Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ରାଜସ୍ୱ ସେବା ଅଧିକାରୀମାନେ ଆନ୍ତରିକତା ଓ ସମର୍ପଣର ସହ ସେବା କରୁନ୍ତୁ: ରାଜ୍ୟପାଳ
ଆଜିର ଖବର

ଓଡ଼ିଶା ରାଜସ୍ୱ ସେବା ଅଧିକାରୀମାନେ ଆନ୍ତରିକତା ଓ ସମର୍ପଣର ସହ ସେବା କରୁନ୍ତୁ: ରାଜ୍ୟପାଳ

August 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜସ୍ୱ ସେବା ହେଉଛି ଶାସନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରୁ ଅନ୍ୟତମ, ଯାହା ଜନସାଧାରଣଙ୍କ ସହ ପ୍ରତ୍ୟେକ୍ଷ ଭାବେ ଜଡିତ ହୋଇ ରହିଥାଏ। ଏଣୁ ଓଡ଼ିଶା ରାଜସ୍ୱ ସେବା ଅଧିକାରୀମାନେ ଆନ୍ତରିକତା ଓ ସମର୍ପଣ ସହ ସେବା ଯୋଗାଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି। ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ରେଭେନ୍ୟୁ ଅଫିସର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ତାଲିମ୍ ନେଉଥିବା ୨୦୨୨ ବ୍ୟାଚ୍‌ର ଓଡ଼ିଶା ରାଜସ୍ୱ ସେବାର ଅଧିକାରୀମାନଙ୍କ ସହ ବାର୍ତ୍ତାଳାପ ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି।

ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି ଯେ, ପ୍ରଶାସନ କେବଳ ନିୟମ ଏବଂ ଫାଇଲରେ ସୀମିତ ନୁହେଁ। ଏହା ସର୍ବୋପରି ଲୋକଙ୍କ ସହ ଜଡିତ। ଏଣୁ ଯୁବ ଅଫିସରମାନେ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସର୍ବଦା ସଚେତନ ରହି ଉତ୍ସର୍ଗୀକୃତ ଭାବେ ଜନସାଧାରଣଙ୍କୁ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ରାଜ୍ୟପାଳ ଓଡ଼ିଶା ରାଜସ୍ୱ ସେବାର ଅଧିକାରୀମାନଙ୍କ ସହ ଆଲୋଚନା କରି ପ୍ରତ୍ୟେକ ଯୋଜନା ସଂପର୍କରେ ବିଶଦ ଜ୍ଞାନ ଆହରଣ କଲେ ସେମାନେ ଜନସାଧାରଣଙ୍କୁ ଅଧିକ ପ୍ରଭାବଶାଳୀ ଭାବରେ ମାର୍ଗଦର୍ଶନ କରିପାରିବେ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଭଳି କଲ୍ୟାଣକାରୀ ଯୋଜନାରେ ସାମିଲ ହେବାକୁ ରାଜ୍ୟପାଳ ପ୍ରୋତ୍ସାହିତ କରିଥିଲ । ଯେତେବେଳେ ସଚେତନ ନାଗରିକମାନେ ଏପରି ଯୋଜନାରେ ସାମିଲ ହୁଅନ୍ତି, ଏହା ଜନସାଧାରଣଙ୍କ ବିଶ୍ୱାସ ସୃଷ୍ଟି କରିବାରେ ସାହାଯ୍ୟ କରେ ବୋଲି ରାଜ୍ୟପାଳ କହିଥିଲେ।

ପ୍ରମୁଖ କଲ୍ୟାଣକାରୀ ଯୋଜନା ସଂପର୍କରେ ଏକ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରି ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନରେ ତାଲିମ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ବଂଟନ କରାଯିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ।
ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଏହି କାର୍ଯ୍ୟକ୍ରମରେ ମଂଚାସୀନ ଥିଲେ।

ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025

ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା

August 27, 2025

ଆଜି ଗଣେଶ ପୂଜାରେ ମୁଖ୍ୟମନ୍ତ୍ରୀ ଓଡିଶା ଚାଷୀଙ୍କୁ ଦେବେ ୨୦୦୦ ଟଙ୍କା

August 27, 2025

ଓଡିଶା ଆସିବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ

August 27, 2025
Latest News

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025

ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା

August 27, 2025

ଆଜି ଗଣେଶ ପୂଜାରେ ମୁଖ୍ୟମନ୍ତ୍ରୀ ଓଡିଶା ଚାଷୀଙ୍କୁ ଦେବେ ୨୦୦୦ ଟଙ୍କା

August 27, 2025

ଓଡିଶା ଆସିବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ

August 27, 2025

ମାରୁତି ସୁଜୁକିର ପ୍ରଥମ ଭାରତ ନିର୍ମିତ ଇଲେକ୍ଟ୍ରିକ୍ ଯାନ ‘ଇ-ଭିଟାରା’କୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.