ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ଏକତା, ବିନମ୍ରତା ଓ ଦିବ୍ୟ କୃପାର ପ୍ରତୀକ ରୂପେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏକ ସଶକ୍ତ, ସମାବେଶୀ ଓ ସାଂସ୍କୃତିକ ସମୃଦ୍ଧ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କ ସାମୂହିକ ମାର୍ଗଦର୍ଶନ କରୁଛନ୍ତି ବୋଲି ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟକରି ଉଲ୍ଲେଖ କରିଛନ୍ତି।