ଭୁବନେଶ୍ବର: ଆଜି ଅପରାହ୍ନରେ ବାଲେଶ୍ବର ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେଡି ନେତା। ଗତକାଲି ରାତିରେ ଛାତ୍ରୀଙ୍କ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିଲା। ଆଜି ତାଙ୍କର ମୃତ ଦେବ ସତ୍କାର କରାଯାଇଛି। ଏହାପରେ ପୃଥକ ପୃଥକ ସମୟରେ ତାଙ୍କ ପରିବାରକୁ ସ୍ବାନ୍ତନା ପ୍ରଦାନ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି।
କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ସ୍ଥାନୀୟ ନେତାମାନେ ମୃତ ଛାତ୍ରୀଙ୍କ ବାପା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ସମବେଦନା ପ୍ରଦାନ କରିଛନ୍ତି। ଏହି ଘଟଣାରେ କଂଗ୍ରେସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି। ସେହିପରି ବିଜୁ ମହିଳା ଜନତା ଦଳରୁ ନେତ୍ରୀମାନେ ତାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ସମବେଦନା ପ୍ରଦାନ କରିଛନ୍ତି। ଏଥିରେ ସ୍ନେହାଙ୍ଗିନୀ ଛୁରିଆ, ରାଜଶ୍ରୀ ମଲ୍ଲିକ, ଟୁକୁନି ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ବିଧାୟିକା ସୁବାସିନୀ ଜେନା ଏବଂ ଗୌତମବୁଦ୍ଧ ଦାସ ସାକ୍ଷାତ କରିଥିଲେ।