜି ନିଜ ଗାଁ ନୂଆଗଡରୁ ଉଭୟ ରିଙ୍କୁ ଓ ରାହୁଲ କେଟିଏମ ବାଇକ ଯୋଗେ ଆସିକା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଏକ ହାଇୱା ଗାଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। ଠିକ ସେତିକି ବେଳେ ରାସ୍ତା ପାର୍ଶ୍ବରେ ଥିବା କାଦୁଅରେ ଗାଡ଼ି ଖସିଯିବା ଯୋଗୁଁ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇ ସାମ୍ନା ପଟୁ ଆସୁଥିବା ହିରୋ ବାଇକ ସହ ଧକ୍କା ହୋଇଥିଲା।

ଦୁର୍ଘଟଣାର ତୀବ୍ରତା ଅଧିକ ଥିବାରୁ ରାସ୍ତାରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବୋଲେରୋ ଓ ବୁଲେଟ୍ ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ବାଲିପଡା ଛକ ଏକ ହୋଟେଲ ସାମ୍ନାରେ ଗୋଟିଏ ବୁଲେଟ୍ ମୋଟରସାଇକେଲକୁ ଆଉ ଏକ ବୋଲେରୋ ଗାଡ଼ି ଧକ୍କା ଦେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବାଲିପଡା ଗ୍ରାମର ସୁଶାନ୍ତ ନାୟକ ଓ ପତିତପାବନ ପୁର ଗ୍ରାମର ଅମିୟ ଦାସଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହାସହ ସଂଗ୍ରାମ ସାହୁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅମିୟ ଦାସ ନିଜ ସାଙ୍ଗ ସୁଶାନ୍ତକୁ ଛାଡ଼ିବା ପାଇଁ ବାଲିପଡା ଇନ୍ଦିରା ଆବାସ କଲୋନୀକୁ ଯାଉଥିବା ବେଳେ ହଠାତ୍ ଏକ ବୋଲେରୋ ଗାଡ଼ି ଧକ୍କାରେ ଦୁଇ ମୋଟରସାଇକେଲ ଆରୋହୀ ତଳେ ପଡ଼ିଯିବା ପରେ ସେଠାରୁ ଚମ୍ପଟ୍ ମାରିବାକୁ ଉଦ୍ୟମ କରୁଥିବା ବୋଲେରୋ ଚାଳକ ପୁଣି ସଂଗ୍ରାମ ସାହୁ ନାମକ ଜଣେ ଯୁବକକୁ ଧକ୍କା ଦେଇ ସେଠାରୁ ପଳାୟନ କରିଥିଲା। ଖବର ପାଇ ଅଞ୍ଚଳ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯୁବକ ମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ।

ଚିକିତ୍ସା ସମୟରେ ଅମିୟ ଓ ସୁଶାନ୍ତଙ୍କ ବିୟୋଗ ଘଟିଥିବା ବେଳେ ଗୁରୁତର ସୁଶାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ର ଅନୁସନ୍ଧାନ ଚଳାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦୁର୍ଘଟଣାଗ୍ରସ୍ତ ହୋଇ ଘର ଉପରେ ପଡ଼ିଲା ମିଗ -୨୧ ଯୁଦ୍ଧ ବିମାନ, ଦୁଇ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମିଗ୍ -୨୧ ଯୁଦ୍ଧ ବିମାନ ଆଜି ପୂର୍ବାହ୍ନରେ ରାଜସ୍ଥାନର ହନୁମାନଗଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ସୁରଟଗଡରୁ ଉଡାଣ ଆରମ୍ଭ କରିଥିଲା। ପାଇଲଟ୍ ଏବଂ ସହ-ପାଇଲଟ୍ ସୁରକ୍ଷିତ ଅଛନ୍ତି।

