Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲା ସି.ପି.ଆଇ(ଏମ୍ ଏଲ୍)
ଆଜିର ଖବର

ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲା ସି.ପି.ଆଇ(ଏମ୍ ଏଲ୍)

July 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ବନ୍ଦକୁ ସଫଳ କରିଥିବା ରାଜ୍ୟ ବାସୀ, ପିକେଟିଂ ସହ ଜନଗଣଙ୍କୁ ସଚେତନ କରିଥିବା କର୍ମକର୍ତ୍ତା ଏବଂ ଆମମାନଙ୍କ ବାର୍ତ୍ତାକୁ ପ୍ରଚାର ପ୍ରସାର କରିଥିବା ଗଣମାଧ୍ୟମ ବନ୍ଧୁ ମାନଙ୍କୁ ଅଭିନନ୍ଦନ। ୨୪ ବର୍ଷ ବିଜେଡି ସରକାର ଶାସନ ସମୟର ସମସ୍ତ ଅନ୍ୟାୟ ଓ କଳୁଷିତ ଅଧ୍ୟାୟକୁ ଫିଙ୍ଗିବା ପାଇଁ ଆହ୍ବାନ ଦେଇ ରାଜ୍ୟରେ ଡବଲ ଇଞ୍ଜିନ ବିଜେପି କ୍ଷମତାସୀନ ହୋଇଥିଲା। ବିକାଶ ଏବଂ ନିଯୁକ୍ତି ବଦଳରେ ନାରୀ ନିର୍ଯାତନା ଓ ଦଳିତଙ୍କୁ ନିର୍ଯ୍ୟାତନା, ଧର୍ମ, ଜାତିଆଣ, ଆଞ୍ଚଳିକତା ନାମରେ ରାଜନୀତି କରିବା ସହ ପ୍ରତିଦିନ ମୂଖ୍ୟ ଘଟଣା ହୋଇଥାଏ। ଏହା ସହ ଚାଞ୍ଚଲ୍ୟକର ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଥିବା ବେଳେ ଅଳ୍ପଦିନ ବ୍ୟବଧାନରେ ପୁଣି ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ତଥା ନିଜ ଦଳର ବିଦ୍ୟାର୍ଥୀ ସଂଗଠନ ର ନେତୃତ୍ୱକାରୀ ଛାତ୍ରୀ ସୈମ୍ୟାଶ୍ରୀ ଉପରେ ଅକଥନୀୟ ଅତ୍ୟାଚାର ଏହା ବିରୁଦ୍ଧରେ ସୈମ୍ୟାଶ୍ରୀ କଲେଜ ଅଧ୍ୟକ୍ଷ, ବିଧାୟକ, ସାଂସଦ, ଶିକ୍ଷାମନ୍ତ୍ରୀ ଆଦିଙ୍କୁ ଗୁହାରି ଜଣାଇବା ସତ୍ତ୍ୱେ ଏଥିରେ ନ୍ୟାୟ ବଦଳରେ ଅସହ୍ୟ ନିର୍ଯ୍ୟାତନା ଯୋଗୁଁ ସେ କଲେଜ ଅଧ୍ୟକ୍ଷଙ୍କ ସମ୍ମୁଖରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମାହୁତି ଦେବା ଘଟଣା ରାଜ୍ୟ ବାସୀଙ୍କୁ ଅଧିକ ବ୍ୟଥିତ କରିଛି।

ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ଆମ ଦେଶର ମହିଳା ସୁରକ୍ଷିତ ନୁହନ୍ତି। ବ୍ୟବସ୍ଥା କୁ ପ୍ରଶ୍ନ କଲେ ଜୀବନ ହାରିବା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ। ମନୁ ସଂହିତା ବିଚାର ର ପିତୃସତ୍ତାତ୍ମକ ଦମନ ଗୋଟିଏ ପରେ ଗୋଟିଏ ଘଟଣା ଘଟିଚାଲିଛି । ଓଡ଼ିଶାର ମା, ଭଉଣୀ ଓ ବୋହୁ ର ସୁରକ୍ଷାନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହା ଫଳ ସ୍ବରୂପ ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ପ୍ରତିବାଦର ଅଗ୍ନସ୍ପୁଲିଙ୍ଗ ହୋଇ ଓଡ଼ିଶା ବନ୍ଦ ଅପୂର୍ବ ସଫଳତା ହାସଲ କରିଛି। ମୋଦି, ମୋହନ, ମନମୋହନ ନେତୃତ୍ବାଧିନ ବିଜେପି ସରକାରଙ୍କୁ ଶକ୍ତ ଜାବଡା ଦେଇ ସୂଚାଇ ଦେଇଛନ୍ତି। ଓଡ଼ିଶା ବାସୀ କୈଣସି ଅନ୍ୟାୟକୁ ବରଦାସ୍ତ କରିବେ ନାହିଁ। ମା, ଭଉଣୀ ଓ ବୋହୁଙ୍କ ଇଜ୍ଜତ ସହ ଖେଳିବା ଘଟଣାରେ କେବେ ମଧ୍ୟ ଓଡ଼ିଶାବାସୀ ଚୁପ୍ ରହିବେ ନାହିଁ। ଛବିରାଣୀ ହତ୍ୟାକାଣ୍ଡ ଘଟଣାରେ କଂଗ୍ରେସ ସରକାର କୁ ମାଟି ଚଟାଇଥିଲେ।

