
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଅନ୍ତର୍ଗତ ଘୋଷରାମାଲ ପଞ୍ଚାୟତ ରାଇଲ ଗ୍ରାମ ନିକଟ ବେଲରୁଗୁଡି ଜଂଗଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ରାଇଲ ଗ୍ରାମର ଜୟରାମ ବିଶ୍ବାଳ। ସେ ଅପରାହ୍ନରେ ଗାଁ ପାଖ ବେଲରୁଗୁଡି ଜଂଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। ହେଲେ କୈାଣସି କାରଣରୁ ସେ ଏକ ଗଛ ମୂଳେ ମୁର୍ମୁଷ ଅବସ୍ଥାରେ ପଡିରହି ଥିବା ଗାଁ ଲୋକେ ଦେଖି ଥିଲେ।
ପରିବାର ଲୋକଙ୍କୁ ଖବର ଦେଇଥିଲେ ଗ୍ରାମବାସୀ। ପରିବାର ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି।
Tags: ନାକଟିଦେଉଳ ବ୍ଳକ, ସମ୍ବଲପୁର ଜିଲ୍ଲା