Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ବିଶିଷ୍ଟ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ବିଶିଷ୍ଟ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

July 14, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିବା ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମନୋନୀତ ବ୍ୟକ୍ତିଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି।

ଆଇନଗତ ବୃତ୍ତି ପ୍ରତି ତାଙ୍କର ଅନୁକରଣୀୟ ନିଷ୍ଠା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଅଟଳ ପ୍ରତିବଦ୍ଧତା ପାଇଁ ଶ୍ରୀ ଉଜ୍ଜ୍ୱଳ ନିକମଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଶ୍ରୀ ନିକମ ଜଣେ ସଫଳ ଓକିଲ। ସେ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମାମଲାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ସାଧାରଣ ନାଗରିକଙ୍କ ମର୍ଯ୍ୟାଦା ବଜାୟ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି। ଶ୍ରୀ ମୋଦୀ ରାଜ୍ୟସଭାକୁ ତାଙ୍କର ମନୋନୟନକୁ ସ୍ୱାଗତ କରିବା ସହ ତାଙ୍କର ସଂସଦୀୟ ଭୂମିକାର ସଫଳତା କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆଇନ କ୍ଷେତ୍ର ଏବଂ ଆମ ସମ୍ବିଧାନ ପ୍ରତି ଉଜ୍ଜ୍ୱଳ ନିକମଙ୍କ ନିଷ୍ଠା ଅନୁକରଣୀୟ। ସେ କେବଳ ଜଣେ ସଫଳ ଓକିଲ ନୁହନ୍ତି ବରଂ ମହତ୍ୱପୂର୍ଣ୍ଣ ମାମଲାରେ ନ୍ୟାୟ ପାଇବାରେ ମଧ୍ୟ ଆଗଧାଡିରେ ରହିଆସିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ଆଇନ କ୍ୟାରିଅରରେ ସେ ସର୍ବଦା ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଏବଂ ସାଧାରଣ ନାଗରିକଙ୍କ ନିମନ୍ତେ ସମ୍ମାନ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିଛନ୍ତି। ଏହା ଖୁସିର କଥା ଯେ, ଭାରତର ରାଷ୍ଟ୍ରପତି ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି। ତାଙ୍କର ସଂସଦୀୟ ଇନିଂସ ପାଇଁ ମୋର ଶୁଭକାମନା।”

ପ୍ରଧାନମନ୍ତ୍ରୀ ଶ୍ରୀ ସି. ସଦାନନ୍ଦନ ମାଷ୍ଟରଙ୍କ ଜୀବନକୁ ସାହସ ଏବଂ ଅନ୍ୟାୟର ପ୍ରତିରୋଧର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ହିଂସା ଏବଂ ଧମକର ସମ୍ମୁଖୀନ ହେବା ସତ୍ତ୍ୱେ, ଶ୍ରୀ ସଦାନନ୍ଦ ମାଷ୍ଟର ଜାତୀୟ ବିକାଶ ପାଇଁ ପ୍ରତିବଦ୍ଧ ଥିଲେ । ଜଣେ ଶିକ୍ଷକ ଏବଂ ସମାଜସେବୀ ଭାବରେ ତାଙ୍କର ଅବଦାନକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ଯୁବ ଶକ୍ତି ପ୍ରତି ତାଙ୍କର ଆଗ୍ରହ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭା ପାଇଁ ମନୋନୀତ କରାଯାଇଥିବାରୁ ସେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ନୂତନ ଦାୟିତ୍ୱ ପାେଇଁ ଶୁଭକାମନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ସି. ସଦାନନ୍ଦନ ମାଷ୍ଟରଙ୍କ ଜୀବନ ସାହସର ଏକ ପ୍ରତୀକ, ଯିଏ ଅନ୍ୟାୟ ଆଗରେ ମୁଣ୍ଡ ନୁଁଆଇବାକୁ ମନା କରିଥିଲେ। ହିଂସା ଏବଂ ଭୟଭୀତ କରିବା ଜାତୀୟ ବିକାଶ ପ୍ରତି ତାଙ୍କର ମନୋବଳକୁ ରୋକିପାରି ନାହିଁ । ଜଣେ ଶିକ୍ଷକ ଏବଂ ସମାଜସେବୀ ଭାବରେ ତାଙ୍କର ପ୍ରୟାସ ମଧ୍ୟ ପ୍ରଶଂସନୀୟ । ସେ ଯୁବ ସଶକ୍ତିକରଣ ପ୍ରତି ଅତ୍ୟନ୍ତ ଉତ୍ସାହୀ । ରାଷ୍ଟ୍ରପତିଙ୍କ ଦ୍ୱାରା ରାଜସଭାକୁ ମନୋନୀତ ହେବା ପାଇଁ ତାଙ୍କୁ ଅଭିନନ୍ଦନ । ସାଂସଦ ଭାବରେ ତାଙ୍କର ଭୂମିକା ପାଇଁ ଶୁଭେଚ୍ଛା ”

