Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ‘ସୁଶାସନ ଅଭ୍ୟାସ’ ଉପରେ ଜାତୀୟ ସମ୍ମିଳନୀ ଉଦଯାପିତ
ଆଜିର ଖବର

ଭୁବନେଶ୍ୱରରେ ‘ସୁଶାସନ ଅଭ୍ୟାସ’ ଉପରେ ଜାତୀୟ ସମ୍ମିଳନୀ ଉଦଯାପିତ

July 18, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ସୁଶାସନ ଉପରେ ଦୁଇ ଦିନିଆ (୧୭-୧୮ ଜୁଲାଇ, ୨୦୨୫) ଜାତୀୟ ସମ୍ମିଳନୀ ସଫଳତାପୂର୍ବକ ଉଦଯାପିତ ହୋଇଯାଇଛି। ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ସମ୍ମିଳନୀର ଆୟୋଜନ କରାଯାଇଥିଲା।

ଏହି ସମ୍ମିଳନୀରେ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ଯୋଗ ଦେଇଥିଲେ। ଡକ୍ଟର ସିଂ ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସଂସ୍କାରର ଚାରିଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। ଏସବୁ ଜରିଆରେ ପୁରୁଣାକାଳିଆ ବ୍ୟବସ୍ଥାକୁ ଉଚ୍ଛେଦ କରିବା ସହ ଦୀର୍ଘକାଳୀନ ପରମ୍ପରାର ଦୋଷତ୍ରୁଟି ଦୂର ପାଇଁ ଚେଷ୍ଟା କରାଯାଇଥିବା ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଏଗୁଡ଼ିକର ସୁଦୂରପ୍ରସାରୀ ସାମାଜିକ ଆର୍ଥିକ ପ୍ରଭାବ, ବିଶେଷ କରି ତୃଣମୂଳସ୍ତରରେ ଏହାଦ୍ୱାରା ଆସିଥିବା ପରିବର୍ତ୍ତନ ଉପରେ ଜୋର ଦେଇଥିଲେ। ଏସବୁ ବ୍ୟବସ୍ଥା ସେବା ଯୋଗାଣରେ ସୁଧାର ଆଣିବା ସହିତ ନାଗରିକଙ୍କ ଜୀବନର ଗୁଣବତ୍ତାରେ ସୁଧାର ଆଣିଥିବା ସେ କହିଥିଲେ। ଡକ୍ଟର ସିଂହ କହିଥିଲେ ଯେ ଗତ ୧୧ ବର୍ଷ ମଧ୍ୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସାଧାରଣ ନାଗରିକଙ୍କ ମାନସିକତାରେ ମୌଳିକ ପରିବର୍ତ୍ତନ ଆଣିଛି। ଏହା ସେମାନଙ୍କ ମଧ୍ୟରେ ବ୍ୟବସ୍ଥା ପ୍ରତି ଆତ୍ମସମ୍ମାନ, ଆତ୍ମବିଶ୍ୱାସ ଏବଂ ଭରସାର ନୂଆ ଭାବନା ସୃଷ୍ଟି କରିଛି।

କେତେକ ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ, କେନ୍ଦ୍ରୀକୃତ ସାଧାରଣ ଅଭିଯୋଗ ସମାଧାନ ଏବଂ ନିରୀକ୍ଷଣ ପ୍ରଣାଳୀ (ସିପିଗ୍ରାମ୍ସ) ଏବଂ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିନବ ପ୍ରଶାସନର ବିଶ୍ୱସ୍ତରୀୟ ମଡେଲରେ ପରିଣତ ହୋଇଛି। ସେ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ର ବ୍ୟାପକ ପିସ୍ତାର ଉପରେ ମଧ୍ୟ ଆଲୋକପାତ କରିଥିଲେ। ଡିଜିଟାଲ ସଶକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ସ୍ୱରୂପ ଭିସା ଭଳି ପାରମ୍ପରିକ ବିଶ୍ୱସ୍ତରୀୟ ପେମେଣ୍ଟ ପ୍ଲାଟଫର୍ମକୁ ୟୁପିଆଇ ଅତିକ୍ରମ କରିପାରିଛି। ଅପରପକ୍ଷରେ ୧୬ ଶହରୁ ଅଧିକ ପୁରୁଣା ଆଇନ ଉଚ୍ଛେଦ ବିଷୟରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ ଜୋର ଦେଇ କହିଥିଲେ, ଏହା ଅମଲାତାନ୍ତ୍ରିକ ପ୍ରତିବନ୍ଧକକୁ ହ୍ରାସ କରିଛି ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧି କରିଛି।

