ଅନୁଗୋଳ: ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଦସ୍ୟମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳରେ ବ୍ୟବସାୟକୁ ବଢାଇବା ସହ ଜିଲ୍ଲାର ଅର୍ଥନୀତିକୁ ମଜଭୂତ୍ କରିବା ଦିଗରେ ଶ୍ରୀ ପ୍ରଧାନ ଅନେକ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗ୍ଦର୍ଶନରେ ଅନୁଗୋଳର ଅପାର ସମ୍ଭାବନାକୁ ଉପଯୋଗ କରି ଜିଲ୍ଲାକୁ ଶିଳ୍ପ ଓ ବ୍ୟବସାୟର ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି।