Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ
ଆଜିର ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ

August 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତ ସରକାରଙ୍କ ଯୁଗାନ୍ତକାରୀ ଶିକ୍ଷାନୀତି ‘ଜାତୀୟ ଶିକ୍ଷାନୀତି -୨୦୨୦କୁ କାର୍ଯ୍ୟକାରୀ କରିବା ଦିଗରେ ଏନ୍‌.ସି.ଇ.ଆର୍‌.ଟି, ବିଶେଷକରି ଏହାର ପ୍ରମୁଖ ଅଂଶବିଶେଷ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ଇକ ଯେଭଳି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ ବୋଲି ଏନ୍‌.ସି.ଇ.ଆର.ଟିର ନିର୍ଦ୍ଦେଶକ ପ୍ରଫେସରୀ ଦୀନେଶ ପ୍ରସାଦ ସକଲାନୀ ମତବ୍ୟକ୍ତି କରିଛନ୍ତି। ମଙ୍ଗଳବାର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ କହିଥିଲେ ଯେ, ଶିକ୍ଷା କେବଳ ନମ୍ବର, ସାର୍ଟିଫିକେଟ୍‌, ପାସ୍‌ଫେଲ୍ ବ୍ୟବସ୍ଥା ଭିତରେ ସଙ୍କୁଚିତ ବ୍ୟବସ୍ଥା ନୁହେଁ, ଏହା ଶିଶୁଟିକୁ ସାମ୍ରଗିକ ଭାବେ ବ୍ୟକ୍ତିରୁ ବ୍ୟକ୍ତିତ୍ୱ ଦିଗରେ ଅଗ୍ରସର କରାଇନିଏ।

ଏହି ଅବସରରେ ସେ ପ୍ରତିଷ୍ଠାନର ବାର୍ଷିକ ମୁଖପତ୍ର ‘ପ୍ରତିବିମ୍ବ’ର ଉନ୍ମୋଚନ କରିଥିଲେ, ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ସ୍ୱଗତ ସମ୍ଭାଷଣ ପ୍ରଦାନ କରି ଗତ ବର୍ଷକ ମଧ୍ୟରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାଙ୍କ କୃତିତ୍ୱ ଉପରେ ଆଲୋକପାତ କରିଥିଲେ। ଡ. କଳିଙ୍ଗ କେତକୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତର ପ୍ରାଚୀନ ଶିକ୍ଷା ବ୍ୟବସ୍ଥା, ଗୁରୁ ଶିଷ୍ୟ ପରମ୍ପରା ଓ ସଂସ୍କୃତିର ବିବିଧତେ ଉପରେ ଆଲୋକପାତ କରିଥିଲେ, ଏହି ଅବସରରେ ଡ. ଜିନା କେ.ଜିଙ୍କ ମୁଖ୍ୟ ସମ୍ପାଦନା ଓ ଡ. ଦେବାଶିଷ ମହାପାତ୍ର, ଡ. ରାହୁଲ ସାହାନା, ଡ. ଦେବବ୍ରତ ବାଗୁଇ ଓ ଡ. ଚିନ୍ତାକୁନ୍ତଳା ମହେନ୍ଦ୍ରଙ୍କ ସମ୍ପାଦନାରେ ପ୍ରକାଶିତ ପ୍ରତିଷ୍ଠାନର ଇଂରାଜୀ-ହିନ୍ଦୀ-ଓଡ଼ିଆ-ବଙ୍ଗଳା ଭାଷାର ମିଳିତ ମୁଖପତ୍ର ‘ପ୍ରତିବିମ୍ବ’ ସଂପର୍କରେ ଅଧ୍ୟକ୍ଷା ପ୍ରଫେସର ଗୋସ୍ୱାମୀ ପ୍ରଶଂସା କରିଥିଲେ, ପରେ ପରେ ପ୍ରତିଷ୍ଠାନର ଅବସରପ୍ରାପ୍ତ କର୍ମଚାରୀ ବୃନ୍ଦଙ୍କୁୂ ତୁଳସୀଚାରା ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରିବା ସହ ପୁରାତନ ଛାତ୍ର ସଂଘର କର୍ମକର୍ତ୍ତା, ସଦସ୍ୟ ସଦସ୍ୟାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ପରିଶେଷରେ ପ୍ରଶାସନିକ ଅଧିକାରୀ ଫୁଲଚାନ୍ଦ ମୀନା ଧନ୍ୟବାଦାର୍ପଣ କରିବା ପରେ ଓଡ଼ିଶୀ, ସମ୍ବଲପୁରୀ ସମେତ ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳ ପ୍ରଦେଶ ଆଦି ପ୍ରଦେଶର ନୃତ୍ୟ ପରିବେଷିତ ହୋଇଥିଲା।

BJP Ads
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର ର ୧୨୧ ବିଲିୟନ ଡଲାର ଉପରେ ମୁକେଶ ଆମ୍ବାନୀଙ୍କ ନଜର

November 7, 2025

ଗଞ୍ଜାମରେ ଆରକ୍ଷୀ ବିଭାଗ ତରଫରୁ ଆୟୋଜିତ ହେଲା ‘ବନ୍ଦେ ମାତରମ୍’ ସମୂହ ଗାନ

November 7, 2025
Jindal Ads
BJP Ads
Latest News

୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର ର ୧୨୧ ବିଲିୟନ ଡଲାର ଉପରେ ମୁକେଶ ଆମ୍ବାନୀଙ୍କ ନଜର

November 7, 2025

ଗଞ୍ଜାମରେ ଆରକ୍ଷୀ ବିଭାଗ ତରଫରୁ ଆୟୋଜିତ ହେଲା ‘ବନ୍ଦେ ମାତରମ୍’ ସମୂହ ଗାନ

November 7, 2025

ଜିଲ୍ଲାସ୍ତରୀୟ ବନ୍ଦେ ମାତରଂ @୧୫୦ ଜାତୀୟ ସଙ୍ଗୀତ ପାଳିତ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.