Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି
ଆଜିର ଖବର

ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

July 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୧୪, ୨୦୨୫) ଭୁବନେଶ୍ୱର ଏମ୍ସର ପଞ୍ଚମ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିଛନ୍ତି।

ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ, ଗତ ୧୨ ବର୍ଷ ମଧ୍ୟରେ ଏମ୍ସ ଭୁବନେଶ୍ୱର ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ଖୁସିର ବିଷୟ। ସେ କହିଥିଲେ, ରୋଗୀ ସେବା, ସ୍ବାସ୍ଥ୍ୟଗତ ଗବେଷଣା କିମ୍ବା ସମାଜ କଲ୍ୟାଣ କାର୍ଯ୍ୟକଳାପ ହେଉ, ଏହି ପ୍ରତିଷ୍ଠାନ ସବୁ କ୍ଷେତ୍ରରେ ଅନେକ ପ୍ରଶଂସା ଅର୍ଜନ କରିଛି। ଏହା ଓଡ଼ିଶା ସହିତ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ପଡ଼ୋଶୀ ରାଜ୍ୟ ଏବଂ ଅନ୍ୟ ରାଜ୍ୟର ଲୋକଙ୍କ ହୃଦୟ ଜିତି ପାରିଛି।

ଶଲ୍ୟ ଚିକିତ୍ସା ଉପକରଣ ଏବଂ ପ୍ରତିରୋପଣ ପୁନଃପ୍ରକ୍ରିୟାକରଣରେ ଉଚ୍ଚ ମାନଦଣ୍ଡ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସିଆ ସେଫ୍‌ ସର୍ଜିକାଲ ଇମ୍ପ୍ଲାଣ୍ଟ କସୋର୍ଟିୟମ୍‌ କ୍ୟୁଆଇପି ପୁରସ୍କାର ପ୍ରଦାନ କରି ଏମ୍ସ ଭୁବନେଶ୍ୱରର ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିବା ବିଷୟରେ ରାଷ୍ଟ୍ରପତି ଖୁସିର ସହ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଏହି ପ୍ରତିଷ୍ଠାନ ଲଗାତାର ପାଞ୍ଚ ବର୍ଷ ଧରି ଅସାଧାରଣ ସ୍ୱଚ୍ଛତା ଏବଂ ଅନନ୍ୟ ହସ୍ପିଟାଲ ସେବା ପାଇଁ ଜାତୀୟ କାୟାକଳ୍ପ ପୁରସ୍କାର ମଧ୍ୟ ପାଇଛି।

ରାଷ୍ଟ୍ରପତି କହିଥିଲେ, ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଏମ୍ସଗୁଡ଼ିକ ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ ଏବଂ ଅଭିଜ୍ଞ ଡାକ୍ତରଙ୍କ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ଏହି ପ୍ରତିଷ୍ଠାନଗୁଡ଼ିକରେ ଲୋକମାନେ କମ ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ସୁବିଧା ପାଉଛନ୍ତି। ଏମ୍ସର ସଫଳତା ଯୋଗୁଁ ଭାରତ ବିଶ୍ୱରେ ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା ଗନ୍ତବ୍ୟସ୍ଥଳ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।

ରାଷ୍ଟ୍ରପତି କହିଥିଲେ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗବେଷଣା ଉପଚାରକୁ ଅଧିକ ସହଜ କରିଛି। ଅନେକ ମହାମାରୀର ପ୍ରକୋପ ହ୍ରାସ ପାଇଛି। ବସନ୍ତ, କୁଷ୍ଠ, ପୋଲିଓ, ଯକ୍ଷ୍ମା ଆଦି ରୋଗର ବୋଝ ଆଉ ପୂର୍ବ ପରି ନାହିଁ। ଏଥିପାଇଁ ଡାକ୍ତର, ଗବେଷକ, ସ୍ୱାସ୍ଥ୍ୟ ଓ ସାମାଜିକ କର୍ମୀ ଏବଂ ସରକାର ପ୍ରଶଂସାର ପାତ୍ର ଅଟନ୍ତି।

ରାଷ୍ଟ୍ରପତି ଆହୁରି କହିଥିଲେ ଯେ, ମାନସିକ ଅବସାଦ ଆଜିର ସମାଜରେ ଏକ ବଡ଼ ସମସ୍ୟା ପାଲଟିଛି । ଅବସାଦର ଚିକିତ୍ସା ପାଇଁ ଔଷଧ ବ୍ୟତୀତ ସଚେତନତା ମଧ୍ୟ ଜରୁରୀ। ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ମାନସିକ ଶାନ୍ତି ମିଳିପାରିବ। ସେ କହିଥିଲେ, ଯୋଗ ଏବଂ ପ୍ରାଣାୟାମ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇପାରିବ। ସୁସ୍ଥ ଜୀବନଶୈଳୀର ଲାଭ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଲାଗି ସେ ଚିକିତ୍ସକମାନଙ୍କୁ ନିବେଦନ କରିଥିଲେ।

ଆଉ ଏକ ଜୀବନଶୈଳୀ ଜନିତ ରୋଗ ରୂପେ ମେଦବହୁଳତା ମଧ୍ୟ ଏକ ଚିନ୍ତାର କାରଣ ପାଲଟିଛି ବୋଲି ରାଷ୍ଟ୍ରପତି କହିଥିଲେ। ଶୃଙ୍ଖଳିତ ଜୀବନଯାପନ, ଖାଦ୍ୟାଭ୍ୟାସରେ ସୁଧାର ଏବଂ ନିୟମିତ ବ୍ୟାୟାମ ଜରିଆରେ ଏହି ରୋଗରୁ ମୁକ୍ତି ପାଇବା ସମ୍ଭବ। ଏ ପ୍ରସଙ୍ଗରେ ସମାଜରେ ସଚେତନତା ସୃଷ୍ଟି କରିବା ଲାଗି ସେ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ।

ରାଷ୍ଟ୍ରପତି ସ୍ଥାନୀୟ ସମସ୍ୟା ସମାଧାନ ଲାଗି ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ଆଦିବାସୀ ସମାଜରେ ଦୁଇଟି ରୋଗର ଅଧିକ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଜାପାନିଜ୍‌ ଏନସେଫାଲାଇଟିସ୍‌ ଏବଂ ଅନ୍ୟଟି ହେଉଛି ସିକଲ୍‌ ସେଲ ଏନିମିଆ। ସରକାର ଏ ଦୁଇଟି ରୋଗ ନିରାକରଣ କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଛନ୍ତି। ଏସବୁ ରୋଗର ଚିକିତ୍ସା ପାଇଁ ଡାକ୍ତରମାନେ ଯଥାସମ୍ଭବ ଅଧିକରୁ ଅଧିକ ଗବେଷଣା କରିବା ଉଚିତ୍‌ ବୋଲି ରାଷ୍ଟ୍ରପତି କହିଥିଲେ।

ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.