ପ୍ରକାଶ ଯେ ପାଇଲଟ୍ ଏବଂ ସହ-ପାଇଲଟ୍ ଠିକ୍ ସମୟରେ ପାରାଚ୍ୟୁଟ୍ ସାହାଯ୍ୟରେ ବିମାନରୁ ଡେଇଁପଡିଥିଲେ, ଯେଉଁଥିପାଇଁ ଉଭୟଙ୍କ ଜୀବନ ରକ୍ଷା ହୋଇପାରିଛି। ହେଲିକପ୍ଟରଟି ଗୋଟିଏ ଘର ଉପରେ ପଡିଛି। ଏହି କାରଣରୁ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ତେବେ ବାୟୁସେନା ପକ୍ଷରୁ କୌଣସି ନିଶ୍ଚିତତା ହୋଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଗୁଣପୁରରେ ବସ୍ ଦୁର୍ଘଟଣା, ଦୁଇ ମୃତ, ବସ୍ ଜବତ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଜଣେ ଯୁବକ ଓ ଜଣେ ବାଳକର ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ଠାରୁ ଗୁଣପୁର ଆସୁଥିବା ଆୟାପ୍ପା ନାମକ ଯାତ୍ରୀବାହୀ ବସ୍ ଗୋଟିଏ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍ କୁ ବସ୍ ଟି ଏମିତି ଭୟଙ୍କର ଧକ୍କା ଦେଇଥିଲା ଯେ, ଘଟଣାସ୍ଥଳରୁ କଚାଡି ହୋଇ ଗଜପତି ଜିଲ୍ଲା ନୁଆଁଗଡ ଗ୍ରାମର ସନ୍ତୋଷ ପ୍ରଧାନ ଓ ଶରଧାପୁର ଗ୍ରାମର ଚିଣ୍ଟୁ ପ୍ରଧାନ ନାମକ ଜଣେ ବାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଖବର ପାଇ ଗୁଣପୁର ଥାନ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ବସ୍ କୁ ଜବତ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କ ଘରେ ବୋମା ବିସ୍ଫୋରଣ, ଦୁଇ ମୃତ, ବିଜେପି ଆଣିଲା ଗୁରୁତର ଅଭିଯୋଗ

କଲିକତା: ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ଭୁପତିନଗରର ଟିଏମସି ନେତା ରାଜକୁମାରଙ୍କ ଘରେ ବୋମା ବିସ୍ଫୋରଣ ହେବାର ଏକ ବଡ ଖବର ଆସିଛି। ଏହି ଦୁର୍ଘଟଣାରେ ଦୁଇ ଟିଏମସି କର୍ମୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଆହତ ହୋଇଛନ୍ତି। ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ବୈଠକ ପୂର୍ବରୁ ଭୁପତିନଗରରେ ଏହି ବିସ୍ଫୋରଣ ଘଟିଛି। ଏହା ସହିତ ବିସ୍ଫୋରଣ ସ୍ଥାନରୁ ଦେଢ କିଲୋମିଟର ଦୂରରେ ଟିଏମସି ବୁଥ ସଭାପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ ଏଠାରେ ଏକ ଦେଶୀ ବୋମା ମିଳିଛି, ଯେଉଁଥିପାଇଁ ଏହି ବୋମା ବିସ୍ଫୋରଣ ହୋଇଥିଲା। ଏହି ଘଟଣାର ପୋଲିସ ତଦନ୍ତ କରୁଛି। ମେଦିନାପୁର ପୋଲିସ ଷ୍ଟେସନ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ବିଜେପିର ଗୁରୁତର ଅଭିଯୋଗ ଆଣିଛି:

ଅନ୍ୟପକ୍ଷରେ ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୈତିକ ଉତ୍ତେଜନା ମଧ୍ୟ ଶିଖରରେ ରହିଛି। ଟିଏମସି ନେତା ରାଜକୁମାରଙ୍କ ଘରେ ସ୍ୱଦେଶୀ ବୋମା ତିଆରି କରାଯାଉଥିବା ବିଜେପି ଅଭିଯୋଗ କରିଛି। ବିଜେପି କହିଛି ଯେ, ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ ହେବ ଏବଂ ଟିଏମସି ହିଂସା କରିବାକୁ ପ୍ରସ୍ତୁତ ହେଉଥିଲା। ଏହି ପ୍ରସଙ୍ଗରେ ଏନଆଇଏ ତଦନ୍ତ ଦାବି କରିଛି ବିଜେପି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ ବୋମା ବିସ୍ଫୋରଣ: ଦୁଇ ମୃତ

କୋଲକୋତା: ପଶ୍ଚିମବଙ୍ଗର ମାଲଦା ଠାରେ ଏକ ବୋମା ବିସ୍ଫୋରଣ ହୋଇଥିବା ଖବର ହସ୍ତଗତ ହୋଇଛି। ଯେଉଁଥିରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବୋମା ବିସ୍ଫୋରଣ କାରଣ ଜଣାପଡିନଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଗୋପାଳପୁରର ମାଣିକ ଚୌକରେ ଏହି ବିସ୍ଫୋରଣ ଘଟିଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

