Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି
ଆଜିର ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

July 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୧୫ ଜୁଲାଇ, ୨୦୨୫) କଟକଠାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି।

ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଏହି ଶିକ୍ଷାନୁଷ୍ଠାନ ସ୍ୱାଧୀନତା ସଂଗ୍ରାମର ଏକ ସକ୍ରିୟ କେନ୍ଦ୍ର ଥିଲା ଏବଂ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ଆନ୍ଦୋଳନ ସହିତ ଜଡିତ ଥିଲା। ଶିକ୍ଷାର ବିକାଶ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନ ନିରନ୍ତର ମୂଲ୍ୟବାନ ଯୋଗଦାନ ଦେଇ ଆସୁଛି। ଏହାର ଅନେକ ପୂର୍ବତନ ବିଦ୍ୟାର୍ଥୀ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍, ସାହିତ୍ୟିକ, ଦାର୍ଶନିକ, ରାଜନେତା, ସମାଜ ସଂସ୍କାରକ, ବୈଜ୍ଞାନିକ ଏବଂ କଳାକାର ଭାବରେ ଭାରତର ଗୌରବ ବୃଦ୍ଧି କରିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟ ଗବେଷଣା, ନବସୃଜନ ଏବଂ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରୁଛି ବୋଲି ରାଷ୍ଟ୍ରପତି ଖୁସିର ସହ ଉଲ୍ଲେଖ କରିଥିଲେ। ଏହି ଅନୁଷ୍ଠାନ ପରାମର୍ଶ ସେବା ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ମାଧ୍ୟମରେ ଅନେକ ଶିଳ୍ପ ଅଂଶୀଦାରଙ୍କ ନିକଟରେ ନିଜର ବିଶେଷଜ୍ଞତା ପହଞ୍ଚାଇଛି। ଏହାର ‘ଡିଜାଇନ, ନବସୃଜନ ଏବଂ ଉଦ୍ୟମିତା କେନ୍ଦ୍ର’ ବିଚାରବିମର୍ଶ, ଗବେଷଣା ଏବଂ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହନ ଦେଉଛି। ବିଶ୍ୱବିଦ୍ୟାଳୟ ଆଦିବାସୀ ଅଞ୍ଚଳ, ଅନୁନ୍ନତ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି କରିବା ଉପରେ ଧ୍ୟାନ ଦେବା ସନ୍ତୋଷର ବିଷୟ ବୋଲି ସେ କହିଥିଲେ।

ରାଷ୍ଟ୍ରପତି କହିଥିଲେ, ବର୍ତ୍ତମାନ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମସିନ୍‌ ଲର୍ଣ୍ଣିଂ, ଥ୍ରୀଡି ପ୍ରିଣ୍ଟିଂ ଏବଂ କ୍ଲାଉଡ୍‌ କମ୍ପ୍ୟୁଟିଂ ଆମ ଚିନ୍ତାଧାରା ଏବଂ କାର୍ଯ୍ୟ ଶୈଳୀରେ ଏକ ବ୍ୟାପକ ପରିବର୍ତ୍ତନ ଆଣିଛି। ରେଭେନ୍ସା ଏହି ପ୍ରଯୁକ୍ତିର ଭଲ ବ୍ୟବହାର କରୁଛି ବୋଲି ଜାଣି ସେ ଖୁସି ହୋଇଥିଲେ। ଏସବୁ ଅତ୍ୟାଧୁନିକ ପ୍ରଯୁକ୍ତିର ଅପବ୍ୟବହାର ପ୍ରତି ସତର୍କ ରହିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଆମ ଦେଶ ବର୍ତ୍ତମାନ ଅମୃତ କାଳ ଦେଇ ଅଗ୍ରସର ହେଉଥିବା ରାଷ୍ଟ୍ରପତି କହିଥିଲେ। ସେ କହିଥିଲେ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଆମର ଜାତୀୟ ଲକ୍ଷ୍ୟ। ରାଷ୍ଟ୍ର ପ୍ରଥମ ଭାବନା ଆମର ସବୁଠୁ ବଡ଼ ସାମର୍ଥ୍ୟ। ଆମର ସୈନିକ, କୃଷକ, ବୈଜ୍ଞାନିକ, ଇଞ୍ଜିନିୟର, ଡାକ୍ତର ଏବଂ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଥିବା ଲୋକମାନେ ଭାରତର ଗୌରବ ବୃଦ୍ଧି ଭାବନା ନେଇ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ଠାରୁ ପ୍ରେରଣା ହାସଲ କରି ନିଜର ଜ୍ଞାନ, ଦକ୍ଷତା ଏବଂ ସମର୍ପଣ ଜରିଆରେ ଦେଶର ବିକାଶରେ ଯୋଗଦାନ କରିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ।

ସମାବର୍ତ୍ତନ ଉତ୍ସବ ପରେ ଆୟୋଜିତ ଆଉ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କଟକସ୍ଥିତ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ନିମନ୍ତେ ଶିଳାନ୍ୟାସ କରିଥିଲେ।

ସେଠାରେ ସଂକ୍ଷିପ୍ତ ବକ୍ତବ୍ୟ ରଖି ରାଷ୍ଟ୍ରପତି କହିଥିଲେ ଯେ, ଶିକ୍ଷାଦାନର ଗୁଣବତ୍ତା ଏବଂ ଭଲ ଭିତ୍ତିଭୂମି ଏକ ଉତ୍ତମ ଶିକ୍ଷାଗତ ପରିବେଶ ସୃଷ୍ଟି କରିଥାଏ। ପୁନଃବିକାଶ ପ୍ରକଳ୍ପ ସମାପ୍ତ ହେବା ପରେ, ଏହି ବିଦ୍ୟାଳୟର ସୁବିଧା ଆହୁରି ଉନ୍ନତ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ଝିଅମାନଙ୍କ ଶିକ୍ଷା ସହ ଜଡିତ ଏହି ପ୍ରକଳ୍ପ ପାଇଁ ସେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତି କହିଥିଲେ, ଝିଅମାନଙ୍କୁ ସମାନ ସୁବିଧା ଏବଂ ସୁଯୋଗ ଦିଆଗଲେ ସେମାନେ ଭଲ ପ୍ରଦର୍ଶନ କରନ୍ତି ବୋଲି ବିଭିନ୍ନ ସମାବର୍ତ୍ତନ ସମାରୋହରେ ସେ ଉଲ୍ଲେଖ କରିଛନ୍ତି । ଶିକ୍ଷା, ସାହିତ୍ୟ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଶିଳ୍ପ ଓ ବାଣିଜ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଝିଅମାନେ ସକ୍ରିୟ ଭାବେ ଯୋଗଦାନ ଦେଉଥିବା ଶ୍ରୀମତୀ ମୁର୍ମୁ କହିଥିଲେ। ବିଭିନ୍ନ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରୁଥିବା ମହିଳାମାନଙ୍କ ଠାରୁ ପ୍ରେରଣା ହାସଲ କରିବା ନିମନ୍ତେ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଜର ଜ୍ଞାନ, ଆତ୍ମବିଶ୍ୱାସ, ଦକ୍ଷତା ଏବଂ ସମର୍ପଣର ଶକ୍ତି ବଳରେ ସେମାନେ ଅସମ୍ଭବକୁ ମଧ୍ୟ ସମ୍ଭବ କରି ଦେଖାଇବେ ବୋଲି ରାଷ୍ଟ୍ରପତି କହିଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.