Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖଣି, ରେଳପଥ, ଜଳସମ୍ପଦ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ; ସମୟ ସୀମାରେ ସାରିବାକୁ ଗୁରୁତ୍ୱ
ଆଜିର ଖବର

ଖଣି, ରେଳପଥ, ଜଳସମ୍ପଦ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ; ସମୟ ସୀମାରେ ସାରିବାକୁ ଗୁରୁତ୍ୱ

June 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଉଦବୋଧନ ଦେଇଥିଲେ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ସାଉଥ ବ୍ଲକରେ ପ୍ରଗତିର ୪୮ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରଗତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମିଲ କରୁଥିବା ସକ୍ରିୟ ଶାସନ ଏବଂ ସମୟଭିତ୍ତକ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ଆଇସିଟି ଆଧାରିତ ବହୁସ୍ତରୀୟ ପ୍ଲାଟଫର୍ମ।

ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଖଣି, ରେଳପଥ, ଜଳସମ୍ପଦ କ୍ଷେତ୍ରର କେତେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭମି ପ୍ରକଳ୍ପର ସମୀକ୍ଷା କରିଥିଲେ। ଆର୍ଥିକ ଅଭିବୃଦ୍ଧି ଓ ଜନ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟରେ ଶେଷ କରିବା, ଆନ୍ତଃସଂସ୍ଥାଗତ ସମନ୍ୱୟ ଏବଂ ସମସ୍ୟାର ସମାଧାନ ଆଦି ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ ଯେ, ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ଯୋଗୁ ବ୍ୟୟ ଅଟକଳ ଦୁଇଗୁଣା ହୋଇଥାଏ ଏବଂ ଅତ୍ୟାବଶ୍ୟକ ସେବା ଓ ଭିତ୍ତିଭୂମି ସୁବିଧାରୁ ନାଗରିକଙ୍କୁ ବଂଚିତ କରିଥାଏ। ଉଭୟ କେନ୍ଦ୍ର ଓ ରାଜ୍ୟ ଅଧିକାରୀମାନଙ୍କୁ ସେ ପରିଣାମ ସଞ୍ଚାଳିତ ଦୃଷ୍ଟିକୋଣ ଆଦରିବା ସହ ସୁଯୋଗର ସଦବ୍ୟବହାର କରି ଜୀବନକୁ ସମୃଦ୍ଧ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ- ଆୟୁଷ୍ମାନ ଭାରତ ହେଲଥ ଇନଫ୍ରାଷ୍ଟ୍ରକଚର ମିସନ (ପିଏମ୍-ଏବିଏଚଆଇଏମ୍) ର ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ଏ କ୍ଷେତ୍ରରେ ଆକାଂକ୍ଷୀ ଜିଲ୍ଲା, ଦୁର୍ଗମ, ଆଦିବାସୀ ଓ ସୀମାବର୍ତ୍ତୀ ଅଞ୍ଚଳକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ କହିଥିଲେ। ଗରିବ, ବଞ୍ଚିତ ବର୍ଗ ଏବଂ ଅବହେଳିତ ଜନସାଧାରଣଙ୍କ ପାଖରେ ଯେପରି ନ୍ୟାୟସଙ୍ଗତ ଭାବେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରିବ ତାହା ନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ଏସବୁ ଅଞ୍ଚଳରେ ମହତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ସମସ୍ୟାକୁ ଦୂର କରିବା ଦିଗରେ ତତ୍କାଳ ଓ ନିରନ୍ତର ପ୍ରୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ, ପିଏମ୍-ଏବିଏଚଆଇଏମ ରାଜ୍ୟଗୁଡ଼ିକ ପାଇଁ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରରେ ପ୍ରାଥମିକ, ତୃତୀୟକ ଏବଂ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଦୃଢ଼ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି ।

ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ବୃଦ୍ଧ କରିବା ପାଇଁ ଗ୍ରହଣ କରାଯାଇଥିବା ଅନୁକରଣୀୟ ଅଭ୍ୟାସର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କ ପଦକ୍ଷେପ ଗୁଡ଼ିକର ରଣନୀତିକ ଗୁରୁତ୍ୱତା ଏବଂ ଡିଫେନ୍ସ ଇକୋସିଷ୍ଟମରେ ନବପ୍ରବର୍ତ୍ତନକୁ ବଢ଼ାଇବାର କ୍ଷମତା ପାଇଁ ପ୍ରଶଂସା କରିଥିଲେ । ଏଗୁଡ଼ିକର ବ୍ୟାପକ ପ୍ରାସଙ୍ଗିକତାକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରର ଉଦାହରଣ ଦେଇଥିଲେ, ଯାହାକି ସ୍ୱଦେଶୀ ଜ୍ଞାନକୌଶଳ କ୍ଷମତାର ପ୍ରଦର୍ଶନ ଥିଲା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବିକଶିତ ଆତ୍ମନିର୍ଭରତାର ଦୃଢ଼ ଉଦାହରଣ ଥିଲା ।

ପ୍ରଧାନମନ୍ତ୍ରୀ ମଧ୍ୟ ଉଲ୍ଲେଖ କରିଥିଲେ, କିପରି ରାଜ୍ୟଗୁଡ଼ିକ କିପରି ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଅବଦାନ ଦେବାର ସୁଯୋଗ ଦେଇପାରିବେ ।

ନରେନ୍ଦ୍ର ମୋଦୀ ପ୍ରଗତି ବୈଠକ ସ୍ୱାସ୍ଥ୍ୟ ଭିତ୍ତିଭୂମି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭାରେ ଉଠିଲା ଓଡିଶାର ଭୂତଳ ଜଳସ୍ତର ହ୍ରାସ ପ୍ରସଂଗ, ଉତ୍ତରରେ ଜଳଶକ୍ତି ମନ୍ତ୍ରୀ କହିଲେ..

December 1, 2025

ପୂର୍ବତଟ ରେଳପଥ ଆୟୋଜନ କଲା ଦ୍ୱିତୀୟ ନୀଳାଦ୍ରି କପ୍ T-20 ଆନ୍ତଃବିଭାଗୀୟ କ୍ରିକେଟ୍ ଚାମ୍ପିଅନସିପ୍

December 1, 2025

Lok Sabha Adjourned: ଭୋଟର ତାଲିକା ସଂଶୋଧନ ନେଇ ତାତିଲେ ବିରୋଧୀ, ଲୋକସଭା ମୁଲତବି

December 1, 2025

ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ 2025ର ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

December 1, 2025
Latest News

Subhadra Shakti Mela: କୋଣାର୍କ ଉତ୍ସବ ଅବସରରେ ଉଦଘାଟିତ ହେଲା ସୁଭଦ୍ରା ଶକ୍ତି ମେଳା

December 1, 2025

Konark Sand Art Festival: କୋଣାର୍କରେ ଉଦଘାଟିତ ହେଲା ବାଲୁକା କଳା ଉତ୍ସବ

December 1, 2025

Konark Festival Inauguration: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ

December 1, 2025

SOA Yuva Sahitya Sammana: ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ପ୍ରଦାନ କରାଗଲା ସୋଆ ଯୁବ ସାହିତ୍ୟ ସମ୍ମାନ 

December 1, 2025

AIDS Awareness Program: ବ୍ରହ୍ମପୁରରେ ଏଡସ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

December 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.