ସେହିପରି ପରୀ, ମମିତା, ବେବିନା, ଇତିଶ୍ରୀ ଆଦି ନିର୍ଯ୍ୟାତନା ଓ ନାରୀ ହତ୍ୟା ବିଜେଡି ସରକାର ପାଇଁ କାଳ ସାଜିଥିଲା। ବନ୍ଦକୁ ସଫଳ କରି ଡବଲ ଇଞ୍ଜିନ ସରକାର କୁ କଡ଼ା ଚେତାବନୀ ଦେଇଛନ୍ତି ଯେ ଯେ ରାଜ୍ୟ ର କ୍ରମବର୍ଦ୍ଦିଷ୍ଟୁ ନାରୀ ନିର୍ଯାତନା, ଗଣଦୁଷ୍କର୍ମ ଓ ପିତୃସତ୍ତାତ୍ମକ ଦମନକୁ ଦୃଢ଼ ହସ୍ତରେ ରାଜ୍ୟ ସରକାର ନିୟନ୍ତ୍ରଣ କରି ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହେଲେ ବିଜେପି ସରକାର କୁ ମାଟି ମିଶାଇବାକୁ ଜନଗଣ ଏକହେବେ। ଗୋପାଳପୁର ଗଣଦୁଷ୍କର୍ମ, ମାଲକାନଗିରି, ଆସିକାରେ ଛାତ୍ରୀ ନିର୍ଯାତନା ଆଦି ଘଟଣା ରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ସୈମ୍ୟାଶ୍ରୀ ଆତ୍ମଦାହ ଘଟଣାରେ ଯେଉଁ ମାନେ ସଂପୃକ୍ତ ସେମାନଙ୍କ ଗିରଫଦାରୀ ସହିତ କର୍ତ୍ତବ୍ୟରେ ଅବହେଳା କରିଥିବା ବିଧାୟକ, ସାଂସଦ ଓ ଶିକ୍ଷାମନ୍ତ୍ରୀ ରାଜ୍ୟ ବାସୀଙ୍କୁ କ୍ଷମା ମାଗି ଇସ୍ତଫା ଦେବା ପାଇଁ ରାଜ୍ୟବାସୀ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ଦୃଢ଼ ଦାବି ରଖିଛି।

ଓଡ଼ିଶା ବନ୍ଦ କୁ ସଫଳ କରିବା ପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ପ୍ରତିବାଦ କାର୍ଯ୍ୟକ୍ରମ କୁ ରାଜରାସ୍ତାରେ ସଫଳତାର ସହ ଆୟୋଜନ କରାଯାଇଥିଲା। ଭୁବନେଶ୍ୱର ଆଇ ଆର୍ ସି ଭିଲେଜ, ଜୟଦେବ ବିହାର ଆଦି ଅଂଚଳରେ ପିକେଟିଂ କରି ସମସ୍ତ ବ୍ୟାଙ୍କ, ଦୋକାନ ବଜାର ବନ୍ଦ କରିବା ସହ ଜାତୀୟ ରାଜପଥରେ ପ୍ରତିବାଦ ସଭା ଆୟୋଜନ କରି ଅବରୋଧ କରିଥିଲେ। ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ରାଜ୍ୟ ସମ୍ପାଦିକା କମ୍ରେଡ ପ୍ରମିଳା, ହେନା, ବିଚିତ୍ର ପାତ୍ର, ଶଙ୍କର ଇନକିଲାବ, ନାରାୟଣ ଲେଙ୍କା, ଅର୍ଣ୍ଣପୂର୍ଣା ସ୍ବାଇଁ, ନାରାୟଣ ଲେଙ୍କା, ଦିଲ୍ଲୀପ, କେଦାର, କବିତା ଆଦି ବନ୍ଦ କରିବା ପାଇଁ ବିଭିନ୍ନ ପିକେଟିଂ ଟିମ୍ ନେତୃତ୍ବ ନେଇଥିଲେ।

ଓଡିଶା ବନ୍ଦ ରାଜ୍ୟବାସୀଙ୍କୁ ଅଭିନନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026
Latest News

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.