Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଳରୁ ଇସ୍ତଫା ଦେଲେ ବିଜେପି ବିଧାୟକ ଟି ରାଜା ସିଂହ: ହାଇକମାଣ୍ଡଙ୍କ ସହ ମତଭେଦର କାରଣ
ଆଜିର ଖବର

ଦଳରୁ ଇସ୍ତଫା ଦେଲେ ବିଜେପି ବିଧାୟକ ଟି ରାଜା ସିଂହ: ହାଇକମାଣ୍ଡଙ୍କ ସହ ମତଭେଦର କାରଣ

June 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ତେଲେଙ୍ଗାନାର ଫାୟାରବ୍ରାଣ୍ଡ ନେତା ଏବଂ ଗୋଶାମହଲର ବିଧାୟକ ଟି ରାଜା ସିଂହ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ତାଙ୍କର କିଛି ଦିନ ଧରି ତେଲେଙ୍ଗାନା ଦଳୀୟ ନେତୃତ୍ୱ ସହିତ ବିବାଦ ଚାଲିଥିଲା। ରାଜ୍ୟ ବିଜେପି ସଭାପତି ପଦ ପାଇଁ ଏନ ରାମଚନ୍ଦ୍ର ରାଓଙ୍କ ନାମ ଉପରେ ବିଜେପି ହାଇକମାଣ୍ଡ ସହମତ ହୋଇଛନ୍ତି, ଯାହା ଉପରେ ସେ କ୍ଷୁବ୍ଧ। କୁହାଯାଉଛି ଯେ, ଏଥିରେ କ୍ଷୁବ୍ଧ ହୋଇ ସେ ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟ କୁମାରଙ୍କ ନିକଟକୁ ତାଙ୍କର ଇସ୍ତଫା ପଠାଇଛନ୍ତି।

ରାଜା ସିଂହ ଏହି ଇସ୍ତଫାକୁ ଲକ୍ଷ ଲକ୍ଷ କର୍ମୀଙ୍କ ସ୍ୱର ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଏହି ନିଷ୍ପତ୍ତି ତାଙ୍କ ପାଇଁ ଯନ୍ତ୍ରଣାଦାୟକ, କିନ୍ତୁ ଆବଶ୍ୟକ ଥିଲା। ରାଜା ସିଂହ ବିଜେପିର ତେଲେଙ୍ଗାନା ରାଜ୍ୟ ସଭାପତି ଜି କିଶନ ରେଡ୍ଡିଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, ଏନ ରାମଚନ୍ଦ୍ର ରାଓଙ୍କ ନିଯୁକ୍ତି ଦଳୀୟ କର୍ମୀ ଏବଂ ନେତାଙ୍କ ମଧ୍ୟରେ ଗଭୀର ନିରାଶା ସୃଷ୍ଟି କରିଛି। ସେ ଅଭିଯୋଗ କରିଛନ୍ତି ଯେ, କିଛି ଲୋକ କେନ୍ଦ୍ରୀୟ ନେତୃତ୍ୱକୁ ଭ୍ରମିତ କରି ଏହି ନିଷ୍ପତ୍ତି ନେଇଛନ୍ତି, ଯାହା ଦଳର ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥ ଦ୍ୱାରା ପ୍ରେରିତ।

ଗୋଶାମହଲ ବିଧାୟକ ରାଜା ସିଂହ କହିଛନ୍ତି ଯେ, ତେଲେଙ୍ଗାନାରେ ବିଜେପି ସରକାର ଗଠନ କରିବାକୁ ଯାଉଛି, କିନ୍ତୁ ଭୁଲ ନେତୃତ୍ୱ ଚୟନ ଯୋଗୁଁ ଏହି ସୁଯୋଗ ହାତଛଡ଼ା ହେଉଥିବା ପରି ମନେ ହେଉଛି। ରାଜା ସିଂହ ତାଙ୍କର ସାର୍ବଜନୀନ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ଯେ, ବିଜେପି ଛାଡିବା ସତ୍ତ୍ୱେ, ସେ ହିନ୍ଦୁତ୍ୱର ଚିନ୍ତାଧାରା ଏବଂ ଗୋଶାମହଲର ଲୋକଙ୍କ ସେବା ପ୍ରତି ପ୍ରତିବଦ୍ଧ ରହିବେ।

ସେ କହିଛନ୍ତି ଯେ, “ମୋର ଏହି ପଦକ୍ଷେପ ବିଚାରଧାରାର ବିରୋଧୀ ନୁହେଁ, ବରଂ ନେତୃତ୍ୱର ନିଷ୍ପତ୍ତି ବିରୁଦ୍ଧରେ। ମୁଁ ହିନ୍ଦୁ ସମ୍ପ୍ରଦାୟ ସହିତ ଦୃଢ଼ ଭାବରେ ଠିଆ ହେବି।” ସେ ଦଳର ବରିଷ୍ଠ ନେତୃତ୍ୱ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେପି ନଡ୍ଡା, ଅମିତ ଶାହ ଏବଂ ବିଏଲ ସନ୍ତୋଷଙ୍କୁ ଏହି ପ୍ରସଙ୍ଗ ଉପରେ ପୁନର୍ବିଚାର କରିବାକୁ ମଧ୍ୟ ନିବେଦନ କରିଛନ୍ତି।

BJP Breaking News telengana TRajaSingh
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025
Latest News

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.