Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁରକ୍ଷାକର୍ମୀଙ୍କ ସହ ମତ ବିନିମୟ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ଆଜିର ଖବର

ସୁରକ୍ଷାକର୍ମୀଙ୍କ ସହ ମତ ବିନିମୟ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

June 24, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଛତିଶଗଡ଼ର ନ୍ୟୁ ରାୟପୁରରେ ସୁରକ୍ଷାକର୍ମୀଙ୍କ ସହ ମତ ବିନିମୟ କରିଛନ୍ତି। ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ, ବିଏସ୍ଏଫ୍ ର ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୁରକ୍ଷା କର୍ମୀମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, କୋବ୍ରା ଦଳ, ଛତିଶଗଡ଼ ପୋଲିସ ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ସାହସ, ବୀରତ୍ୱ, ବଳିଦାନ ଏବଂ ସମର୍ପଣ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ, “ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆମ ସୁରକ୍ଷା ବାହିନୀର ସାହସିକତା ଏବଂ ଅକ୍ଳାନ୍ତ ପ୍ରୟାସ ହିଁ ନକ୍ସଲବାଦ ବିରୋଧରେ ଲଢ଼େଇକୁ ସଫଳ କରିଛି।”

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଯେଉଁଭଳି ଭାବେ ସୁରକ୍ଷା ବାହିନୀ ବିପୁଳ ସାହସ, ଧୈର୍ଯ୍ୟ ଏବଂ ପ୍ରତିବଦ୍ଧତାର ସହ ମାଓବାଦୀଙ୍କ ଗୁପ୍ତ ସ୍ଥାନକୁ ଧ୍ୱଂସ କରିଛନ୍ତି, ତାହା ସାରା ବିଶ୍ୱରେ ସୁରକ୍ଷା ବାହିନୀଙ୍କୁ ଚକିତ କରିଦେଇଛି। “ମୁଁ ଜାଣେ ଯେ ଆମର ଯବାନମାନେ ଯାହା ହାସଲ କରିବାକୁ ସ୍ଥିର କରନ୍ତି, ସେମାନେ ସର୍ବଦା ସଫଳ ହୁଅନ୍ତି”, ବୋଲି ସେ କହିଥିଲେ। ଶ୍ରୀ ଶାହ ଆହୁରି ଜୋର ଦେଇ କହିଥିଲେ, “ଏହା ହେଉଛି ଆମର ସୁରକ୍ଷା ବାହିନୀ ଉପରେ ବିଶ୍ୱାସ ଯାହା ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ ଦୋହରାଇବି ଯେ ଆମେ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନକ୍ସଲବାଦକୁ ମୂଳପୋଛ କରିଦେବୁ।”