ଶାସନ ସଂସ୍କାରର ଯାତ୍ରା ଉପରେ ଆଲୋକପାତ କରି ଡକ୍ଟର ସିଂହ କହିଥିଲେ, ସ୍ୱାଧୀନତା ପରଠାରୁ ୪୧ଟି ସୁଶାସନ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିମଧ୍ୟରୁ ୨୯ଟି ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏହା ପ୍ରଗତିଶୀଳ ପ୍ରଶାସନ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି।

ଏହି ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିବା ଏବଂ ଜନସେବା କ୍ଷେତ୍ରରେ ଅଭିନବ ପ୍ରୟାସ କରିବା ଉପରେ ଜାତୀୟ ବିଚାରବିମର୍ଶକୁ ଆଗକୁ ବଢାଇବା ପାଇଁ ସେ ଡିଏଆରପିଜି ସଚିବ ଭି. ଶ୍ରୀନିବାସଙ୍କୁ ପ୍ରଶଂସା କରିଥିଲେ।

ଉଦଘାଟନୀ ଅଧିବେଶନ ଉଦବୋଧନ ଦେଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକକୈନ୍ଦ୍ରିକ, ପ୍ରଯୁକ୍ତିବିଦ୍ୟା ପରିଚାଳିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଶାସନ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ ଭାବେ ବ୍ୟକ୍ତ କରିଥିଲେ। ସେ କହିଥିଲେ, ‘‘ସୁଶାସନ କିଛି ଲୋକଙ୍କର ବିଶେଷାଧିକାର ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ହକ୍‌ ଏବଂ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ଗମ୍ଭୀର କର୍ତ୍ତବ୍ୟ।’’ ବିପର୍ଯ୍ୟୟ ପରିଚାଳନା ଏବଂ ସମାବେଶୀ ବିକାଶ ଠାରୁ ଆରମ୍ଭ କରି ଡିଜିଟାଲ୍ ସାର୍ବଜନୀନ ସେବା ଏବଂ ତଥ୍ୟ-ଆଧାରିତ ନୀତି ନିର୍ଦ୍ଧାରଣ ପର୍ଯ୍ୟନ୍ତ ପ୍ରମୁଖ କ୍ଷେତ୍ରରେ ଓଡ଼ିଶାର ପରିବର୍ତ୍ତନ ଉପରେ ସେ ଆଲୋକପାତ କରିଥିଲେ।

ଡିଏଆରପିଜିର ସଚିବ ଶ୍ରୀ ଭି. ଶ୍ରୀନିବାସ ସମ୍ମିଳନୀରେ ଅଭିଭାଷଣ ରଖି କହିଥିଲେ, ଏହି ସମ୍ମିଳନୀ ୨୦୨୫ ପ୍ରଶାସନିକ ସେବା ଦିବସର ବିଷୟବସ୍ତୁ – ‘‘ଜିଲ୍ଲା ଏବଂ ବ୍ଲକର ସମଷ୍ଟିଗତ ବିକାଶ ମାଧ୍ୟମରେ ଭାରତର ସାମାଗ୍ରିକ ବିକାଶ’’ ଅନୁରୂପ ରଖାଯାଇଛି। ସେ ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ପ୍ରଶାସନିକ କର୍ମଚାରୀଙ୍କ ମଧ୍ୟରେ ପ୍ରତିବଦ୍ଧତା, ସହଭାଗିତା ଏବଂ ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦୋହରାଇଥିଲେ।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସାରା ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବୋତ୍ତମ ଅଭ୍ୟାସ ଏବଂ ସଫଳତାର କାହାଣୀ ପ୍ରଦର୍ଶିତ ହୋଇଥିଲା। ସମ୍ମିଳନୀ ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛ, ପ୍ରତିକ୍ରିୟାଶୀଳ ଏବଂ ନାଗରିକ-ପ୍ରଥମ ହୋଇଥିବା ନୂତନ ଦୃଷ୍ଟାନ୍ତ ଉପରେ ଆଲୋକପାତ କରିଥିଲା।

