ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ଗସ୍ତ କରିଛନ୍ତି। ଏହି ଅବସରରେ କୋଟିଆ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶ କାର୍ଯ୍ୟକ୍ରମର ସେ ସମୀକ୍ଷା କରିଛନ୍ତି। ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି, କୋଟିଆ ପଞ୍ଚାୟତର କୌଣସି ପରିବାର ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ। ପରେ ଉପମୁଖ୍ୟମନ୍ତ୍ରୀ ଦେଓମାଳି ପର୍ବତକୁ ଯାଇ ସେଠାରେ ଥିବା ପର୍ଯ୍ୟଟନ ସମ୍ଭାବନା ସଂପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।
ଏହି ଗସ୍ତ ଅବସରରେ ଶ୍ରୀମତୀ ପରିଡ଼ାଙ୍କ ସହ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମହିଳା ଓ ଶିଶୁବିକାଶ ସଚିବ ଶୁଭା ଶର୍ମା ଓ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ। ଆଜି ସେ ଜୟପୁର ଠାରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଣ୍ଟନ କରିବାର ସୂଚନା ରହିଛି।