ଦଶମୂଳ ଚିକିତ୍ସା ପରେ ସୁସ୍ଥ ହେଲେ ମହାପ୍ରଭୃ, ଗଜପତିଙ୍କୁ ଦିଆଗଲା ଖବର

Published: Jun 22, 2025, 7:32 pm IST

ପୁରୀ: ଆଜି ତିନିଠାକରୁ ସୁସ୍ଥ୍ୟ ହୋଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିବା ପରେ ତିନିଠାକୁର ଜ୍ବରରେ ପିଡିତ ହୋଇପଡିଥିଲେ। ହେଲେ ତାଙ୍କୁ ଦଶମୂଳ ଚିକିତ୍ସା କରିବା ପରେ ଆଜି ସୁସ୍ଥ ହୋଇଛନ୍ତି। ଫଳରେ ଏହି ଖୁସି ଖବର ସେବାୟତମାନେ ଗଜପତି ମହାରାଜାଙ୍କୁ ପ୍ରଦାନ କରିଛନ୍ତି। ଏଥିସହିତ ମହାପ୍ରଭୃଙ୍କ ଶ୍ରୀଅଙ୍ଗ ଲାଗିଛଡା ସାମଗ୍ରୀ ପ୍ରଦାନ କରିଛନ୍ତି।

ସାଧାରଣତଃ ଜୈଷ୍ଠ ପୂର୍ଣ୍ଣିମାରେ ତିନିଠାକୁରଙ୍କ ସ୍ନାନ ନିତି ହୋଇଥାଏ। ଏହାପରେ ଠାକୁର ଜ୍ବରରେ ଅଣସର ଘରେ ପଡିରହିବେ। ପରେ ତାଙ୍କୁ ଆର୍ୟୁବେଦିକ ଔଷଧ ଦେବା ପରେ ସେ ଦ୍ବଦଶୀରେ ସୁସ୍ଥ ହୋଇଥାଆନ୍ତି। ସେଥିପାଇଁ ଆଜିର ଦିନକୁ ଅଣସର ଦ୍ବାଦଶୀ ବୋଲି କୁହାଯାଇଥାଏ।

Related posts