ଭୁବନେଶ୍ବର: ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ପରେ ରାଜ୍ୟ ରାଜନୀତିର ବେଶ ସରଗରମ ହୋଇପଡିଛି। ଆଜି ବିଜେଡି ତରଫରୁ ଦିଆଯାଇଥିବା ଆନ୍ଦୋଳନ ଡାକରା ତୀବ୍ର ରୂପ ନେଇଛି। ପିଏମଜି ଛକରେ ବିଜେଡି କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ପୋଲିସ ପ୍ରଥମେ ପାଣିମାଡ, ପରେ ଲୁହବୁହା ବାଷ୍ପ ଏବଂ ରବର ବୁଲେଟ ପ୍ରୟୋଗ କରିଛି।
ଏହି ରବର ବୁଲେଟ ମାଡରେ ବିଜେଡିର ବହୁ ନେତା ଆହତ ହୋଇଛନ୍ତି। ଏଥିରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ଦାସ ଆହତ ହୋଇଛନ୍ତି। ତାଙ୍କ ଗୋ଼ଡରେ ରବର ଗୁଳି ବାଜିଛି। ସେହିପରି ସାଂସଦ ସୁଲତା ଦେଓଙ୍କ ଦେହରେ ମଧ୍ୟ ଆଘାତ ହୋଇଛି। ଉଭୟ ଚିକିତ୍ସା ପାଇଁ ପୋଲିସ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଛି। ସେହିପରି ପୂର୍ବତନ ବିଧାୟକ ପ୍ରତିରଂଜନ ଘଡାଇ ମଧ୍ୟ ଆହତ ହୋଇଛନ୍ତି।