Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ
ଆଜିର ଖବର

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ଖଣି, ଲଜିଷ୍ଟିକ୍ସ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଏକ ପ୍ରସ୍ତାବିତ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଦିଗରେ ଆଲୋଚନା କରିବା ପାଇଁ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ସିଂହ ଚୌଧୁରୀ ଏବଂ ଓଡ଼ିଶାର ଦକ୍ଷତା ବିକାଶ ଏବଂ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି, ଓଡିଶାର ଖଣି କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ବିକାଶକୁ ଇନ୍ଧନ ଯୋଗାଇବା ଏବଂ ବୃହତ ଆକାରରେ ନିଯୁକ୍ତି ସୃଷ୍ଟି କରିବାର ଅପାର ସମ୍ଭାବନା ରହିଛି। ଭାରତରେ ପ୍ରଥମ ଥର ପାଇଁ ନୂଆ ଶୈଳୀରେ ପ୍ରତିଷ୍ଠିତ ହେବାକୁ ଥିବା ପ୍ରସ୍ତାବିତ ଉତ୍କର୍ଷ କେନ୍ଦ୍ର ଖଣି କ୍ଷେତ୍ରରେ ବିଶ୍ୱ ମାନଦଣ୍ଡ ସହିତ ସମାନ ଭାବରେ ପ୍ରାସଙ୍ଗିକ ଦକ୍ଷତା ସୁଯୋଗ ପ୍ରଦାନ କରିବା ସହ ଦକ୍ଷତା ଅଭାବକୁ ଦୂର କରିବ। ଖଣି ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଦକ୍ଷ କର୍ମଚାରୀଙ୍କ ଅଭିବୃଦ୍ଧିକୁ ଆଗେଇ ନେବାରେ ସହାୟକ ହେବ। ଓଡିଶାକୁ ଏକ ଗ୍ଲୋବାଲ୍ ସ୍କିଲ୍ ହବରେ ପରିଣତ କରିବା ପାଇଁ ଥିବା କାର୍ଯ୍ୟପନ୍ଥା ଓ ସମ୍ଭାବନା ଉପରେ ମଧ୍ୟ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ।

ସେ କହିଥିଲେ, ଜାତୀୟ ଦକ୍ଷତା ତାଲିମ କେନ୍ଦ୍ର (ଏନଏସଟିଆଇ), ଭୁବନେଶ୍ୱରରେ ଦକ୍ଷତା ବିକାଶ ପାଇଁ ଏକ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାରା ଓଡିଶାରେ ଦକ୍ଷତା ବିକାଶ ଦୃଶ୍ୟପଟ୍ଟକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଏବଂ ସ୍କିଲ୍ ଇଣ୍ଡିଆ ମଧ୍ୟରେ ଥିବା ସମନ୍ୱୟକୁ ବୃଦ୍ଧି କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ସେ କହିଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଓଡ଼ିଶାର ଭବିଷ୍ୟତ ପିଢିଙ୍କୁ ଭବିଷ୍ୟତଗାମୀ ଦକ୍ଷତା ପ୍ରଦାନ ପ୍ରଦାନ କରିବା ପାଇଁ ବଦ୍ଧପରିକର। ଭାରତର ପ୍ରତିଭାବାନ ଯୁବଶକ୍ତି କେବଳ ଭାରତରେ ନୁହେଁ ବରଂ ବିଶ୍ୱସ୍ତରରେ ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଆଜି ଏହି କଥାକୁ ବାସ୍ତବରେ ପରିଣତ କରିବା ପାଇଁ ଅଙ୍ଗିକାରବଦ୍ଧ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

BJP Ads
ଓଡିଶା ଦକ୍ଷତା ବିକାଶ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

Jatra Actor’s Death: ବର୍ଷିୟାନ ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ

November 5, 2025

କିଏ ସେ ବ୍ରାଜିଲିୟ ମଡେଲ, ଯାହାଙ୍କର ଫଟୋ ଦେଖାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ?

November 5, 2025

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025
BJP Ads
Latest News

Jatra Actor’s Death: ବର୍ଷିୟାନ ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ

November 5, 2025

କିଏ ସେ ବ୍ରାଜିଲିୟ ମଡେଲ, ଯାହାଙ୍କର ଫଟୋ ଦେଖାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ?

November 5, 2025

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025

ଇସି ବିରୋଧରେ ‘ହାଇଡ୍ରୋଜେନ୍ ବୋମା’ ଫୁଟାଇଲେ ରାହୁଲ ଗାନ୍ଧୀ?: ଉତ୍ତର ଦେଲେ ନିର୍ବାଚନ କମିଶନ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.