Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୧୪-୧୫ ତୁଳନାରେ ଟ୍ରେନ୍‌ ଦୁର୍ଘଟଣା କମିଛି ନା ବଢିଛି?: ରାଜ୍ୟସଭାରେ ଉତ୍ତର ରଖିଲେ ରେଳ ମନ୍ତ୍ରୀ
ଆଜିର ଖବର

୨୦୧୪-୧୫ ତୁଳନାରେ ଟ୍ରେନ୍‌ ଦୁର୍ଘଟଣା କମିଛି ନା ବଢିଛି?: ରାଜ୍ୟସଭାରେ ଉତ୍ତର ରଖିଲେ ରେଳ ମନ୍ତ୍ରୀ

August 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ବର୍ଷ ବର୍ଷ ଧରି ନିଆଯାଇଥିବା ବିଭିନ୍ନ ସୁରକ୍ଷା ପଦକ୍ଷେପର ପରିଣାମ ସ୍ୱରୂପ, ଦୁର୍ଘଟଣା ସଂଖ୍ୟାରେ ବହୁ ପରିମାଣରେ ହ୍ରାସ ଘଟିଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଟ୍ରେନ ଦୁର୍ଘଟଣା ସଂଖ୍ୟା ୨୦୧୪-୧୫ ରେ ୧୩୫ ରୁ ୨୦୨୪-୨୫ ରେ ୩୧ କୁ ହ୍ରାସ ପାଇଛି।

ରେଳ ମନ୍ତ୍ରୀଙ୍କ ସୂଚନା ମୁତାବକ, ୨୦୦୪-୧୪ ଅବଧି ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ସଂଖ୍ୟା ୧୭୧୧ ଥିଲା (ବାର୍ଷିକ ହାରାହାରି ୧୭୧), ଯାହା ୨୦୨୪-୨୫ରେ ୩୧ ଏବଂ ୨୦୨୫-୨୬ରେ (ଜୁନ୍ ସୁଦ୍ଧା) ୩କୁ ହ୍ରାସ ପାଇଛି। ଆହୁରି ପ୍ରତି ନିୟୁତ ଟ୍ରେନ୍‌ କିଲୋମିଟର ପିଛା ଦୁର୍ଘଟଣା ସଂଖ୍ୟାରେ ୭୩% କମିଛି। ବର୍ତ୍ତମାନ ସୁଦ୍ଧା ୬,୬୩୫ଟି ଷ୍ଟେସନରେ କେନ୍ଦ୍ରୀକୃତ ପରିଚାଳନା ପଏଣ୍ଟ ଏବଂ ସିଗ୍ନାଲ ସହିତ ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂ ବ୍ୟବସ୍ଥା କରାଯାଇଛି ଯାହା ମାନବିକ ବିଫଳତା ଜନିତ ଦୁର୍ଘଟଣା ହ୍ରାସ କରିପାରିଛି।

୧୧ହଜାରରୁ ଅଧିକ ଲେଭଲ୍‌ କ୍ରସିଂରେ ଇଣ୍ଟରଲକିଂ ବ୍ୟବସ୍ଥା କରାଯାଇଛି। ପ୍ରଯୁକ୍ତିବିଦ୍ୟା ସକ୍ଷମ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ‘କବଚ’କୁ ପର୍ଯ୍ୟାୟକ୍ରମେ ଲାଗୁ କରାଯାଉଛି। କେନ୍ଦ୍ରୀୟ ଏବଂ ଉତ୍ତର କେନ୍ଦ୍ରୀୟ ରେଳବାଇର ୧୫୪୮ ରୁଟ୍‌ କିଲୋମିଟରରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି। ବର୍ତ୍ତମାନ ଅନ୍ୟ ମାର୍ଗରେ ମଧ୍ୟ ଏହାର କାମ ଚାଲିଛି । ଲୋକୋ ପାଇଲଟମାନଙ୍କ ସତର୍କତାକୁ ଉନ୍ନତ କରିବା ପାଇଁ ସମସ୍ତ ଲୋକୋମୋଟିଭ୍‌ରେ ସତର୍କତା ନିୟନ୍ତ୍ରଣ ଡିଭାଇସ୍ ଲଗାଯାଇଛି। କୁହୁଡ଼ି ପ୍ରଭାବିତ ଅଞ୍ଚଳରେ ଲୋକୋ ପାଇଲଟମାନଙ୍କୁ ଏକ ଜିପିଏ ଆଧାରିତ କୁହୁଡ଼ି ସୁରକ୍ଷା ଡିଭାଇସ୍ ଯୋଗାଇ ଦିଆଯାଇଛି ଯାହା ଲୋକୋ ପାଇଲଟମାନଙ୍କୁ ସିଗନାଲ, ଲେଭଲ୍ କ୍ରସିଂ ଗେଟ୍ ଇତ୍ୟାଦି ନିକଟବର୍ତ୍ତୀ ସ୍ଥାନଗୁଡ଼ିକର ଦୂରତା ଜାଣିବାକୁ ସକ୍ଷମ କରିଥାଏ।

ଅନ୍ୟାନ୍ୟ ବୈଷୟିକ ଏବଂ ଭିତ୍ତିଭୂମି ଉନ୍ନତିକରଣ ପଦକ୍ଷେପ ଜରିଆରେ ଯାତ୍ରୀ ଓ ଟ୍ରେନ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । କୁହୁଡ଼ି ସୁରକ୍ଷା ଉପକରଣଗୁଡ଼ିକ ୨୮୮ ଗୁଣ ବୃଦ୍ଧି ପାଇଛି । ଏହା ୨୦୧୪ରେ ୯୦ ଥିବା ବେଳେ  ମାର୍ଚ୍ଚ ୨୦୨୫ ସୁଦ୍ଧା ୨୫,୯୩୯ ପହଞ୍ଚିଛି । ରେଳ ଧାରଣା ଫାଟିବା ଘଟଣା ୮୮% ରୁ ଅଧିକ ହ୍ରାସ ପାଇଛି। ୨୦୧୩-୧୪ରେ ୨,୫୪୮ଟି ଏପରି ଘଟଣା ଘଟିଥିବା ବେଳେ ୨୦୨୪-୨୫ରେ ଏହା ୨୮୯ରେ ପହଞ୍ଚିଛି । ନୂଆ ରେଳ ଟ୍ରାକ୍‌ ନିର୍ମାଣ ଦୁଇଗୁଣା ବୃଦ୍ଧି ପାଇଛି । ଫ୍ଲାଏଓଭର ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇ ୧୩ ହଜାର ୮୦୮ରେ ପହଞ୍ଚିଛି । ମାନବବିହୀନ ଲେଭଲ କ୍ରସିଂକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଏଲଏଚବି କୋଚ ନିର୍ମାଣ ୧୮ ଗୁଣ ବୃଦ୍ଧି ପାଇ ୪୨ ହଜାର ୬୭୭ରେ ପହଞ୍ଚିଛି ।

ଅନ୍ୟ ଅଂଶୀଦାରଙ୍କ ସହ ସମନ୍ୱୟ ରଖି ରେଳବାଇ ଯାତ୍ରୀ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଇଛି । ଭିଡ଼ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜିଆରପି/ରାଜ୍ୟ ପୁଲିସ ଏବଂ ସମ୍ପୃକ୍ତ ରେଳ ବିଭାଗ ସହିତ ସମନ୍ୱୟ ସ୍ଥାପନ କରାଯାଇଛି। ପ୍ରବଳ ଭିଡ଼ ସମୟରେ ଭିଡ଼କୁ ସୁଗମ ଭାବରେ ନିୟନ୍ତ୍ରଣ କରିବା ଏବଂ ଯାତ୍ରୀମାନଙ୍କୁ ବାସ୍ତବ ସମୟରେ ସହାୟତା ପ୍ରଦାନ କରିବା ପାଇଁ ସରକାରୀ ରେଳବାଇ ପୁଲିସ ଏବଂ ରେଳବାଇ ସୁରକ୍ଷା ବଳକୁ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କରାଯାଇଛି।

ଅଶ୍ୱିନୀ ବୈଷ୍ଣବ ଟ୍ରେନ୍ ଦୁର୍ଘଟଣା ଭାରତୀୟ ରେଳବାଇ ରାଜ୍ୟସଭା
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025

ଦୁବାଇରେ ଐତିହାସିକ UPI-UPU ଏକୀକରଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 9, 2025
Latest News

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.