୧୬ନମ୍ବର ଜାତୀୟ ରାଜପଥ ବଘେଇପୁଟ ଛକ ନିକଟରେ ସିରିଜ ଦୁର୍ଘଟଣା: ଦୁଇ ମୃତ, ୯ ଆହତ

ନିରାକାରପୁର: ନିରାକାରପୁର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ବଘେଇପୁଟ ଛକ ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକର ପରିଚୟ ମିଳିନାହିଁ। ଆହତ ମାନଙ୍କୁ ଖୋର୍ଦ୍ଧା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଘଟଣାରୁ ଜଣାପଡିଛି ଗୋଟିଏ ବୋଲୋରୋ ଖୋର୍ଦ୍ଧା ପଟୁ ଟାଙ୍ଗୀ ଅଭିମୁଖେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଇଣ୍ଡିକା କାରକୁ ଧକ୍କା ଦେଇଥିଲା। ଏହାପରେ ଇଣ୍ଡିକା କାରଟି ଆଗରେ ଯାଉଥିବା ଏକ ଅଟୋକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତିନୋଟି ଗାଡି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡି ଯାଇଥିଲା।

ଗାଡିରେ ଥିବା ଯାତ୍ରୀମାନେ ଗୁରୁତର ଭାବରେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡିକାଲକୁ ପଠାଇଛନ୍ତି। ଦୁର୍ଘଟଣା ସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ଆହତମାନଙ୍କୁ ମେଡିକାଲକୁ ନେବା ବ୍ୟବସ୍ଥା କରିଛନ୍ତି।

ଜାତୀୟ ରାଜପଥ କାର୍ଯ୍ୟରେ ନିୟୋଜିତ ଏଆଇପିଏଲ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ କରାଯାଉଛି। ଆଜିର ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଶ୍ରମିକଙ୍କ କ୍ୟାମ୍ପ ଉପରକୁ ଚଢିଲା ବାଲି ବୋଝେଇ ହାଇୱା, ଦୁଇ ମୃତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶ୍ରମିକଙ୍କ କ୍ୟାମ୍ପ ଉପରକୁ ବାଲି ବୋଝେଇ ହାଇୱା ଚଢିଯାଇଛି। ଯାହାଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଶ୍ରମିକ ଆହତ ହୋଇଥିବା ସୂଚନା ରହିଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ନିକଟରେ ଏଭଳି ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଠିକା ସଂସ୍ଥାର ଶ୍ରମିକମାନେ କ୍ୟାମ୍ପରେ ଥିବା ବେଳେ ବାଲି ବୋଝେଇ ହାଇୱାଟି ନିୟନ୍ତ୍ରଣ ହରାଇ କ୍ୟାମ୍ପ ଉପରକୁ ଚଢାଇ ଦେଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ମୃତଦେହ ଉଦ୍ଧାର କରାଯାଇଥିଲା।

ଟାଉନ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇ ଦେଇଛି। ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିଚୟ ମିଳିଛି। ମୃତକ ଦ୍ୱୟ ପଶ୍ଚିମବଙ୍ଗର ମୃତକ ବାଦଲ ପାହାଣ ଓ କନକ ପାହାଣ ବୋଲି ଜଣାପଡିଛି। ସେହିଭଳି ଆହତ ଶ୍ରମିକ ଦ୍ୱୟ ହେଲେ ପଶ୍ଚିମବଙ୍ଗ ମସିହାନୋଟାର ସାଗର ମଣ୍ଡଳ ଓ ଅସିମ ସରକାର।

Categories
ଆଜିର ଖବର ରାଜ୍ୟ ଖବର

ପୃଥକ ପୃଥକ ବାଇକ ଦୁର୍ଘଟଣାରେ ୨ ମୃତ, ଜଣେ ଆହତ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ଚାରମାଳ ଥାନା ଅଞ୍ଚଳରେ ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ରେଢାଖୋଲ ଥାନା ଅନ୍ତର୍ଗତ ରେଢାଖୋଲ-ନାକଟିଦେଉଳ ରାସ୍ତାର ଡିମିରିକୁଡ଼ା ଗ୍ରାମ ନିକଟରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

ମୃତ ବାଇକ ଆରୋହି ଜଣଙ୍କ ହେଲେ ରେଢାଖୋଲ ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମର କୌସିକ ପ୍ରଧାନ (୪୦)। ସେ ବାଇକରେ ନିଜ ଘର ଶିମିଳିପାଳ ଗ୍ରାମରୁ ଜାତୀୟ ରାଜପଥ ଦେଇ ରେଢାଖୋଲକୁ କୌଣସି କାମରେ ଆସୁ ଥିବା ବେଳେ ଡିମିରିକୁଡ଼ା ଗ୍ରାମ ନିକଟରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ବାଇକ ଆରୋହି କୌସିକଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳକୁ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା।

