ଭୁବନେଶ୍ବର: ଦୁଇଦିନିଆ ଓଡିଶାଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ସେ ଗତକାଲି ଅପରାହ୍ନରେ ଓଡିଶା ଆସିଥିଲେ। ଆଜି ବିମାନ ବନ୍ଦରରେ ତାଙ୍କୁ ବିଦାୟ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ ହରିବାବୁ କୁମ୍ଭମପାଟି। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ମେୟର ସୁଲଚନା ଦାସ ପ୍ରମୁଖ।
ଏହି ଦୁଦିନିଆ ଗସ୍ତରେ ରାଷ୍ଟ୍ରପତି ପ୍ରଥମେ ଏମ୍ସ ଭୁବନେଶ୍ବରର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀମାନଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ସେହିପରି ଆଜି ରାଷ୍ଟ୍ରପତି କଟକ ଗସ୍ତ କରି ରେଭେନ୍ସା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ଏହାପରେ ସେ ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକରେ ଯୋଗଦେଇଥିଲେ। ଏହି ଉତ୍ସବରେ ସେ କଳିଙ୍ଗ ରତ୍ନ ପୁରସ୍କାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରିଥିଲେ। ସେହିପରି ସାରଳା ସମ୍ମାନ ପୁରସ୍କାର ସାହିତ୍ୟିକ ବିଜୟ ନାୟକଙ୍କୁ ରାଷ୍ଟ୍ରପତି ପ୍ରଦାନ କରିଥିଲେ। ଏହାପରେ ଭୁବନେଶ୍ବରର ରାଜଭବନରେ କିଛି ସମୟ ବିଶ୍ରାମ ନେଇ ଦିଲ୍ଲୀ ଫେରିଯାଇଥିଲେ।