Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଧିନିୟମ ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

ବାଣପୁର: କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଧିନିୟମ ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

July 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ଖୋର୍ଦ୍ଧା ବାଣପୁର ବ୍ଲକ ସଭାଗୃହରେ ‘କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଅଧିନିୟମ ୨୦୧୩’ ସମ୍ବନ୍ଧରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବାଣପୁର ବିଇଓ ସନାତନ ଜାଲି, ଫ୍ରଣ୍ଟ ଅଫିସ ରିଟେନର ଦେବୀପ୍ରସାଦ ସାମନ୍ତରାୟ, ବାଣପୁର ଓକିଲ ସଂଘ ଉପ ସଭାପତି ପଦ୍ମଜା ପଟ୍ଟନାୟକ, ପୂର୍ବତନ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଅନ୍ୟ ଓକିଲ ଏବଂ ବାଣପୁର ଏନଏସି ଅନ୍ତର୍ଗତ ୧୩ ଗୋଟି ବିଦ୍ୟାଳୟର ଆଇସିସି କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯ୍ୟାତନା( ନିବାରଣ, ନିଷେଧ ଓ ନିରାକରଣ) ଅଧିନିୟମ ୨୦୧୩ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଯୌନ ନିର୍ଯ୍ୟାତନା କାହାକୁ କୁହାଯାଏ, ଆଇନ ଅନୁଯାୟୀ ପୀଡ଼ିତା କିଏ, ପ୍ରତିପକ୍ଷ କିଏ, ଆଇନ ଅନୁଯାୟୀ କାର୍ଯ୍ୟସ୍ଥଳୀ ଅର୍ଥ କଣ, କର୍ମଚାରୀ କିଏ, ନିଯୁକ୍ତିଦାତା କିଏ ଏବଂ ତାଙ୍କର କଣ କାର୍ଯ୍ୟ, ଆଇସିସି କଣ, ଉକ୍ତ କମିଟିରେ କେତେଜଣ ରହିବେ ଏବଂ କିଏ କିଏ ରହିପାରିବେ, ଜିଲ୍ଲା ଅଧିକାରୀ କିଏ, ଉକ୍ତ ଅପରାଧ ପାଇଁ ଦଣ୍ଡବିଧାନ କଣ କଣ ରହିଛି ଆଦି ବିଷୟରେ ବିସ୍ତୃତ ଭାବେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷଙ୍କୁ ବୁଝାଇଥିଲେ।

ଉକ୍ତ ଗୁରୁତ୍ୱପୂର୍ଣ ବିଷୟଗୁଡିକ ବାବଦରେ ସଚେତନ କରାଇଥିବାରୁ ସଭାଶେଷରେ ଉପସ୍ଥିତ ବ୍ୟକ୍ତିବିଶେଷ ମାନେ ବିଚାରପତି ଶ୍ରୀ ମହାପାତ୍ର ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଆଇନ ସଚେତନତା କାର୍ଯ୍ୟକ୍ରମ ବାଣପୁର ଯୌନ ନିର୍ଯ୍ୟାତନା
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟାଙ୍କ ଟଙ୍କା ଦେଲାନି: ଭଉଣୀର ମୃତ ଶରୀର ଆଣିଲା ଭାଇ

April 27, 2026

ଶଶୁର ଘରୁ ଶାଳୀ ଓ ଭିଣେଇଙ୍କ ମୃତଦେହ ଉଦ୍ଧାର

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026
Latest News

ବ୍ୟାଙ୍କ ଟଙ୍କା ଦେଲାନି: ଭଉଣୀର ମୃତ ଶରୀର ଆଣିଲା ଭାଇ

April 27, 2026

ଶଶୁର ଘରୁ ଶାଳୀ ଓ ଭିଣେଇଙ୍କ ମୃତଦେହ ଉଦ୍ଧାର

April 27, 2026

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.