Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେବଗଡ଼ରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନରେ ଗଛ ଲଗାଇଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଦେବଗଡ଼ରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନରେ ଗଛ ଲଗାଇଲେ କେନ୍ଦ୍ରମନ୍ତ୍ରୀ

July 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତିଳେଇବଣି: ଦେବଗଡ଼ ଜିଲ୍ଲାରେ ମୋଟ ୨୩ ପ୍ରତିଶତ ଜଙ୍ଗଲ ଅଛି। ଏହାକୁ ଅନ୍ତତଃ ୩୫ ପ୍ରତିଶତ କରିବା ପାଇଁ ଆମ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ହେବ ବୋଲି ଶୁକ୍ରବାର ଦେବଗଡ଼ ଜିଲ୍ଲା ତିଳେଇବଣି ସୁଗୁଡା ଅଞ୍ଚଳରେ  “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଅଧୀନରେ ବୃକ୍ଷରୋପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ “୭୬ତମ ବନ ମହୋତ୍ସବ ସପ୍ତାହ – ୨୦୨୫”ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବୃକ୍ଷ ଏବଂ ଜଙ୍ଗଲ ଆମର ଜୀବନ। ଶ୍ରୀଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁ ଜଗନ୍ନାଥ, ଜଙ୍ଗଲ ଏବଂ ଓଡ଼ିଶାର ଅନନ୍ୟ ସମ୍ପର୍କ ରହିଛି। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣ ମାନବ ସମାଜ ପାଇଁ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହାକୁ ସନ୍ତୁଳିତ କରି ରଖିବା ପାଇଁ ହେଲେ ଆମେ ସମସ୍ତେ ଗଛ ଲଗାଇବା ସହ ତା’ର ଯତ୍ନ ନେବା ଦରକାର। ଦେବଗଡ଼କୁ ସବୁଜ ସହରରେ ପରିଣତ କରିବା ଦରକାର।

ଆମେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନରେ ସାମିଲ ହୋଇ ସମସ୍ତେ ଗଛ ଲଗାଇବା। ଘର ଠାରୁ ଆରମ୍ଭ କରି ସ୍କୁଲ, କଲେଜ, ରାସ୍ତା, ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଗଛ ଲଗାଇ ପର୍ଯ୍ୟାବରଣକୁ ସୁରକ୍ଷିତ ରଖିବା। ଏଥିପାଇଁ ଆବାଳବୃଦ୍ଧବନିତାଙ୍କୁ ଆଗେଇ ଆସିବା ସହ ଗଛ ଲଗାଇବାର ପାଗଳପଣ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ଦେବଗଡ଼ ବନଖଣ୍ଡରେ ୯ ଲକ୍ଷ ୫୦ ହଜାର ଗଛ ଲଗାଇବା ଲକ୍ଷ୍ୟ ରଖାଯାଇଥିବା ବେଳେ ସବୁ ବର୍ଗର ଲୋକଙ୍କୁ ସାମିଲ କରି ଏହାକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୃକ୍ଷରୋପଣ ଅଭିଯାନରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସ୍କୁଲ ଛାତ୍ରଛାତ୍ରୀ, ଯୁବ ସଂଗଠନ, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ପରିବେଶବିତ ଓ ପ୍ରକୃତିପ୍ରେମୀମାନେ ସାମିଲ ହୋଇ ଗଛ ଲଗାଇଥିଲେ। ଉଲ୍ଲେଖନୀୟ ଯେ, ଦେବଗଡ଼ରେ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ତଥା ସମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଦେବଗଡ଼ ବନଖଣ୍ଡ ପଦକ୍ଷେପ ଅନ୍ତର୍ଗତ ଶ୍ରୀ ପ୍ରଧାନ ଏକ ଭ୍ରାମ୍ୟମାଣ ସବୁଜ ରଥର ଶୁଭାରମ୍ଭ କରିଥିଲେ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏସଏଚଜି ଭଉଣୀ ଏବଂ ଗଜସାଥୀମାନଙ୍କୁ ସମ୍ମାନିତ ମଧ୍ୟ କରିଥିଲେ।

ଏକ୍ ପେଡ୍ ମା’ କେ ନାମ ୨.୦ ଦେବଗଡ ଜିଲ୍ଲା ଧର୍ମେନ୍ଦ୍ର ପ୍ରଧାନ ବୃକ୍ଷରୋପଣ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025
Latest News

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.