Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦ୍ୟୁତ ତାରରେ ଲାଗି ମାଈ ହାତୀର ମୃତ୍ୟ: ଭୁବନେଶ୍ୱରରୁ ଆସିଲେ ବରିଷ୍ଠ ଅଧିକାରୀ
ଆଜିର ଖବର

ବିଦ୍ୟୁତ ତାରରେ ଲାଗି ମାଈ ହାତୀର ମୃତ୍ୟ: ଭୁବନେଶ୍ୱରରୁ ଆସିଲେ ବରିଷ୍ଠ ଅଧିକାରୀ

July 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନାକଟିଦେଉଳ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ରେ ବିଦ୍ୟୁତ୍ ଆଘାତରେ ପୁଣି ଏକ ମାଈ ହାତୀର ଜୀବନ ଯାଇଥିବା ଜଣା ପଡିଛି।

ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ଅଧିନ ଟିକିଲିପଡ଼ା ଗ୍ରାମରେ ଚାଷ ଜମିରେ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ମାଈ ହାତୀର ମୃତ୍ୟୁ ହୋଇଛି। ହାତୀର ବୟସ ପାଖାପାଖି ୧୫ ବର୍ଷ ହେବ ବୋଲି ବନ ବିଭାଗ କହିଛି।

ଖବରରୁ ଜଣା ପଡିଛି ଯେ, ଧାନ ଚାଷକୁ ସୁରକ୍ଷା ଦେବା ପାଇଁ ଟିକିଲିପଡ଼ା ଗ୍ରାମର ଜୈନିକ ଚାଷୀ ଜଣକ ବିଦ୍ୟୁତ୍ ତାର ଟାଣିଥିଲେ। ହାତୀ ଗାଁ କୁ ଆସି କିପରି ଧାନ ଫସଲ ନଷ୍ଟ ନ କରିବ ସେଥିପାଇଁ ସୋଲାର ଲାଇଟ୍ ସଂଯୁକ୍ତ କରିବାକୁ ବନ ବିଭାଗ ପକ୍ଷରୁ ତାଙ୍କୁ ପୂର୍ବରୁ କୁହାଯାଇଥିଲା। କିନ୍ତୁ ଚାଷୀ ଜଣଙ୍କ ତାହା ନ କରି ଶନିବାର ମୁଖ୍ୟ ଲାଇନ୍‌ରୁ ତାର ଟାଣି ଏଥିରେ ସଂଯୋଗ କରିଥିଲେ। ଯା ଫଳରେ ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ଯାଉଥିବା ସମୟରେ ଏହି ତାର ସଂସ୍ପର୍ଶରେ ଆସି ହାତୀ ଟିର ମୃତ୍ୟୁ ହୋଇଥିଲା।  ହାତୀ ମୃତ୍ୟୁ ହେବାର ଖବର ପାଇ ତୁରନ୍ତ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ତାର ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି।

ନାକଟିଦେଉଳ ରେଞ୍ଜ ଅଧୀନରେ ହାତୀ ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସଂପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହି ଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏ ଘଟଣାର ତଦନ୍ତ ପାଇଁ Chief Conservator of Forest ମନୋଜ ନାୟାରଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱରରୁ ନାକଟିଦେଉଳ ଆସି ତଦନ୍ତ କରିଛନ୍ତି। ଘଟଣା ସ୍ଥଳରେ ବନବିଭାଗର ଡ଼ିଏଫ ଓ ଡ଼ଃ ଏଲଭର୍ଶନ କେ , ନାକଟିଦେଉଳ ରେଞ୍ଜ ର ଅଶ୍ବିନୀ କୁମାର ବେହେରା ତଥା ବନ ବିଭାଗର କର୍ମଚାରୀ ଓ ବିଦ୍ୟୁତ୍ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରିଛନ୍ତି।

ସୂଚନା ଯୋଗ୍ୟ ଥାଉକି ଗୋଟିଏ ବର୍ଷ ମଧ୍ୟରେ ନାକଟିଦେଉଳ ରେଞ୍ଜ ଅଧୀନରେ ଆଜିକୁ ୫ଟି ହାତୀର ମୃତ୍ୟୁ ଘଟିଲାଣି।

ନାକଟିଦେଉଳ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

August 25, 2025

ଓୟୁଏଟି ର ୬୪ତମ ପ୍ରତିଷ୍ଠା ଦିବସ

August 25, 2025

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ତାରିଖ ସୋମବାରରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2025
Latest News

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

August 25, 2025

ଓୟୁଏଟି ର ୬୪ତମ ପ୍ରତିଷ୍ଠା ଦିବସ

August 25, 2025

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ତାରିଖ ସୋମବାରରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2025

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.