ରଣପୁର: ରଣପୁର ଏନଏସି ଅଧ୍ୟକ୍ଷା ଭାବେ ରଙ୍ଗୀନ ମହାନ୍ତି ବିଜେଡି ଦଳରୁ ଟିକେଟ ପାଇ ଗତ ଏନଏସି ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଗତ ସାଧାରଣ ନିର୍ବାଚନରେ ଦଳ ପରାଜିତ ହେଲା ପରେ ସେ ଦଳବିରୋଧୀ କାର୍ଯ୍ୟରେ ଲିପ୍ତରହିବା ଅଭିଯୋଗରେ ବିଜୁ ଜନତାଦଳ ରାଜ୍ୟ ଉପସଭାପତି ପ୍ରତାପ ଜେନା ତାଙ୍କୁ ଦଳରୁ ନିଲମ୍ବିତ କରିଥିବା ସୂଚନା ମିଳିଛି।
ରଣପୁର ଏନଏସିର ଦଳୀୟ କାଉନସିଲର, ଉପାଧ୍ୟକ୍ଷ, ନଗର ସଭାପତିଙ୍କ ସହ କିଛି କର୍ମୀ ଅଧ୍ୟଧକ୍ଷାଙ୍କ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ନେଇ ଜିଲ୍ଲା ଓ ରାଜ୍ୟ କର୍ମକର୍ତ୍ତାଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ତାଙ୍କର କାର୍ଯ୍ୟକଳାପକୁ ଲକ୍ଷ କରି ତାଙ୍କୁ ଦଳରୁ ନିଲମ୍ବିତ କରିଥିବା ଜଣାଯାଇଛି।