Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ବିଧାନସଭାର ନୂତନ ୱେବ୍ସାଇଟ୍ କୁ ଉନ୍ମୋଚନ କଲେ ବାଚସ୍ପତି
ଆଜିର ଖବର

ଓଡ଼ିଶା ବିଧାନସଭାର ନୂତନ ୱେବ୍ସାଇଟ୍ କୁ ଉନ୍ମୋଚନ କଲେ ବାଚସ୍ପତି

August 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡ଼ିଶା ବିଧାନସଭାର ନୂତନ ୱେବ୍ସାଇଟ୍ ଉନ୍ମୋଚିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏହିୱେବ୍ସାଇଟକୁ ଉନ୍ମୋଚନ କରି ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ ଏଭଳି ପ୍ରୟାସ ଅଧିକ ସ୍ୱଚ୍ଛ ଓ ପାରଦର୍ଶିତା ଦିଗରେ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଓଡ଼ିଶା ସରକାରଙ୍କ ଆଇଟି ଓ ଇଟି ବିଭାଗ ଏବଂ ଭାରତ ସରକାରଙ୍କ ଏନ୍ଆଇସିର ବୈଷୟିକ ପରାମର୍ଶରେ ବିକଶିତ ହୋଇଥିବା ଏହି ନୂତନ େୱବ୍ସାଇଟ୍ ବିଧାନସଭା କାର୍ଯ୍ୟଧାରାକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଗମ ଏବଂ ସ୍ୱଚ୍ଛ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ନାଗରିକମାନଙ୍କୁ ବିଧାନସଭାର କାର୍ଯ୍ୟକଳାପ, ନିଷ୍ପତ୍ତି ଏବଂ ପଦକ୍ଷେପ ବିଷୟରେ ସଠିକ୍ ଏବଂ ସବିଶେଷ ସୂଚନା ପ୍ରଦାନ କରିବ ବୋଲି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ।

ଏହି ଉନ୍ମୋଚନ ସୁଶାସନ ଏବଂ ନାଗରିକ ସମ୍ପୃକ୍ତି ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା କ୍ଷେତ୍ରରେ ପ୍ରତିବଦ୍ଧତାର ଏକ ନିଦର୍ଶନ। ଏହି ପ୍ଲାଟ୍ଫର୍ମ କେବଳ ବିଧାନସଭାର କାର୍ଯ୍ୟକାରିତାକୁ ବୃଦ୍ଧି କରିବ ନାହିଁ ବରଂ ଓଡ଼ିଶାର ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣ ଏବଂ ସମ୍ପୃକ୍ତିକୁମଧ୍ୟ ପ୍ରୋତ୍ସାହିତ କରିବ।

ଚଳିତ ଅଗଷ୍ଟ ମାସ ୨୯ ଓ ୩୦ ତାରିଖରେ ଦୁଇଦିନ ଧରି ଓଡ଼ିଶାରେ ଜାତୀୟ ସ୍ତରର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଯାଉଛ। ଏହି ସମ୍ମିଳନୀରେ ଲୋକସଭାର ମାନ୍ୟବର ବାଚସ୍ପତି ଓ ରାଜ୍ୟସଭାର ମାନ୍ୟବର ଉପାଧ୍ୟକ୍ଷ ଏବଂ ସଂସଦର ଉଭୟ ଗୃହ ଓ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିମାନଙ୍କର ଅଧ୍ୟକ୍ଷ ଓ ସଦସ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅତିଥିମାନେ ଏହି ନୂତନ େୱବ୍ସାଇଟ୍ରେ ପାର୍ଲାମେଣ୍ଟ ଦ୍ୱାରା ପ୍ରଦତ୍ତ ଲିଙ୍କ୍ରେ ରେଜିଷ୍ଟେସନ୍ କରିବାର ସୁବିଧା ପାଇବେ।

ଏହି ଅବସରରେ ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଓକାକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ରାଉତ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ, ବିଧାନସଭାରେ କାର୍ଯ୍ୟରତ ଏନ୍ଆଇସିର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

December 26, 2025

ଆଜି ବିଜେଡିର ପ୍ରତିଷ୍ଠା ଦିବସ, ନବୀନ ପଟ୍ଟନାୟକ କଣ କହିବେ ସେ ନେଇ ସମସ୍ତଙ୍କ ନଜର

December 26, 2025

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ହାତୀ ପିଠିରେ ବସି ନଗର ଭ୍ରମଣ କଲେ ମହାରାଜ କଂସ

December 26, 2025

ସାଂସଦ ଖେଳ ମହୋତ୍ସବ: ସଫଳ କ୍ରୀଡାବିତଙ୍କୁ ପୁରସ୍କୃତ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025
Latest News

ଦିନେ ନାହିଁ, କାଳେ ନାହିଁ …..

December 26, 2025

ଆଜି ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

December 26, 2025

ଆଜି ବିଜେଡିର ପ୍ରତିଷ୍ଠା ଦିବସ, ନବୀନ ପଟ୍ଟନାୟକ କଣ କହିବେ ସେ ନେଇ ସମସ୍ତଙ୍କ ନଜର

December 26, 2025

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ହାତୀ ପିଠିରେ ବସି ନଗର ଭ୍ରମଣ କଲେ ମହାରାଜ କଂସ

December 26, 2025

ସାଂସଦ ଖେଳ ମହୋତ୍ସବ: ସଫଳ କ୍ରୀଡାବିତଙ୍କୁ ପୁରସ୍କୃତ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.