ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକରେ କିଛିଦିନ ହେଲା ଲଗାଣ ବର୍ଷା ହେବା ଯୋଗୁଁ ବିଭିନ୍ନ ଗ୍ରାମର ଜନସାଧାରଣ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରେଢ଼ାଖୋଲ ବ୍ଲକର କିଛି ଉତ୍ସାହି ଯୁବକ ସେଇ ଅଂଚଳକୁ ଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରି ଉଦାହରଣ ପାଲଟିଛନ୍ତି।
ରେଢ଼ାଖୋଲ ବ୍ଲକ ଚାରମାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇ ଏହି ସ୍ବେଛାସେବୀ ମାନେ ଅସହାୟ, ଦୁଃଖୀ, ଗରିବ, ବୁଦ୍ଧ, ବୃଦ୍ଧା, ରୋଗୀ, ମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କିଛି ଯୁବକ। ଏହି ମହତ କାର୍ଯ୍ୟରେ କ୍ଷମାସାଗର ସ୍ୱାଇଁ, ବିଦ୍ୟାଧର ମାଝୀ, ନିରୋଜ ପ୍ରଧାନ ମିଳିତ ଉଦ୍ୟମରେ ଚୁଡା ,ଚିନି, ମିକ୍ସଚର, ବିସ୍କୁଟ, ସାମଗ୍ରୀ ଆଦି ବଣ୍ଟନ କରିଥିଲେ।