ଭୁବନେଶ୍ଵର: ଗଜପତି ଜିଲ୍ଲା କାଶିନଗରଠାରେ ନବନିର୍ମିତ ଗ୍ରାମ ନ୍ୟାୟାଳୟ ତଥା ଜେଏମଏଫସି କୋର୍ଟର ନୂତନ ଅଟ୍ଟାଳିକା ଉଦଘାଟିତ ହୋଇଛି। ୪ ଏକର ପରିମିତ ଜମିରେ ଏବଂ ୫ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅଟ୍ଟାଳିକାକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଭାସି ମାଧ୍ୟମରେ ଉଦଘାଟନ କରିଛନ୍ତି।
ଏହି ଅଟ୍ଟାଳିକାରେ ଇ-ଲାଇବ୍ରେରୀ, ଇ-ସେବା, ବାର ହାଉସ ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟବସ୍ଥା ରହିଛି ବୋଲି ଜିଲ୍ଲା ବାର ସଂଘ ସମ୍ପାଦକ ଏମ. ପୃଥିବୀରାଜ କହିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଦୌରାଜଜ ଜଗଦୀଶ ପ୍ରସାଦ ମହାନ୍ତି, ରେଜିଷ୍ଟ୍ରାର୍ ପ୍ରସନ୍ନ କୁମାର ବେହେରା, କାଶିନଗର କୋର୍ଟର ଜେଏମଏଫସି ସୋନାଲି ବେହେରା, ଜିଲ୍ଲା ବାର ସଂଘ ସଭାପତି ଜିତେନ୍ଦ୍ର କୁମାର ପଟ୍ଟନାୟକ ଏବଂ ଏସ୍ପି ଜତିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।