Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ତେଜିଲା ବାଣପୁର ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବି: ସରକାରଙ୍କୁ ଦିଆଗଲା ଦୁଇ ମାସ ସମୟ
ଆଜିର ଖବର

ପୁଣି ତେଜିଲା ବାଣପୁର ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବି: ସରକାରଙ୍କୁ ଦିଆଗଲା ଦୁଇ ମାସ ସମୟ

July 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଦୀର୍ଘ ୫୦ ବର୍ଷ ଧରି ବାଣପୁରକୁ ଉପଖଣ୍ଡ ମାନ୍ୟତା ଦାବି କରି ବାଣପୁରବାସୀ ଯେଉଁ ସଂଘର୍ଷ ଜାରି ରଖିଛନ୍ତି ଆଜି ତାର ପୂର୍ତ୍ତି ଉପଲକ୍ଷେ ମା’ ମେଘାମ୍ବରୀ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପଠାରେ ଚିଲିକା- ବାଣପୁର – ବାଲୁଗାଁ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ସମ୍ମିଳନୀର ଆୟୋଜନ କରାଯାଇ ଆଗାମୀ ଦିନରେ ଏହି ସଂଘର୍ଷକୁ କିପରି ଜୋରଦାର କରାଯାଇ ଏହାର ପ୍ରାପ୍ତି ନିମନ୍ତେ ଉପସ୍ଥିତ ବାଣପୁରବାସୀଙ୍କ ତରଫରୁ ବିଭିନ୍ନ ପ୍ରସ୍ତାବମାନ ଆହ୍ୱାନ କରାଯାଇଥିଲା। କମିଟିର ସଭାପତି ପ୍ରଫେସର ନଳିନୀ କାନ୍ତ ପଟ୍ଟନାୟକ ଏହାକୁ ପରିଚାଳନା କରିଥିବା ବେଳେ ସଂପାଦକ ଆଡ଼ଭୋକେଟ ମୂରଲୀଧର ସାମନ୍ତସିଂହାର ଏହାକୁ ସହଯୋଗ କରିଥିଲେ।

ବୈଠକରେ ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ଶତାଧିକ ବୁଦ୍ଧିଜୀବି, ଅବସରପ୍ରାପ୍ତ ସେନା କର୍ମଚାରୀ, ପତ୍ରକାର, ଓକିଲ, ରାଜନୈତିକ ବ୍ୟକ୍ତି ବିଶେଷ, ବ୍ୟବସାୟୀ, କଳାକାର, ମହିଳା ସଂଗଠନର କର୍ମବର୍ତ୍ତ। ଯୋଗଦାନ କରିଥିଲେ। ମହେଶ୍ଵର ଜେନା ଏହାକୁ ସଂଯୋଜନା କରିଥିବା ବେଳେ ବିକ୍ରମ କେଶରୀ ମହାରଥୀ, ଗୋଲକ ବିହାରୀ ପରୀଡ଼ା, ଶକ୍ତି ପ୍ରସାଦ ମହାପାତ୍ର, ଅମିତାଭ ପଟ୍ଟଯୋଶୀ, ଆର୍ତ୍ତତ୍ରାଣ ଜାଲି, ଡଃ. ଚିନ୍ତାମଣି ମିଶ୍ର, ମଦନ ମୋହନ ମହାପାତ୍ର, ପ୍ରଦୀପକୁମାର ସ୍ଵାଇଁ, ବାଳମୁକୁନ୍ଦ ଦାସ, ପ୍ରକାଶ ଚନ୍ଦ୍ର ପ୍ରଧାନ, ସଂଗ୍ରାମ କେଶରୀ ସାହୁ, ଇଁ.ଶେଷଦେବ ବରାଳ, ଭବାନୀଶଙ୍କର ହୋତା, ଅମରେନ୍ଦ୍ର ରଣସିଂ, ଜିତେନ୍ଦ୍ର କୁମାର ଭୋଳ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ମାନ ରଖି ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ପଦଯାତ୍ରା କରି ସଂଗଠନର ଆନ୍ଦୋଳନକୁ ଆହୁରି ଜୋରଦାର କରି ଚକା ବନ୍ଦ ଅଖବନ୍ଦ ଏପରିକି ସମଗ୍ର ନିର୍ବାଚନ ମଣ୍ଡଳୀର ବଜାର ବନ୍ଦ ଏବଂ ଆବଶ୍ୟକ ପଡିଲେ ଆମରଣ ଅନଶନ ଆରମ୍ଭ କରାଯିବ ବୋଲି ବୈଠକରେ ପ୍ରସ୍ତାବ ଗ୍ରହଣ କରାଗଲା।

କ୍ରିୟାନୁଷ୍ଠାନ କମିଟିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ ସଭ୍ୟ ଭାବେ ବହୁ ଯୁବବର୍ଗଙ୍କୁ ସାମିଲ କରାଗଲା। ଶେଷରେ ସହ ସଂପାଦକ ଜୟକୃଷ୍ଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026
Latest News

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.