ଅମିତ ଶାହ କହିଥିଲେ ଯେ ଗରିବ ଆଦିବାସୀ ଅଞ୍ଚଳଗୁଡ଼ିକ ପାଇଁ ନକ୍ସଲବାଦ ଏକ ବଡ଼ ବିପର୍ଯ୍ୟୟ ହୋଇଛି, ଯେଉଁଥିରେ ଗତ ୩୫ ବର୍ଷ ମଧ୍ୟରେ ପ୍ରାୟ ୪,୦୦୦ ଲୋକ ପ୍ରାଣ ହରାଇଛନ୍ତି, ଏବଂ ଆହୁରି ଅନେକ ଅକ୍ଷମ ହୋଇ ପଡ଼ିଛନ୍ତି। ସେ କହିଥିଲେ ଯେ ଔଦ୍ୟୋଗିକ ବିକାଶର କୌଣସି ସମ୍ଭାବନା କଥା ଛାଡ଼ନ୍ତୁ, ନକ୍ସଲ ହିଂସା ଗରିବ ଆଦିବାସୀ ଜନସାଧାରଣଙ୍କୁ ଖାଦ୍ୟ, ବିଦ୍ୟୁତ, ଶିକ୍ଷା, ବାସଗୃହ, ଶୌଚାଳୟ ଏବଂ ସ୍ୱଚ୍ଛ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତାରୁ ବଞ୍ଚିତ କରିଥିଲା। ସମଗ୍ର ଅଞ୍ଚଳ ଦଶନ୍ଧି ଦଶନ୍ଧି ଧରି ଦାସତ୍ୱ ଭଳି ପରିସ୍ଥିତିରେ ବଞ୍ଚିବାକୁ ବାଧ୍ୟ ହୋଇଥିଲା, ଏବଂ ଏହି ଯନ୍ତ୍ରଣାର ମୂଳ କାରଣ ଥିଲା ନକ୍ସଲବାଦ। ସ୍ୱରାଷ୍ଟ୍ର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ଯେ ଯେହେତୁ ବିଭିନ୍ନ ଅଞ୍ଚଳରୁ ନକ୍ସଲବାଦ ସମାପ୍ତ ହେଉଛି, ଛତିଶଗଡ଼ ସରକାର ଖାଦ୍ୟ, ସ୍ୱାସ୍ଥ୍ୟସେବା, ଶିକ୍ଷା, ବିଦ୍ୟୁତ୍, ବାସଗୃହ, ପରିମଳ ଏବଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରୁଛନ୍ତି-ଯାହା ଦ୍ୱାରା ଲୋକଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, “ଯେତେବେଳେ ଏକ ପିଲା ବନ୍ଧୁକ ପରିବର୍ତ୍ତେ ଏକ ପେନସିଲ୍‍ ଉଠାଇ ‘କ, ଖ, ଗ” ଲେଖିବା ଆରମ୍ଭ କରେ, ଏହା କେବଳ ସେହି ପିଲାର ନୁହେଁ, ବରଂ ସମଗ୍ର ଦେଶର ଭବିଷ୍ୟତକୁ ବଦଳାଇ ଦିଏ। ସେହି ମୁହୂର୍ତ୍ତ ଅତି ନିକଟତର।”

ମିତ ଶାହ କହିଥିଲେ ଯେ ଯେତେବେଳେ ୨୦୨୬ ମସିହା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ନକ୍ସଲବାଦରୁ ମୁକ୍ତ ହେବ, ସେତେବେଳେ ଏହା ସ୍ୱାଧୀନତା ପରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ହେବ। ସେ କହିଥିଲେ ଯେ ଯେତେବେଳେ ନକ୍ସଲବାଦର ମୂଳୋତ୍ପାଟନ ଇତିହାସ ଲେଖାଯିବ, ସେତେବେଳେ ଆମ ସୁରକ୍ଷା ବାହିନୀର ବଳିଦାନ, ନିଷ୍ଠା ଏବଂ କଠିନ ପରିଶ୍ରମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଯିବ।

ଅମିତ ଶାହ ଛତିଶଗଡ଼ର ନ୍ୟୁ ରାୟପୁରରେ ‘ଲିଓର ଓଇନା “ପୁସ୍ତକର ମଧ୍ୟ ଉନ୍ମୋଚନ କରିଥିଲେ। ଏହି ପୁସ୍ତକଟି ନକ୍ସଲ ହିଂସାରେ ପୀଡିତଙ୍କ ଜୀବନ ଉପରେ ଆଧାରିତ। ଏହା ସେହି ନିର୍ଦ୍ଦୋଷ ଏବଂ ନିରସ୍ତ୍ର ଲୋକଙ୍କ ଯନ୍ତ୍ରଣାକୁ ବୁଝିବା ପାଇଁ ସହାୟକ ହେବ, ଯେଉଁମାନେ ନକ୍ସଲବାଦୀଙ୍କ ଦ୍ୱାରା କରାଯାଇଥିବା ନିଷ୍ଠୁର ହିଂସାର ଶିକାର ହୋଇଥିଲେ। ମାନବ ଅଧିକାର ନାମରେ ଯେଉଁମାନେ ନକ୍ସଲବାଦୀଙ୍କ ପ୍ରତି ସହାନୁଭୂତି ଦେଖାନ୍ତି, ସେମାନଙ୍କ ଆଖି ମଧ୍ୟ ଏହା ଖୋଲିଦେବ ଏବଂ ସେମାନଙ୍କ କାର୍ଯ୍ୟକଳାପକୁ ପଦାରେ ପକାଇବାରେ ସହାୟକ ହେବ।

ଅମିତ ଶାହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଛତିଶଗଡ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Latest News

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.