Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ଦକ୍ଷତା କେନ୍ଦ୍ରର ୧୬୭ ଛାତ୍ରଛାତ୍ରୀଙ୍କୁ ରିଲିଆନ୍ସ ନ୍ୟୁ ସୋଲାର ଏନର୍ଜି କମ୍ପାନିରେ ନିଯୁକ୍ତି ସୁଯୋଗ
ଆଜିର ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର ୧୬୭ ଛାତ୍ରଛାତ୍ରୀଙ୍କୁ ରିଲିଆନ୍ସ ନ୍ୟୁ ସୋଲାର ଏନର୍ଜି କମ୍ପାନିରେ ନିଯୁକ୍ତି ସୁଯୋଗ

June 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାରା ଦେଶରେ ଏବେ ଅକ୍ଷୟ ଶକ୍ତି ବା ସୌର ଶକ୍ତି ବ୍ୟବହାରର ଚାହିଦା ବଢ଼ି ଚାଲିଛି। ଏହି କ୍ଷେତ୍ର ଲାଗି ଆବଶ୍ୟକ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ବିଶେଷ ଭୂମିକା ଗ୍ରହଣ କରୁଛି। ଏହି କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ଶେଷ କରିଥିବା ୧୬୭ ଜଣ ଛାତ୍ରଛାତ୍ରୀ ଦେଶର ପ୍ରମୁଖ ସୌର ଶକ୍ତି ସେବା ପ୍ରଦାନକାରୀ ସଂସ୍ଥା ରିଲିଆନ୍ସ ନ୍ୟୁ ସୋଲାର ଏନର୍ଜିରେ ନିଯୁକ୍ତି ସୁଯୋଗ ପାଇଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ବ୍ୟାଚରେ ଅତ୍ୟାଧୁନିକ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ, ମେକାଟ୍ରୋନିକ୍ସ ଏବଂ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ପାଠ୍ୟକ୍ରମରେ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀ ଏହି ସୁଯୋଗ ପାଇଛନ୍ତି। ନିଯୁକ୍ତି ପାଇଥିବା ୧୬୭ ଜଣଙ୍କ ଭିତରେ ୧୩୨ ଜଣ ଛାତ୍ର ଏବଂ ୨୫ ଜଣ ଛାତ୍ରୀ ଅଛନ୍ତି।

ଏହି କ୍ଷେତ୍ରରେ ନିଯୁକ୍ତି ପାଇଥିବାରୁ ଛାତ୍ରଛାତ୍ରୀଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ସେମାନେ ରାଜ୍ୟ ସରକାର ଓ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ରଶ୍ମିତା ପଣ୍ଡା ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଦିଆଯାଉଥିବା ଉନ୍ନତ ମାନର ଶିକ୍ଷା ଓ ତାଲିମ ସହିତ ରାଜ୍ୟର କୁଶଳୀ ମାନବ ସମ୍ବଳ ଉପରେ ଇଣ୍ଡଷ୍ଟ୍ରି ଲିଡରମାନଙ୍କର ବିଶ୍ୱାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଭୁବନେଶ୍ୱରଠାରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ, ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଏବଂ ପ୍ରିସିସନ ଇଞ୍ଜିନିୟରିଂ ଭଳି ବିଷୟ ରହିଛି। ୨ ବର୍ଷିଆ ଆଇଟିଆଇ ଏବଂ ୩ ବର୍ଷିଆ ଡିପ୍ଲୋମା ପାସ୍ କରିଥିବା ଛାତ୍ରଛାତ୍ରୀ ଏଥିରେ ଆବେଦନ କରିପାରିବେ।

ସେହିପରି ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ବ୍ୟୁଟି ଆଣ୍ଡ ୱେଲନେସ୍ ପାଠ୍ୟକ୍ରମରେ ତାଲିମ ଦିଆଯାଉଛି। +୨ ଏବଂ ସଂପୃକ୍ତ ବିଷୟରେ ଆଇଟିଆଇ ବା କୌଣସି ବିଷୟରେ ଡିପ୍ଲୋମା କରିଥିବା ଛାତ୍ରଛାତ୍ରୀ ଏଥିରେ ତାଲିମ ପାଇଁ ଆବେଦନ କରିପାରିବେ।

ତାଲିମ ପାଠ୍ୟକ୍ରମ ଶେଷ ହେବା ପରେ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ଚଳିତବର୍ଷ ଦୁବାଇର ଜିନ୍ଦଲ ସ’ ଗଲ୍ଫ ଏଲଏଲସି ଏବଂ ଏମରିଲ୍ ସର୍ଭିସେସ୍ କମ୍ପାନିରେ ମଧ୍ୟ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି।

ନିଯୁକ୍ତି ସୁଯୋଗ ବିଶ୍ୱ ଦକ୍ଷତା କେନ୍ଦ୍ର ସୌର ଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Latest News

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.