ରଣପୁରରେ ଡ୍ରାଇଭର ସଂଘର ଧାରଣା

Published: Jul 9, 2025, 7:07 am IST

ରଣପୁର: ଓଡିଶା ଡ୍ରାଇଭର ମହାସଂଘ ବିଭିନ୍ନ ଦାବିନେଇ ରାଜ୍ୟ ବ୍ୟାପି ଧାରଣା ନିଷ୍ପତ୍ତିକୁ ସମର୍ଥନ ଜଣାଇ ରଣପୁର ଡ୍ରାଇଭର ସଂଘ ତରଫରୁ କରଡ଼ାପଲ୍ଲୀ ଛକ ନିକଟରେ ଧାରଣା ଦିଆଯାଇଥିବା ଜଣାଯାଇଛି। ସାତ ଦଫା ଦାବି ସମ୍ବଳିତ ନିଷ୍ପତ୍ତିକୁ ସମର୍ଥନ ଜଣାଇ ଏହି ଧାରଣା ରଣପୁରରେ ଜାରି ରହିଛି।

ରଣପୁର ଡ୍ରାଇଭର ସଂଘର କର୍ମକର୍ତ୍ତାଙ୍କ ସହ ସଂଘର ସମସ୍ତ ସଦସ୍ୟ ଏହି ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ଜଣାଯାଇଛି।

Related posts