Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
ଆଜିର ଖବର

ଖୋର୍ଦ୍ଧାରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

June 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ଏବଂ ପର୍ଯ୍ୟାଲୋଚନା ୟୁନିଟ ଆନୁକୁଲ୍ୟରେ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁଙ୍କ ପୌରହିତ୍ୟରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ଯଥା ବିଶିଷ୍ଟ ପରିସଂଖ୍ୟାନ ବିତ୍ ସ୍ବର୍ଗତ ପ୍ରଫେସର ପି.ସି.ମହାଲାନୋବିଶ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି।

ଦିବସ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରରେ ପ୍ରତ୍ୟେକ କାର୍ଯ୍ୟାଳୟରେ ପରିସଂଖ୍ୟାନ ଗଣନାକୁ ସୁଦୃଢ କରିବା ଉପଲକ୍ଷେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ପରିସଂଖ୍ୟାନ ବିଭାଗର ପରିସଂଖ୍ୟାନବିତ୍ ପ୍ରଫେସର ଆଲୋକ ରଞ୍ଜନ ବେହେରା ଯୋଗଦେଇ ପରିସଂଖ୍ୟାନ ପ୍ରତ୍ୟେକ କାର୍ଯ୍ୟାଳୟ ଏବଂ ଯୋଜନାର ସଫଳତା ଦିଗରେ ଅପରିହାର୍ଯ୍ୟ ବୋଲି ବକ୍ତବ୍ୟ ରଖି ପରିସଂଖ୍ୟାନର ଆବିଷ୍କାର, ଆବଶ୍ୟକତା ଏବଂ ପରିସଂଖ୍ୟାନ ପ୍ରତ୍ୟେକ ଯୋଜନାର କିଭଳି ଅବିଚ୍ଛେଦ୍ୟ ଅଙ୍ଗ ବକ୍ତବ୍ୟ ରଖି ସ୍ବର୍ଗତ ବିଶିଷ୍ଟ ପରିସଂଖ୍ୟାନ ବିତ ପ୍ରଫେସର ପି .ସି.ମହାଳାନୋବିଶ ଙ୍କ ଜିବନାଦର୍ଷ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ସଭାପତି ଭାଷଣରେ ମୁଖ୍ୟ ଜିଲ୍ଲା ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ କହିଲେ ଯେ, ଯୋଜନା ପ୍ରଣୟନରେ ଏବଂ ଉନ୍ନୟନ ପ୍ରକ୍ରିୟାରେ ପରିସଂଖ୍ୟାନ ପ୍ରଭାବ ପକାଇଥାଏ। ପରିସଂଖ୍ୟାନ ବିନା କୌଣସି କାର୍ଯ୍ୟ କରିବା ସମ୍ଭବ ନୁହେଁ। ଏକ ପରିସଂଖ୍ୟାନ ମୂଳକ ବଜେଟ ତାହାର ହିତାଧିକାରୀଙ୍କୁ ଶତ ପ୍ରତିଶତ ସଫଳତା ଦେଇଥାଏ। ଏଣୁ ବ୍ଲକ୍ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟ କରୁଥିବା ବ୍ଲକ୍ ପରିସଂଖ୍ୟାନ ଅଧିକାରୀ ଏବଂ ପ୍ରତ୍ୟେକ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ପରିସଂଖ୍ୟାନ ଅଧିକାରୀ, ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ସମସ୍ତେ ପ୍ରତ୍ୟେକ କାର୍ଯ୍ୟରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଚାର ବିମର୍ଶ କରି ଉତ୍ତମ ମାନର ପରିସଂଖ୍ୟାନ ପ୍ରସ୍ତୁତ କଲେ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଅଭିଭାଷଣ ରଖିଥିଲେ।

ସେହିପରି ବିଭିନ୍ନ ବିଭାଗର ଅନୁ ପ୍ରେରଣା ଦାୟକ ଭିଡିଓ ଏବଂ ବସ୍ତୁ/ପଦାର୍ଥ/ଦ୍ରବ୍ୟ ର ଦର ନିର୍ଦ୍ଧାରଣ ପରିସଂଖ୍ୟାନ ସଂଘମିତ୍ରା ମହାନ୍ତି ପାୱାର ପଏଣ୍ଟ ଉପକରଣରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ପ୍ରଥମ ଅଧିବେଶନରେ ରୋନାଲି ପଟ୍ଟନାୟକ ଧନ୍ୟ ବାଦ୍ ପ୍ରଦାନ କରିଥିଲେ। ସେହିପରି ଇଶ୍ଵର ଚନ୍ଦ୍ର ମଲ୍ଲିକ ବିଭିନ୍ନ ଚାଷର ସର୍ଭେ, ଧାନ, ଗହମ, ମକା, ମାଣ୍ଡିଆ, ଡାଲି ଯାତୀୟ ଓ ତୈଳ ଜାତୀୟ ଫସଲ,ଆଖୁ, ଝୋଟ ଓ ଆଳୁ ଜାତୀୟ ଫସଲର ବିସ୍ତୃତ ପରିସଂଖ୍ୟାନ ତଥ୍ୟ ଉପସ୍ଥାପନ କରିଥିଲେ।

ଉପନିର୍ଦ୍ଦେଶକ, ଡିପିଏମୟୁ ଶ୍ରୀ ଶଙ୍କର ବେହେରା ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ବେହେରା ସ୍ୟାଙ୍ଖିକ ବିଜ୍ଞାନର ପିତା ହେଉଛନ୍ତି ସ୍ବର୍ଗତ ପ୍ରଫେସର ପି ସି ମହାଲାନୋବିଶ୍ କହିବା ସହ ଦିବସ ପାଳନ ଓ କର୍ମଶାଳାର ଆଭିମୁଖ୍ୟ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଦିବସ ଅବସରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଚିଲିକା ବ୍ଲକ୍ ପରିସଂଖ୍ୟାନ ଅଧିକାରୀ, ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଭୁବନେଶ୍ୱର ବ୍ଲକ୍ ପରିସଂଖ୍ୟାନ ଅଧିକାରୀ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଗୁନିଆ ବ୍ଲକ୍ ପରିସଂଖ୍ୟାନ ଅଧିକାରୀ ଙ୍କୁ ସଭାପତି ଓ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଶେଷରେ କିରଣ ପ୍ରଭା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରାରମ୍ଭରେ ଡି ପି ଏମ ୟୁ କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ସ୍ବର୍ଗତ ପରିସଂଖ୍ୟାନ ବିଜ୍ଞାନୀ ପ୍ରଫେସର ପି ସି ମହାଲାନୋବିଶଙ୍କ ଫଟୋ ଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସଭା ସଞ୍ଚାଳନ ଶ୍ରୀମତୀ ସସ୍ମିତା ମିଶ୍ର ସମ୍ପାଦନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ବ୍ଲକ୍ ପରିସଂଖ୍ୟାନ ଅଧିକାରୀ, କ୍ଷେତ୍ର କର୍ମଚାରୀ ମାନେ ଯୋଗଦେଇଥିଲେ।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026
Latest News

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.