Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ରେ ସମ୍ମାନିତ କଲେ ରାଷ୍ଟ୍ରପତି
ଆଜିର ଖବର

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ରେ ସମ୍ମାନିତ କଲେ ରାଷ୍ଟ୍ରପତି

July 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୧୫ ଜୁଲାଇ ୨୦୨୫ରେ) କଟକ ଠାରେ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି।

ରାଷ୍ଟ୍ରପତି ଆଦିକବି ସାରଳା ଦାସଙ୍କ ପ୍ରତି ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ଆଦିକବି ସାରଳା ଦାସ ମହାଭାରତ ରଚନା କରି ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏହି ମହାନ କବିଙ୍କ ଜନ୍ମବାର୍ଷିକୀ ପାଳନ ଏବଂ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସେ ‘ସାରଳା ସାହିତ୍ୟ ସଂସଦ’କୁ ପ୍ରଶଂସା କରିଛନ୍ତି।

କଳିଙ୍ଗ ରତ୍ନ ପୁରସ୍କାର ପାଇଥିବା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି। ସେ ମଧ୍ୟ ‘ସାରଳା ସମ୍ମାନ’ ସାହିତ୍ୟ ପୁରସ୍କାର ପାଇଥିବା ବିଜୟ ନାୟକଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ଆମର ବିବିଧତା ଏକ ଇନ୍ଦ୍ରଧନୁ ପରି। ଆମର ଏକତା ଯୁଗ ଯୁଗ ଧରି ବହୁତ ସୁଦୃଢ଼ ରହିଛି। ଆମର ଅନେକ ଭାଷା ଅଛି, କିନ୍ତୁ ଭାବନା ଗୋଟିଏ। ଏତେ ସଂଖ୍ୟକ ଭାଷା ଏବଂ ଧର୍ମକୁ ନେଇ ଭାରତ ଯେପରି ଭାବେ ଏକଜୁଟ ଏବଂ ସଦ୍ଭାବନାର ସହ ରହିଆସିଛି ତାହା ଦେଖି ବିଶ୍ୱ ଚକିତ ହୋଇଥାଏ।

ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ଶିକ୍ଷା ପରମ୍ପରାକୁ ସମୃଦ୍ଧ କରିବାରେ ଭାରତୀୟ ଭାଷାଗୁଡ଼ିକର ବ୍ୟାପକ ଅବଦାନ ରହିଛି। ଜାତୀୟ ଶିକ୍ଷା ନୀତି ୨୦୨୦ରେ ମାତୃଭାଷାରେ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବା ଖୁସିର ବିଷୟ। ମାତୃଭାଷାରେ ଶିକ୍ଷା ପିଲାମାନଙ୍କୁ ସେମାନଙ୍କର ସଂସ୍କୃତି ଏବଂ ପରମ୍ପରା ସହିତ ଯୋଡ଼ିବାରେ ସହାୟକ ହେବ । ନିଜ ମାତୃଭାଷା ବ୍ୟତୀତ ଅନ୍ୟ ଭାଷା ମଧ୍ୟ ଶିଖିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଜୟନ୍ତୀ ସମାରୋହ ଧର୍ମେନ୍ଦ୍ର ପ୍ରଧାନ ସାରଳା ସମ୍ମାନ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା-ପ୍ରଭାବିତ ଅଞ୍ଚଳ ପାଇଁ ୧୨୦୦ କୋଟି ଆର୍ଥିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

September 12, 2025

ରାଶିଫଳ: ସେପ୍ଟେମ୍ବର ୧୨ ତାରିଖ ଶୁକ୍ରବାରରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2025

ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା

September 11, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସୁରକ୍ଷା ଏବଂ ଷ୍ଟେସନ ପୁନଃବିକାଶ କାର୍ଯ୍ୟ ନିରୀକ୍ଷଣ

September 11, 2025
Latest News

ବନ୍ୟା-ପ୍ରଭାବିତ ଅଞ୍ଚଳ ପାଇଁ ୧୨୦୦ କୋଟି ଆର୍ଥିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

September 12, 2025

ରାଶିଫଳ: ସେପ୍ଟେମ୍ବର ୧୨ ତାରିଖ ଶୁକ୍ରବାରରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2025

ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା

September 11, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସୁରକ୍ଷା ଏବଂ ଷ୍ଟେସନ ପୁନଃବିକାଶ କାର୍ଯ୍ୟ ନିରୀକ୍ଷଣ

September 11, 2025

ଦୁବାଇର ଯୁବରାଜଙ୍କ ଦ୍ୱାରା ଆଇଆଇଏମ, ଅହମ୍ମଦବାଦ ଦୁବାଇ କ୍ୟାମ୍ପସ ଉଦଘାଟିତ

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.