ସେହିପରି ଅନ୍ୟ ଏକ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଚାରମାଳ ଥାନା ଅନ୍ତର୍ଗତ ସାଗଜୁରୀ ଗ୍ରାମରେ ଆଜି ପ୍ରାୟ ୨ଟା ବେଳେ ଏକ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହି ଜଣଙ୍କ ହେଲେ ଚାରମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ସୁନାମୁଦି ଗ୍ରାମର ରମେଶ ସାହୁ (୪୭)। ମୃତ ରମେଶ କୌଣସି କାମରେ ସାଗଜୁରୀ ଗ୍ରାମକୁ ଯାଇ ଥିବା ବେଳେ ସେ ନିଜ ଗ୍ରାମ ସୁନାମୁଦି ଗ୍ରାମକୁ ବାଇକରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସ୍ଥଳରେ ବାଇକ ଆରୋହି ରମେଶଙ୍କ ମୃତ୍ୟୁ ହୋଇଥିଲା।

ଏ ସଂକ୍ରାନ୍ତରେ ରେଢାଖୋଲ ଓ ଚାରମାଳ ଥାନାରେ ପୃଥକ ପୃଥକ ମାମଲା ରୁଜୁ ହେବା ସହ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି ପୋଲିସ କହିଛି। ସେହିପରି ରେଢାଖୋଲ- ବୌଦ୍ଧ ରାସ୍ତାର ରେଢାଖୋଲ ଥାନା ଅନ୍ତର୍ଗତ ଶୁଣ୍ଡିମୁଣ୍ଡା ଗ୍ରାମ ନିକଟରେ ହୋଇ ଥିବା ବାଇକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ସାଲେସିଂ ଗ୍ରାମର ହାଡିବନ୍ଧୁ କର୍ଣ। ସେ ଜାତୀୟ ରାଜପଥ ଦେଇ ଯାଉ ଥିବା ବେଳେ ଏକ କାର ଧକ୍କା ଦେଇ ଫେରାର ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି: କୟଥପଲା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କୁହୁଡି ହେଲା କାଳ। ଜାତୀୟ ରାଜପଥରେ ସ୍ପଷ୍ଟ ଦେଖା ନଯିବାରୁ ଘଟିଲା ଦୁର୍ଘଟଣା ଯେଉଁଥିରେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି। ଖବର ମୁତାବକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୟଥପଲା ଛକ ନିକଟରେ ଆଜି ସକାଳୁ ଯୋଡ଼ାରୁ ଗୋପାଳପୁର ଅଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକଟି ବ୍ରେକ ଡ଼ାଉନ ଲାଗି ଛିଡା ହୋଇଥିଲା।

ତେବେ କିଛି ସମୟ ପରେ ଆଉ ଏକ ଆଇରନ ବୋଝେଇ ଟ୍ରକଟି ପୂର୍ବରୁ ଛିଡା ହୋଉଥିବା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକର ଚାଳକ ଏବଂ ହେଲ୍ପର ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତେବେ ଘନ କୁହୁଡି ଯୋଗୁଁ ଉକ୍ତ ଦୁର୍ଘଟଣା ହୋଇଥିବାର ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ କହିଛନ୍ତି। ଅନୁରୂପ ଭାବେ ମୃତ ଗାଡ଼ି ଚାଳକ ଏବଂ ହେଲ୍ପର କେଉଁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଆଁପଦା ଅଞ୍ଚଳର ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି।

ମୃତକ ଦ୍ବୟ ହେଲେ ମୁନା ଜେନା(୨୫) ଏବଂ ବାବୁ ଜେନା(୫୦ )। ପୋଲିସ ଉଭୟ ଗାଡ଼ି ଜବତ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସୂଚନା ଦେଇଛି ଏବଂ ମୃତ ଶରୀର ଦ୍ବୟକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇ ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କୁଲଗାମରେ ତିନି ଅଣ-କାଶ୍ମୀରବାସୀଙ୍କ ଉପରକୁ ଗୁଳି ଚଳାଇଲେ ଆତଙ୍କବାଦୀ: ଦୁଇ ମୃତ