ଜାତୀୟ ସମ୍ମିଳନୀର ପ୍ରଥମ ଅଧିବେଶନରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ ବିଷୟବସ୍ତୁ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କାର ପ୍ରାପ୍ତ କାର୍ଯ୍ୟକ୍ରମ ୨୦୨୪ ଉପରେ ଧ୍ୟାନ ଦିଆଯାଇଥିଲା। ଡିଏଆରପିଜିର ଅତିରିକ୍ତ ସଚିବ ଶ୍ରୀ ପୁନିତ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଆଦର୍ଶ ଜିଲ୍ଲାସ୍ତରୀୟ ସୁଶାସନ ମଡେଲ ପ୍ରଦର୍ଶିତ ହୋଇଥିଲା।

ସମ୍ମିଳନୀର ଦ୍ୱିତୀୟ ଅଧିବେଶନର ବିଷୟବସ୍ତୁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ପୁରସ୍କୃତ ପଦକ୍ଷେପ ୨୦୨୪ ଉପରେ ଆଧାରିତ ଥିଲା। ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଡିଏଆରପିଜିର ଯୁଗ୍ମ ସଚିବ ସରିତା ଚୌହାନ। ଏଥିରେ ଆକାଂକ୍ଷୀ ବ୍ଲକଗୁଡ଼ିକରେ ଯୁଗାନ୍ତକାରୀ ପରିବର୍ତ୍ତନକୁ ଆଗେଇ ନେଉଥିବା ଜିଲ୍ଲାସ୍ତରୀୟ ନେତୃବର୍ଗଙ୍କ ଦ୍ୱାରା ପ୍ରଭାବଶାଳୀ ଉପସ୍ଥାପନା କରାଯାଇଥିଲା।

ଜାତୀୟ ସମ୍ମିଳନୀର ତୃତୀୟ ଅଧିବେଶନରେ ବିଭିନ୍ନ ବର୍ଗରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କାର ପ୍ରାପ୍ତ କାର୍ଯ୍ୟକ୍ରମ ୨୦୨୩/୨୦୨୪ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିରେ ଆଇଆଇପିଏର ମହାନିର୍ଦ୍ଦେଶକ ଡକ୍ଟର ଏସ.ଏନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ଏହି ବିଭିନ୍ନ କ୍ଷେତ୍ରରେ ଅଭିନବ ପ୍ରଶାସନିକ ସମାଧାନ ଉପରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନା କରାଯାଇଥିଲା।

ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିନ ତଥା ଚତୁର୍ଥ ଅଧିବେଶନରେ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଅଭିନବ ବର୍ଗରେ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାରପ୍ରାପ୍ତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା। ଏହି ଅଧିବେଶନରେ ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ପରିବର୍ତ୍ତନ ଆଣିଥିବା ଅଗ୍ରଣୀ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଏହି ଅଧିବେଶନରେ ଆଲୋଚନା କରାଯାଇଥିଲା।

ଜାତୀୟ ସମ୍ମିଳନୀର ଶେଷ ବୈଷୟିକ ଅଧିବେଶନରେ ପ୍ରଯୁକ୍ତ ଆଧାରିତ ଏବଂ ସାମାଜିକ ସ୍ତରରେ ପ୍ରଭାବୀ ପ୍ରଶାସନ ଉପରେ ଧ୍ୟାନ ଦିଆଯାଇ ଓଡ଼ିଶା ସରକାରଙ୍କ ଅଭିନବ କାର୍ଯ୍ୟକ୍ରମଗୁଡ଼ିକ ପ୍ରଦର୍ଶନ କରାଯାଇଥିଲା।

ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଉଦଯାପନୀ ଅଧିବେଶନ ବେଶ ବିଚାରପୂର୍ଣ୍ଣ ଏବଂ ପ୍ରେରଣାଦାୟୀ ଥିଲା। ଡିଏଆରପିଜିର ଅତିରିକ୍ତ ସଚିବ ଶ୍ରୀ ପୁନୀତ ଯାଦବ ଏହି ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ସାରାଂଶ ଉପସ୍ଥାପନ କରିଥିଲେ। ସେ ପ୍ରଶାସନ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ, ସହଯୋଗ ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟର ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ରାଜ୍ୟର ପ୍ରଶାସନିକ ସଂସ୍କାର ଉପରେ ବିଚାର ବ୍ୟକ୍ତ କରିବା ସହିତ ଏଭଳି ଏକ ଜାତୀୟ ମଞ୍ଚର ସହ-ଆୟୋଜନ ଲାଗି ସୁଯୋଗ ମିଳିଥିବାରୁ କୃତଜ୍ଞତା ବ୍ୟକ୍ତ କରିଥିଲେ।

ସୁଶାସନ ଅଭ୍ୟାସ ଉପରେ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଜ୍ଞାନ ବିନିମୟ, ସହଭାଗୀ ଶିକ୍ଷା ଏବଂ ସାରା ଭାରତରୁ ଦୃଷ୍ଟାନ୍ତମୂଳକ ଜନସେବା କାର୍ଯ୍ୟକ୍ରମକୁ ସ୍ୱୀକୃତି ଦେବା ପାଇଁ ଏକ ପ୍ରଭାବଶାଳୀ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା। ଅଭିନବ ପଦକ୍ଷେପ, ସମାବେଶନ ଏବଂ ରୂପାନ୍ତରଣକାରୀ ପ୍ରଶାସନ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରି ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଏକ ସ୍ୱଚ୍ଛ, ଦକ୍ଷ ଏବଂ ନାଗରିକ-ପ୍ରଥମ ପ୍ରଶାସନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମୂହିକ ସଂକଳ୍ପକୁ ଦୋହରାଇଥିଲା।

ଜାତୀୟ ସମ୍ମିଳନୀ ଭୁବନେଶ୍ୱର ସୁଶାସନ ଅଭ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

‘୪ରୁ ୫ ଲଢ଼ୁଆ ବିମାନ ଖସାଇ ଦିଆଯାଇଥିଲା’: ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଟ୍ରମ୍ପଙ୍କ ନୂଆ ଦାବି

July 19, 2025

ଇସ୍ତଫା ଦେଲେ ଆପ ବିଧାୟକ ଅନମୋଲ ଗଗନ ମାନ: ରାଜନୀତି ଛାଡିବାକୁ କଲେ ଘୋଷଣା

July 19, 2025

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧିପାଇଁ ଏନ୍‌ଡିଡିବି ସହ ଓମ୍‌ଫେଡର ଚୁକ୍ତିନାମା, କ୍ୱାର୍ଟରସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

July 19, 2025

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫: ପଦକ ବିଜେତା କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇଲେ ଡିଜିପି

July 19, 2025
Latest News

‘୪ରୁ ୫ ଲଢ଼ୁଆ ବିମାନ ଖସାଇ ଦିଆଯାଇଥିଲା’: ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଟ୍ରମ୍ପଙ୍କ ନୂଆ ଦାବି

July 19, 2025

ଇସ୍ତଫା ଦେଲେ ଆପ ବିଧାୟକ ଅନମୋଲ ଗଗନ ମାନ: ରାଜନୀତି ଛାଡିବାକୁ କଲେ ଘୋଷଣା

July 19, 2025

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧିପାଇଁ ଏନ୍‌ଡିଡିବି ସହ ଓମ୍‌ଫେଡର ଚୁକ୍ତିନାମା, କ୍ୱାର୍ଟରସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

July 19, 2025

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫: ପଦକ ବିଜେତା କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇଲେ ଡିଜିପି

July 19, 2025

ନୋଏଡା ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା, ମାନସିକ ନିର୍ଯାତନା ଅଭିଯୋଗ, ଦୁଇ ଗିରଫ

July 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.