ଆସନ୍ତାକାଲି ଦେଶବ୍ୟାପି ହରତାଳ ଡାକରା ଦେଲା ଦଶଟି ଶ୍ରମିକ ସଂଗଠନ, ଜାଣନ୍ତୁ କାରଣ

Published: Jul 8, 2025, 1:11 pm IST
hartal

ଭୁବନେଶ୍ବର: ଆସନ୍ତାକାଲି ଦେଶର ଦଶଟି ଶ୍ରମିକ ସଂଗଠନ ଦେଶ ବ୍ୟାପି ହରତାଳ ଡାକରା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ 17 ଦଫା ଦାବୀ ନେଇ ଏହି ବନ୍ଦ ଡାକରା ଦିଆଯାଇଛି।ଏଥିରେ ଶ୍ରମିକ ସଂଗଠନଗୁଡିକ ନିଜ ଅଞ୍ଚଳର ବିଭିନ୍ନ ଅଫିସ, ବ୍ଲକ, ତହସିଲ, ସବଡିଭିଜନ ପ୍ରଭୃତି ସ୍ଥାନରେ ଏହି ହରତାଳ କରାଯିବ।

ଏଥିରେ ଯେଉଁମାନେ ଶ୍ରମିକ ସଂଗଠନ ସାମିଲ ହୋଇଛନ୍ତି ସେମାନେ ହେଲେ ଆଇଏନୟୁଟିସି, ଆଇୟୁଟିସି, ଏସଏଚଏମ, ସିଟୁ ପ୍ରମୁଖ ଅଛନ୍ତି। ମୁଖ୍ୟତଃ ପୁରୁଣା ପେନସନ ପଦ୍ଧତିକୁ ଲାଗୁ କରିବା, ଚାରି ଶ୍ରମିକ କୋଡ ବାତିଲ, ସର୍ବନିମ୍ନ ମାସିକ ମଜୁରୀ 26 ହଜାରଟଙ୍କା କରିବା ପ୍ରଭୃତି ରହିଛି। ଏହି ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରିଛି।

Related posts