ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ, ଆଖି ଛଳଛଳ କରି ଆଶୁ ଆରୋଗ୍ୟ କାମନା କଲେ ମହିଳା ସମର୍ଥକ

Published: Jun 20, 2025, 3:35 pm IST

ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ସ୍ପଣ୍ଟଲାଇଟ ଚିକିତ୍ସା ପାଇଁ ମୁମ୍ବାଇ ଗଲେ। ସେ ପୂର୍ବରୁ ଆଜି ମୁମ୍ବାଇ ଯିବେ ଏବଂ 22 ତାରିଖରେ ଚିକିତ୍ସା ହେବ ବୋଲି ଅବଗତ କରାଇଥିଲେ। ଏହି ଖବର ପାଇବା ପରେ ଆଜି ସକାଳୁ ନବୀନ ନିବାସରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏପରିକି ଏହି ଭିଡ ଭୁବନେଶ୍ବର ବିମାନ ବନ୍ଦର ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ଶିଘ୍ର ଆରୋଗ୍ୟ ଲାଭ ପାଇଁ ସମସ୍ତେ ପ୍ରଭୃ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବାରେ ଲାଗିଥିଲେ।

ତେବେ ଏହି ଭିଡ ଭିତରେ ଅନେକ ମହିଳା କାନ୍ଦୁ ଥିବାର ଲକ୍ଷ୍ୟ କରାଯାଇଥିଲା। ନବୀନ ଘରୁ ବାହାରି ଗାଡିରେ ବସି ହାତ ହଲାଇ ହଲାଇ ବିମାନ ବନ୍ଦରକୁ ଯାଇଥିଲେ। ଏହି ସମୟରେ ନବୀନଙ୍କୁ ଦେଖି ମହିଳାମାନଙ୍କର ଆଖି ଛଳଛଳ ହୋଇଯାଇଥିଲା। ସେମାନେ ସମସ୍ତେ ପ୍ରଭୃ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିବାର ଲକ୍ଷ୍ୟ କରାଯାଇଥିଲା। ତାଙ୍କର ପ୍ରିୟ ନବୀନ ପଟ୍ଟନାୟକ ଖୁବ ଶିଘ୍ର ଆରୋଗ୍ୟ ଲାଭ କରି ଫେରି ଆସନ୍ତୁ ବୋଲି ସେମାନେ ମନେ ମନେ ଜଗନ୍ନାଥଙ୍କୁ କହୁଥିବାର ଦେଖାଯାଇଥିଲା।

Related posts