ଭୁବନେଶ୍ବର: ବିଜୁ ଜନତା ଦଳର ରାଜ୍ୟ ସଭା ସଂସାଦମାନଙ୍କ ସହ ଲେଖାଶ୍ରୀ ସାମନ୍ତସିଂହାର ନୂଆଦିଲ୍ଲୀରେ ଜାତୀୟ ମହିଳା କମିଶନରଙ୍କୁ ସାକ୍ଷାତ କରିଛନ୍ତି। ଏ ନେଇ ଲେଖାଶ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି ଯେ, ବିଜୁ ଜନତା ଦଳର ରାଜ୍ୟ ସଭା ସଂସାଦ ମାନଙ୍କ ସହ ଆମ ପ୍ରତିନିଧି ଦଳ ରାଷ୍ଟ୍ରୀୟ ମହିଳା କମିଶନଙ୍କୁ ଭେଟି ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ମୋ ବିରୁଦ୍ଧରେ ଦେଇଥିବା ଅଶାଳୀନ, ମହିଳା ବିରୋଧୀ ଓ କୁତ୍ସିତ ମନ୍ତବ୍ୟ ପାଇଁ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଓଡ଼ିଶାର ବିଜେପି ସରକାର ତଥା ପୋଲିସ ଏ ବିଷୟରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିବା ପ୍ରତିବାଦରେ ସ୍ମାରକ ପତ୍ର ପ୍ରଦାନ ସହିତ କମିଶନଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡିଲୁ।