Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନ କୀ ବାତରେ ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର କରିଥିବା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ବିଷୟରେ ଚର୍ଚ୍ଚା କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ମନ କୀ ବାତରେ ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର କରିଥିବା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ବିଷୟରେ ଚର୍ଚ୍ଚା କଲେ ପ୍ରଧାନମନ୍ତ୍ରୀ

July 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ର ୧୨୪ତମ ଅଧ୍ୟାୟରେ ଦେଶବିଦେଶର ଶ୍ରୋତାଙ୍କ ସହ ମତବିନିମୟ କରିଛନ୍ତି। ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ଦେଶର ଉଲ୍ଲେଖନୀୟ ଉପଲବ୍ଧି ଏବଂ ସମୃଦ୍ଧ ଲୋକ ପରମ୍ପରା ବିଷୟରେ ଆଲୋଚନା ବେଳେ ଓଡ଼ିଶାର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲା ବିଷୟରେ ଉଲ୍ଲେଖ କରିଛନ୍ତି।

ଦେଶର ସ୍ୱଦେଶୀ ଆନ୍ଦୋଳନ, ସ୍ଥାନୀୟ ଉତ୍ପାଦ ଏବଂ ସମୃଦ୍ଧ ହସ୍ତଶିଳ୍ପ ପରମ୍ପରା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସାନ୍ତାଳି ଶାଢ଼ି ବୁଣୁଥିବା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ୬୫୦ରୁ ଅଧିକ ଆଦିବାସୀ ମହିଳା ପାରମ୍ପରିକ ସାନ୍ତାଳି ଶାଢ଼ୀର ପୁନରୁଦ୍ଧାର କରି ପାରିଛନ୍ତି। ବର୍ତ୍ତମାନ ଏହି ମହିଳାମାନେ ପ୍ରତ୍ୟେକ ମାସରେ ହଜାର ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ସେମାନେ କେବଳ ବସ୍ତ୍ର ତିଆରି କରୁନାହାନ୍ତି ବରଂ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କର ମନ କୀ ବାତ କାର୍ଯ୍ୟକ୍ରମରେ ବିଶ୍ୱ ପାଇଁ ଚିନ୍ତାଜନକ ସମସ୍ୟା ପାଲଟିଥିବା ବନାଗ୍ନି ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରୟାସ କରୁଥିବା କେନ୍ଦୁଝରର କୀର୍ତ୍ତନ ମଣ୍ଡଳୀ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଭାରତର ବିବିଧତାର ସବୁଠାରୁ ସୁନ୍ଦର ଝଲକ ଦେଶର ଲୋକଗୀତ ଏବଂ ପରମ୍ପରାରେ ଦେଖିବାକୁ ମିଳିଥାଏ। ଏହାର ଅଂଶ ହେଉଛି ଆମର ଭଜନ ଓ କୀର୍ତ୍ତନ । କିନ୍ତୁ ବନାଗ୍ନି ସମ୍ପର୍କରେ କୀର୍ତ୍ତନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଥିବା କଥା ଆପଣମାନେ କେବେ ଶୁଣିଛନ୍ତି କି ? ବୋଧହୁଏ, ଆପଣମାନେ ଏକଥାକୁ ବିଶ୍ୱାସ କରି ନ ପାରନ୍ତି, କିନ୍ତୁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଏଭଳି ଏକ ଅଭିନବ ପ୍ରୟାସ କରାଯାଇଛି। ଏଠାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ନାମକ ଗୋଟିଏ ଦଳ ଅଛି। ଏହି ଦଳ ଆଜି ଭକ୍ତି ସହିତ ପରିବେଶ ସୁରକ୍ଷାର ମନ୍ତ୍ର ମଧ୍ୟ ଜପୁଛି। ପ୍ରମିଳା ପ୍ରଧାନ ଏହି ପ୍ରୟାସ ଲାଗି ପ୍ରେରଣା ସାଜିଛନ୍ତି । ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସେ ପାରମ୍ପରିକ ଗୀତରେ ନୂଆ ଶବ୍ଦ, ନୂଆ ବାର୍ତ୍ତା ଯୋଡ଼ିଛନ୍ତି। ତାଙ୍କ ଦଳ ଗାଁ ଗାଁ ବୁଲି ଜଙ୍ଗଲରେ ଲାଗୁଥିବା ନିଆଁରୁ କେତେ କ୍ଷତି ହୁଏ, ତାହା ଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଉଛନ୍ତି। ଦେଶର ଲୋକ ପରମ୍ପରାଗୁଡ଼ିକ ଆଦୌ ପୁରୁଣାକାଳିଆ ନୁହେଁ, ଏଥିରେ ଆଜି ବି ସମାଜକୁ ଦିଗଦର୍ଶନ ଦେବାର ଶକ୍ତି ରହିଛି ବୋଲି ଏହି ଉଦାହରଣରୁ ପ୍ରମାଣିତ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଦିବାସୀ ମହିଳା ନରେନ୍ଦ୍ର ମୋଦୀ ମନ କୀ ବାତ ମୟୂରଭଞ୍ଜ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.