Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳା ଯୌନ ଉତ୍ପୀଡ଼ନ ନିଷେଧ ସମ୍ପର୍କିତ କର୍ମଶାଳା
ଆଜିର ଖବର

ମହିଳା ଯୌନ ଉତ୍ପୀଡ଼ନ ନିଷେଧ ସମ୍ପର୍କିତ କର୍ମଶାଳା

July 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି କର୍ମସ୍ଥଳରେ ମହିଳା ଯୌନ ଉତ୍ପୀଡ଼ନର ନିବାରଣ,ନିଷେଧ ଓ ପ୍ରତିକାର ସମ୍ପର୍କିତ କର୍ମଶାଳା ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଓ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ପକ୍ଷରୁ ନିର୍ଦ୍ଦେଶ ପରେ ବାଲୁଗାଁ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ ସମିତିର ପୁନର୍ଗଠନ ପରେ ଆଜି ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ ସମିତିର ପ୍ରିଜାଇଣ୍ଡିଙ୍ଗ ଅଫିସର ଡକ୍ଟର ମୋନାଲିସା ମାନସିଂହ କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ ନିବାରଣ ଓ ପ୍ରତିକାର ସମ୍ପର୍କରେ କେନ୍ଦ୍ର ସରକାର, ୟୁଜିସି ଓ ରାଜ୍ୟସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯକ୍ରମର ସଂଯୋଜନା କରିବା ସହ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ମର୍ଯ୍ୟାଦା ରକ୍ଷା କରିବା ପାଇଁ ୨୦୧୩ ଓ ୨୦୧୫ ରେ ଆଗତ ଅଧିନିୟମ ସଚେତନତା ମାଧ୍ୟମରେ ମହାବିଦ୍ୟାଳୟ ପରିସରରେ ଏକ ସୁସ୍ଥ ଓ ପବିତ୍ର ବାତାବରଣ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ।  ଅଧ୍ୟାପିକା ସୁନିତା ନନ୍ଦ ମହିଳା ସୁରକ୍ଷା,ସମ୍ମାନ ଓ ଅଧିକାର ସମ୍ପର୍କରେ ସମ୍ବିଧାନରେ ପ୍ରଣୀତ ବିଭିନ୍ନ ଧାରା ସମେତ ପୋଷ ଆକ୍ଟ ୨୦୧୩ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରବୀଣ କୁମାର ଜେନା ଓ ଅଧ୍ୟାପିକା ରୀନା ରାଉତ ମହାବିଦ୍ୟାଳୟର କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ମିଳିତ ଉଦ୍ୟମରେ ପବିତ୍ର ଶୈକ୍ଷିକ ପରିବେଶ ସୃଷ୍ଟି ହୋଇପାରିବ ବୋଲି ମତାବ୍ୟକ୍ତ କରିଥିଲେ।

ଏହି ଅବସରରେ ଛାତ୍ରୀ ଯସ୍ମିନ ବେଗମ ସମଗ୍ର ଦେଶରେ ମହିଳା ମାନଙ୍କ ଉପରେ ହେଉଥିବା ଉତ୍ପୀଡ଼ନ ଓ ଏହାର ପ୍ରତିକାର ସମ୍ପର୍କରେ ଅଧିନିୟମ ସମ୍ପର୍କରେ ଅଧିକ ସଚେତନତା ଆବଶ୍ୟକ ବୋଲି କହିଥିଲେ। ଏଥିସହ ଶିକ୍ଷାନୁଷ୍ଠାନ ଓ ସମାଜର ବିଭିନ୍ନ କ୍ଷେତ୍ରରେ ମହିଳା ଯୌନ ଉତ୍ପୀଡ଼ନ ନିବାରଣ ଓ ପ୍ରତିକାର ପାଇଁ ସମସ୍ତେ ଏକ ସଙ୍ଗରେ ଶପଥ ଗ୍ରହଣ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଆଇସିସି ସଭ୍ୟା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ।

ପ୍ରକାଶ ଥାଉକି ଚଳିତ ବର୍ଷ ମହାବିଦ୍ୟାଳୟରେ ପୁନର୍ଗଠିତ ଆଭ୍ୟନ୍ତରୀଣ ଅଭିଯୋଗ ସମିତି (ଆଇସିସି) ସଦସ୍ୟ ଭାବେ ଶିକ୍ଷକ- ଅଣଶିକ୍ଷକ, ଶିକ୍ଷାର୍ଥୀ ଓ ଅଞ୍ଚଳର ବରିଷ୍ଠ ସାମାଜିକ କର୍ମୀଙ୍କୁ ନେଇ ସାତ ଜଣିଆ ସମିତି ଗଠନ କରାଯିବା ସହ ମହାବିଦ୍ୟାଳୟ ର ପ୍ରମୁଖ ସ୍ଥାନରେ ୧୮୧ ସହାୟତା ନମ୍ବର ସୂଚିତ ଥିବା ଏକ ଷ୍ଟାଣ୍ଡି ସମସ୍ତଙ୍କ ଗୋଚରାର୍ଥେ ପ୍ରଦର୍ଶିତ କରାଯାଇଛି।

ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026
Latest News

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.