Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତିଶ୍ରୁତି ପୂରଣ କଲେ ଆଇନ ମନ୍ତ୍ରୀ: ପୁନଃ କାର୍ଯ୍ୟକ୍ଷମ ହେବ ୨୦୨୧ ରେ ବନ୍ଦ ଥିବା ଚିଲିକାର ଏହି ସ୍କୁଲ
ଆଜିର ଖବର

ପ୍ରତିଶ୍ରୁତି ପୂରଣ କଲେ ଆଇନ ମନ୍ତ୍ରୀ: ପୁନଃ କାର୍ଯ୍ୟକ୍ଷମ ହେବ ୨୦୨୧ ରେ ବନ୍ଦ ଥିବା ଚିଲିକାର ଏହି ସ୍କୁଲ

July 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା: ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନ ପ୍ରତିଶ୍ରୁତି ପୂରଣ କରିଛନ୍ତି।   ଉକ୍ତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରା ଗ୍ରାମପଞ୍ଚାୟତର ମହୁଲିଆ ପ୍ରାଥମିକ ବିଦ୍ୟାଳୟ ଆସନ୍ତାକାଲିଠାରୁ ପୁନଃ କାର୍ଯ୍ୟକ୍ଷମ ହେବ। ସୂଚନା ଥାଉକି ଉକ୍ତ ବିଦ୍ୟାଳୟ ୨୦୦୪ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ପୂର୍ବ ସରକାର ଏହାକୁ ୨୦୨୧ ରେ ବନ୍ଦ କରିଦେଇଥିଲେ।  ଫଳରେ ଗ୍ରାମର ପିଲାମାନେ ଶିକ୍ଷା ଗ୍ରହଣ କରିବାକୁ ଦୀର୍ଘ ୧୫ କିମି ପାହାଡ ତଳକୁ ଆସୁଥିଲେ।

ତେବେ ସମାଜର ଉନ୍ନତି ପାଇଁ ଶିକ୍ଷାର ସର୍ବୋଚ୍ଚ ଭୂମିକା ଥିବା ବେଳେ ଏହାକୁ ହୃଦୟଙ୍ଗମ କରି କିପରି ଉକ୍ତ ବିଦ୍ୟାଳୟ କୁ ପୁନଃ କାର୍ଯ୍ୟକ୍ଷମ କରାଯିବ ସେ ଦିଗରେ ଅଣ୍ଟା ଭିଡ଼ିଥିଲେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଚଳିତ ବର୍ଷ ମଇ ମାସ ଶେଷ ସପ୍ତାହରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଖୋର୍ଦ୍ଧା ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ ନେଇ ଉକ୍ତ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ଆସନ୍ତା ୩ ସପ୍ତାହ ମଧ୍ୟରେ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ‌ କରିଥିଲେ। ତତ୍ ସହିତ ବିଦ୍ୟାଳୟକୁ ନୂତନ ଶିକ୍ଷକ ନିଯୁକ୍ତି ଦେଇ ପୁନଃ ସେଠାରେ ଶିକ୍ଷାଦାନ ବ୍ୟବସ୍ଥା ଜାରି ରଖିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ତେବେ ଆନନ୍ଦର ବିଷୟ ଆସନ୍ତାକାଲି ୨୩ ତାରିଖରୁ ଉକ୍ତ ବିଦ୍ୟାଳୟ ପୁନଃ କାର୍ଯ୍ୟକ୍ଷମ ହେବ। ଏ ନେଇ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉକ୍ତ ନିର୍ଦ୍ଦେଶନାମାରେ ମହୁଲିଆ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ପ୍ରଭାତ କୁମାର ସେନାପତି ଏବଂ ସହକାରୀ ଶିକ୍ଷକ ଭାବେ ଭିକାରି ପ୍ରଧାନଙ୍କୁ ଡେପୁଟେସନରେ ପଠାଯାଇଥିବା ଉଲ୍ଲେଖ ଅଛି। ଉକ୍ତ ଦୁଇ ଶିକ୍ଷକ ଏହି ଅଞ୍ଚଳର ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଯୋଗାଯୋଗ କରି ପୁନଶ୍ଚ ଉକ୍ତ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ମାନ୍ୟବର ମନ୍ତ୍ରୀଙ୍କ ଏଭଳି ମହତ ପଦକ୍ଷେପକୁ ସମଗ୍ର ଚିଲିକାବାସି ଭୂୟାଁସୀ ପ୍ରଶଂସା କରିଛନ୍ତି।

ଚିଲିକା ଚିଲିକା ବିଧାୟକ ପୁନଃ କାର୍ଯ୍ୟକ୍ଷମ ପୃଥ୍ଵୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.