ଜମ୍ମୁ କାଶ୍ମୀର: ପୁଣିଥରେ ଆତଙ୍କବାଦୀମାନେ କାଶ୍ମୀରରେ ଏକ ଘୃଣ୍ୟ କାର୍ଯ୍ୟ କରିଛନ୍ତି। ଅଣ-କାଶ୍ମୀରବାସୀଙ୍କୁ କୁଲଗାମରେ ଆତଙ୍କବାଦୀମାନେ ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଲୋକମାନେ ସମସ୍ତେ ଶ୍ରମିକ ଏବଂ ସେଠାରେ କାମ କରନ୍ତି। ଆତଙ୍କବାଦୀଙ୍କ ଦ୍ଵାରା ଗୁଳି ଚଳାଇଥିବା ତିନିଜଣ ଅଣ-କାଶ୍ମୀରୀ ଶ୍ରମିକଙ୍କୁ ରାଜା ରେସି ଦେବ (ମୃତ), ଯୋଗୀନ୍ଦର ରେସି ଦେବ (ମୃତ) ଏବଂ ଚୁଞ୍ଚୁନ୍ ରେଶି ଦେବ (ଆହତ) ବୋଲି ଜଣାପଡିଛି। ସମସ୍ତେ ବିହାରର ବାସିନ୍ଦା। ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ଏହି ଶ୍ରମିକଙ୍କ ଘରେ ପଶି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ।

ପୁରା ଘଟଣା ସମ୍ପର୍କରେ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି ଯେ, କୁଲଗାମର ୱାନପୋହ ଅଞ୍ଚଳରେ ଆତଙ୍କବାଦୀମାନେ ଶ୍ରମିକଙ୍କ ଉପରେ ଅନ୍ଧାରୁଆ ଭାବରେ ଗୁଳି ଚଳାଇଥିଲେ। ଏହି ଆତଙ୍କବାଦୀ ଘଟଣାରେ ୦୨ ଜଣ ଅଣ-ସ୍ଥାନୀୟ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏବଂ ବିଏସଏଫ ଏହି ଅଞ୍ଚଳକୁ ଘେରି ରହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆସାମର ଡିଗବୋଇ ଅଞ୍ଚଳରେ ବିସ୍ଫୋରଣ: ଦୁଇ ମୃତ, ଦୁଇ ଆହତ

ଗୌହାଟି: ଆସାମର ତିନସୁକିୟା ଜିଲ୍ଲା ଅନ୍ତର୍ଗତ ଡିଗବୋଇ ଅଞ୍ଚଳରେ ଆଜି ବିସ୍ଫୋରଣ ହୋଇଛି। ଏହି ଗ୍ରେନେଡ ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହାତ ମଧ୍ୟ ହୋଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି। ଏହାସହ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆସାମ ପୋଲିସକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପାଇଲଟ ଟ୍ରେନିଂ ବିମାନ ଦୁର୍ଘଟଣାଗସ୍ତ : ଦୁଇ ମୃତ

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ୍ ଟ୍ରେନିଂ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାଇଲଟ୍ ଟ୍ରେନିଂ ନେଉଥିବାବେଳେ ଏୟାରଷ୍ଟ୍ରିପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟଙ୍କ ମୃତ୍ୟୁ ହୋଇଛି।  ମୃତ ପୁରୁଷ ପାଇଲଟ ଜଣଙ୍କ ପ୍ରଶିକ୍ଷକ ଥିବାବେଳେ ମହିଳା ଜଣକ ଟ୍ରେନି ପାଇଲଟ୍ ଥିଲେ।

ଆଜି ସକାଳେ ଏହି 2 ଟ୍ରେନି ପାଇଲଟ ଏୟାରଷ୍ଟ୍ରିପ ଉପରେ ଉଡ଼ୁଥିବା ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଉଡାଣ ସମୟରେ ବିମାନଟି ଖସିପଡ଼ିଥଲା ବୋଲି ସୂଚନା ମିଳିଛି। ଉଭୟଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଘାଟିରେ ଓଲଟିଲା ବରଯାତ୍ରୀ ଗାଡି : 2 ମୃତ

ଜୟପୁର : ଘାଟିରେ ଭ୍ୟାନ୍‌ ଓଲଟି ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିରେ 20 ଜଣ ଆହତ ହୋଇଛନ୍ତି । ବିଶିଂପୁର ଥାନା ଗୁରୁମାଈଗୁଡା ଘାଟିରେ ଭ୍ୟାନ୍‌ ଓଲଟିଯାଇଥିବାବେଳେ ଏଥିରେ 20 ଜଣ ଆହତ ହୋଇଛନ୍ତି । ବୋରିଗୁମ୍ମାରୁ ନବରଙ୍ଗପୁର ବରଯାତ୍ରୀ ଯାଉଥିବାବେଳେ ଦୁର୍ଘଟଣା ଘଟିଛି । 20 ଆହତଙ୍କ ମଧ୍ୟରୁ ଚାରିଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜୟପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ 16 ଜଣ ଆହତଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।