ଶ୍ରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ନାମାଙ୍କନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଜଣେ କୂଟନୀତିଜ୍ଞ, ବୁଦ୍ଧିଜୀବୀ ଏବଂ ରଣନୀତିକ ବିଚାରକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭାରତର ବୈଦେଶିକ ନୀତିରେ ଶ୍ରୀ ଶ୍ରୀଙ୍ଗଲାଙ୍କ ଅବଦାନ ଏବଂ ଭାରତର ଜି୨୦ ଅଧ୍ୟକ୍ଷତାରେ ତାଙ୍କର ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟସଭାକୁ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ଖୁସି ଏବଂ ତାଙ୍କର ଅନ୍ତର୍ଦୃଷ୍ଟି ସଂସଦୀୟ ବିତର୍କକୁ ସମୃଦ୍ଧ କରିବ ବୋଲି ତାଙ୍କର ବିଶ୍ୱାସ ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଜଣେ କୂଟନୀତିଜ୍ଞ, ବୌଦ୍ଧିକ ଏବଂ ରଣନୀତିକ ବିଚାରକ ଭାବରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ବର୍ଷ ବର୍ଷ ଧରି ସେ ଭାରତର ବୈଦେଶିକ ନୀତିରେ ପ୍ରମୁଖ ଅବଦାନ ଦେଇଛନ୍ତି। ଏହାଛଡା ଆମର ଜି୨୦ ଅଧ୍ୟକ୍ଷତା କ୍ଷେତ୍ରରେ ମଧ୍ୟ ଯୋଗଦାନ ଦେଇଛନ୍ତି। ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିବାରୁ ମୁଁ ଖୁସି। ତାଙ୍କର ଅନନ୍ୟ ଦୃଷ୍ଟିକୋଣ ସଂସଦୀୟ କାର୍ଯ୍ୟକୁ ସମୃଦ୍ଧ କରିବ।

@harshvshringla”

ଡକ୍ଟର ମୀନାକ୍ଷୀ ଜୈନଙ୍କ ମନୋନୟନ ଉପରେ ମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଅତ୍ୟନ୍ତ ଆନନ୍ଦର ବିଷୟ। ଜଣେ ବିଦ୍ୱାନ, ଗବେଷକ ଏବଂ ଐତିହାସିକ ଭାବରେ ତାଙ୍କର ବିଶିଷ୍ଟ କାର୍ଯ୍ୟକୁ ପ୍ରଶଂସା କରିବା ସହ ଶିକ୍ଷା, ସାହିତ୍ୟ, ଇତିହାସ ଓ ରାଜନୀତି ବିଜ୍ଞାନରେ ତାଙ୍କର ଅବଦାନକୁ ସେ ଉଲ୍ଲେଖ କରିଛନ୍ତି। ରାଜ୍ୟସଭାରେ ତାଙ୍କର କାର୍ଯ୍ୟ ପାଇଁ ସେ ଶୁଭକାମନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ, ଡକ୍ଟର ମୀନାକ୍ଷୀ ଜୈନଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜସଭାକୁ ମନୋନୀତ କରାଯାଇଛି। ଜଣେ ବିଦ୍ୱାନ, ଗବେଷକ ଏବଂ ଐତିହାସିକ ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଶିକ୍ଷା, ସାହିତ୍ୟ, ଇତିହାସ ଏବଂ ରାଜନୀତି ବିଜ୍ଞାନ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଶୈକ୍ଷିକ ଆଲୋଚନାକୁ ଯଥେଷ୍ଟ ସମୃଦ୍ଧ କରିଛି। ତାଙ୍କର ସଂସଦୀୟ କାର୍ଯ୍ୟକାଳ ପାଇଁ ଶୁଭକାମନା।

BJP Ads
ନରେନ୍ଦ୍ର ମୋଦୀ ରାଜ୍ୟସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଟି-୨୦ ପରେ ଉଠିଲା ଅନେକ ପ୍ରଶ୍ନ: ଭାରତର ଏହି ନିଷ୍ପତ୍ତିକୁ ନେଇ ମଧ୍ୟ ଆଶ୍ଚର୍ଯ୍ୟ ହେଲେ ଫିଞ୍ଚ

November 1, 2025

Indian IPO Market: ଅକ୍ଟୋବର ମାସରେ ପାଣ୍ଠି ସଂଗ୍ରହ ₹46,000 କୋଟିରେ ପହଞ୍ଚିଛି ସୃଷ୍ଟି କରିଛି ରେକର୍ଡ

November 1, 2025

ଆରଏସଏସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ, ବିଜେପି ଦେଲା ଜବାବ

November 1, 2025

ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ବାବର ଆଜମ, ହେଲେ ନମ୍ବର-୧ ବ୍ୟାଟର

November 1, 2025
BJP Ads
Latest News

ଦ୍ୱିତୀୟ ଟି-୨୦ ପରେ ଉଠିଲା ଅନେକ ପ୍ରଶ୍ନ: ଭାରତର ଏହି ନିଷ୍ପତ୍ତିକୁ ନେଇ ମଧ୍ୟ ଆଶ୍ଚର୍ଯ୍ୟ ହେଲେ ଫିଞ୍ଚ

November 1, 2025

Indian IPO Market: ଅକ୍ଟୋବର ମାସରେ ପାଣ୍ଠି ସଂଗ୍ରହ ₹46,000 କୋଟିରେ ପହଞ୍ଚିଛି ସୃଷ୍ଟି କରିଛି ରେକର୍ଡ

November 1, 2025

ଆରଏସଏସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ, ବିଜେପି ଦେଲା ଜବାବ

November 1, 2025

ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର, ଆଜିଠାରୁ ଖୋଲିଲା ନୂଆ ପଂଜୀକରଣ, ଶିଘ୍ର କରନ୍ତୁ

November 1, 2025

ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ବାବର ଆଜମ, ହେଲେ ନମ୍ବର-୧ ବ୍ୟାଟର

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.