Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ସରକାରଙ୍କ ପ୍ରତିନିଧିମଣ୍ଡଳୀଙ୍କ ସହ ବିହାରର ପାଟଣା ସ୍ଥିତ “ବାପୁ ଟାୱାର” ପରିଦର୍ଶନ କଲେ ଆଇନ ମନ୍ତ୍ରୀ
ଆଜିର ଖବର

ଓଡିଶା ସରକାରଙ୍କ ପ୍ରତିନିଧିମଣ୍ଡଳୀଙ୍କ ସହ ବିହାରର ପାଟଣା ସ୍ଥିତ “ବାପୁ ଟାୱାର” ପରିଦର୍ଶନ କଲେ ଆଇନ ମନ୍ତ୍ରୀ

August 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ପୁରୀ ଠାରେ ବିଶ୍ବସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରାହଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ପରିପ୍ରେକ୍ଷୀରେ ଗତକାଲି ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓଡ଼ିଶା ପ୍ରଦେଶର ସରକାରୀ ପ୍ରତିନିଧିମଣ୍ଡଳୀଙ୍କ ସହ ବିହାର ପ୍ରଦେଶର ପାଟଣା ସ୍ଥିତ “ବାପୁ ଟାୱାର” ପରିଦର୍ଶନ କରିଥିଲେ।

ବାପୁ ଟାୱାର ମହାତ୍ମା ଗାନ୍ଧୀଙ୍କ ଜୀବନ, ଦର୍ଶନ, ଓ ଅଦ୍ୱିତୀୟ ବିଚାରଧାରାର ଏକ ସମ୍ମିଳିତ ସ୍ମାରକୀ ଓ ଶିକ୍ଷାପ୍ରଦ ସ୍ଥଳ।ଏଠି ବାପୁଜୀଙ୍କ ଜୀବନ ଘଟଣାବଳୀ, ଦାଣ୍ଡି ଯାତ୍ରା ଓ ଲବଣ ସତ୍ୟାଗ୍ରହ ସମୟର ବିସ୍ତୃତ ବିବରଣୀ ଓ ଦକ୍ଷିଣ ଆଫ୍ରିକା ରହଣି ସମୟରେ ଭାରତୀୟ ମାନଙ୍କ ଦୁର୍ଦ୍ଦଶା ସମୟରେ ତାଙ୍କର କିଭଳି ଚ଼ିନ୍ତାଧାର ପରିବର୍ତ୍ତନ ଓ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଅବଦାନ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସ୍ମୃତି ଦର୍ଶାଯାଏ।

ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ବାପୁ ଟାୱାରର ଉଦ୍ଦେଶ୍ୟ ଓ ପ୍ରତିଷ୍ଠା ପ୍ରତି ଶ୍ରଦ୍ଧା ଜଣାଇ ଏହି ପ୍ରକାର ଐତିହାସିକ ସ୍ମାରକୀ ଗୁଡ଼ିକୁ ଯୁବପିଢିଙ୍କ ପାଇଁ ଶିକ୍ଷା ଏବଂ ପ୍ରେରଣାର ସ୍ରୋତ ଭାବେ ବିକାଶ କରିବାର ଅତ୍ୟନ୍ତ ଆବଶ୍ୟକତା ରହିଛି‌ ବୋଲି ମତପ୍ରକାଶ କରିଥିଲେ।

ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପର୍ଯ୍ୟଟନ ବିଭାଗର ଶାସନ ସଚିବ ବଲୱନ୍ତ ସିଂହ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ ଏବଂ ଓବିସିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀସମୀର ହୋତା, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ବୃନ୍ଦ ପ୍ରମୁଖ ସାମିଲ ହୋଇଥିଲେ।

ଆଇନ ମନ୍ତ୍ରୀ ଓଡିଶା ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଆରମ୍ଭ ହେଲା ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ

December 19, 2025

ସବକା ବୀମା ସବକୀ ରକ୍ଷା ବିଲ୍, 2025 ସଂସଦରେ ଗୃହୀତ

December 19, 2025

୧୯ ବର୍ଷରୁ କମ୍ ଏସିଆ କପ୍: ଆଜି ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ

December 19, 2025

ପ୍ରଧାନମନ୍ତ୍ରୀଙ୍କୁ ‘ଅର୍ଡର ଅଫ୍ ଓମାନ’ ସମ୍ମାନ

December 19, 2025
Latest News

ଭୁବନେଶ୍ୱରରେ ଆରମ୍ଭ ହେଲା ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ

December 19, 2025

ସବକା ବୀମା ସବକୀ ରକ୍ଷା ବିଲ୍, 2025 ସଂସଦରେ ଗୃହୀତ

December 19, 2025

୧୯ ବର୍ଷରୁ କମ୍ ଏସିଆ କପ୍: ଆଜି ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ

December 19, 2025

ପ୍ରଧାନମନ୍ତ୍ରୀଙ୍କୁ ‘ଅର୍ଡର ଅଫ୍ ଓମାନ’ ସମ୍ମାନ

December 19, 2025

ଆଜି ଡିସେମ୍ବର ୧୯ ତାରିଖ, ପାଞ୍ଚୋଟି ରାଶି ପାଇଁ ରହିଛି ଧନ ବର୍ଷା, ଜାଣନ୍ତୁ ଶୁକ୍ରବାରର ରାଶିଫଳ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.