
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଡ ଜୈନିକ ବ୍ୟକ୍ତିଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଆଜି ସକାଳେ ଭିଜିଲାନ୍ସ ଦ୍ବାରା ଧରାପଡ଼ି ଗିରଫ ହୋଇଛନ୍ତି।
ପ୍ରକାଶ ଯେ, ରେଢ଼ାଖୋଲ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଶୁଭ ପ୍ରକାଶ ସୋରେନ ଓ ପୋଗ୍ରାମ ଆସିଷ୍ଟାଣ୍ଟ ମହେଶ୍ୱର ସାହୁ ରେଢ଼ାଖୋଲ ଅଂଚଳର ଜଣେ ବ୍ରଏଲର କୁକୁଡ଼ା ଚାଷୀଙ୍କୁ ସବସିଡି ଟଙ୍କା କରେଇ ଦେବାକୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡି ବସିଥିଲେ। କୁକୁଡ଼ା ଚାଷ କରିଥିବାରୁ ସବସିଡି ରାଶି ୫୪ ହଜାର ଟଙ୍କା ପାସ୍ କରିବା ପାଇଁ ଦୁଇ ଅଧିକାରୀ ୫ହଜାର ଟଙ୍କା ଆଗରୁ ମାଗିଥିଲେ। ହିତାଧିକାରୀ ଜଣକ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଭିଜିଲାନ୍ସ ବିଭାଗ ଅଭିଯୋଗ ପାଇବା ପରେ ଯୋଜନା ବଦ୍ଧ ଭାବରେ ଲାଞ୍ଚ ଦେଲା ସମୟରେ ରେଢ଼ାଖୋଲ ପ୍ରାଣୀ ଚିକିତ୍ସାଳୟରେ ମାଡ଼ି ବସିଥିଲେ।
ଉଭୟଙ୍କୁ ଗିରଫ କରି ସମ୍ବଲପୁର ଭିଜିଲାନ୍ସ ଅଫିସ କୁ ନେଇ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି। ସେମାନ ଙ୍କ ନାମରେ ଭିଜିଲାନ୍ସ ପି ଏସ କେସ ନଂ ୧୪ ତା_୬/୭/୨୫ ୟୂ/ଏସ୍ ୭ / ୧୨ ପିସି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ।